Rahul Gandhi: 'ମୋଦି ସରକାର ଲୁଚାଉଛନ୍ତି ତୱାଙ୍ଗ ସତ୍ୟ, ଚୀନ କରୁଛି ଯୁଦ୍ଧ ପ୍ରସ୍ତୁତି'
Advertisement
Article Detail0/zeeodisha/odisha1488730

Rahul Gandhi: 'ମୋଦି ସରକାର ଲୁଚାଉଛନ୍ତି ତୱାଙ୍ଗ ସତ୍ୟ, ଚୀନ କରୁଛି ଯୁଦ୍ଧ ପ୍ରସ୍ତୁତି'

Rahul Gandhi News: ତୱାଙ୍ଗ ସେକ୍ଚର ଠାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ  ଘଟଣାରେ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ। ଏହି ପ୍ରସଙ୍ଗରେ ମତ ରଖି କଂଗ୍ରେସ ନେତା କହିଛନ୍ତି ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାର ଶୋଇ ରହିଛନ୍ତି।  

Rahul Gandhi: 'ମୋଦି ସରକାର ଲୁଚାଉଛନ୍ତି ତୱାଙ୍ଗ ସତ୍ୟ, ଚୀନ କରୁଛି ଯୁଦ୍ଧ ପ୍ରସ୍ତୁତି'

Tawang Clash: ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ପରେ ସରଗରମ ହୋଇଉଠିଛି ଦେଶର ରାଜନୀତି। ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଘେରିବାରେ ଲାଗିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ବେଳେ ତୱାଙ୍ଗ ସଂଘର୍ଷ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।  

ଭାରତ ଯୋଡ଼ ଯାତ୍ରା ବେଳେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ତୱାଙ୍ଗ ସଂଘର୍ଷ ପ୍ରସଙ୍ଗକୁ ମୋଦି ସରକାର ଦବାଇ ରଖିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ହେଲେ ଭାରତ ସରକାର ଶୋଇ ରହିଛନ୍ତି। ମୋଦି ସରକାର ଚୀନ ପକ୍ଷରୁ ରହିଥିବା ବିପଦକୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। ଚୀନ ପ୍ରାୟ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିନେଇଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି ମୁଁ ଚୀନ ପକ୍ଷରୁ ଭାରତ ପ୍ରତି ରହିଥିବା ବିପଦକୁ ସ୍ପଷ୍ଟ ଭାବେ ଦେଖିପାରୁଛି। ବିଗତ ୨-୩ ବର୍ଷ ଧରି ମୁଁ ଏହି ପ୍ରସଙ୍ଗରେ ସ୍ପଷ୍ଟ ରହିଛି। ହେଲେ ମୋଦି ସରକାର ଏହି ପ୍ରସଙ୍ଗକୁ ଲୁଚାଇବା ସହ ଏହାକୁ ଅଣଦେଖା କରୁଛନ୍ତି। ହେଲେ ଏହି ବିପଦକୁ ନାଁ ଲୁଚାଇ ହେବ ନାଁ ଅଣଦେଖା କରାଯାଇ ପାରିବ। ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଠାରେ ଚୀନ ଆକ୍ରମଣାତ୍ମକ ପ୍ରସ୍ତୁତି କରୁଛି। ହେଲେ ମୋଦି ସରକାର ଶୋଇ ରହିଛନ୍ତି। ଚୀନ ଭାରତ ପାଇଁ ସବୁଠାରୁ ବଡ଼ ବିପଦ ବୋଲି କହିଛନ୍ତି କଂଗ୍ରେସ ନେତା। 

ଚୀନ ପକ୍ଷରୁ ପ୍ରସ୍ତତି ଜାରି ରହିଛି। ହେଲେ ମୋଦି ସରକାର ଏକଥା ଶୁଣିବାକୁ ଚାହୁଁନାହାଁନ୍ତି। ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଚୀନ ଅନୁପ୍ରବେଶ ପାଇଁ ନୁହେଁ ବରଂ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି। ଯଦି ଆପଣ ଚୀନ ସେନାର ଅସ୍ତ୍ର ଶସ୍ତ୍ର ଢାଞ୍ଚା ଦେଖନ୍ତି, ତାହେଲେ ସେମାନେ କ'ଣ କରୁଛନ୍ତି, ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ହେଲେ ଆମ ସରକାର ଏହାକୁ ଲୁଚାଇ ରଖୁଛନ୍ତି ଏବଂ ଏହାକୁ ଗ୍ରହଣ କରିପାରୁ ନାହାଁନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷି ରାହୁଲ ଗାନ୍ଧୀ କହିଛନ୍ତି, ଏହା ଏଥିପାଇଁ ଘଟୁଛି କାରଣ ମୋଦି ସରକାର ଘଟଣା ଭିତ୍ତିକ କାର୍ଯ୍ୟ କରୁଛନ୍ତି। ଏହି ସରକାର ରଣନୀତିକ ଉପାୟରେ କାମ କରୁନାହିଁ। ସେମାନେ ଇଭେଣ୍ଟ ମ୍ୟାନେଜମେଣ୍ଟ ବିଷୟରେ ଚିନ୍ତା କରୁଛନ୍ତି, ହେଲେ ଭୂ-ରଣନୀତି ସହ ଜଡିତ, ସେଠାରେ ଘଟଣା ଆଧାରିତ କାର୍ଯ୍ୟ କାମ କରେ ନାହିଁ ବରଂଶକ୍ତି କାମ କରିଥାଏ।

ନିଜର ପୁରୁଣା ବୟାନକୁ ମନେ ପକାଇ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ  ତିନି ଚାରି ଥର କହିସାରିଛି ଯେ ଆମକୁ ସାବଧାନ ରହିବାକୁ ହେବ ଏବଂ କ'ଣ ଘଟୁଛି ତାହା ବୁଝିବାକୁ ହେବ। ସେମାନେ ବୟାନବାଜି କରିବା ଜାରି ରଖିଛନ୍ତି। ବିଦେଶ ମନ୍ତ୍ରୀ ବିବୃତ୍ତି ଦେବାରେ ଲାଗିଛନ୍ତି। ମୁଁ କହିବା ଠିକ ନୁହେଁ, ହେଲେ ସେମାନେ ସେମାନଙ୍କର ବୁଝିବା ଶକ୍ତିକୁ ମଜବୁତ କରିବା ଆବଶ୍ୟକ।