CWC President Meeting: ରାଜସ୍ଥାନ କିମ୍ବା ଛତିଶଗଡରୁ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ, ଜାଣନ୍ତୁ କିଏ ଅଛନ୍ତି ରେସରେ?
Advertisement
Article Detail0/zeeodisha/odisha1317653

CWC President Meeting: ରାଜସ୍ଥାନ କିମ୍ବା ଛତିଶଗଡରୁ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ, ଜାଣନ୍ତୁ କିଏ ଅଛନ୍ତି ରେସରେ?

CWC President Meeting: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ (Congress Next President) କିଏ ହେବେ ଜାଣିବାକୁ ସମସ୍ତେ ଆଗ୍ରହୀ। ବାସ୍ତବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ, କଂଗ୍ରେସ ସଭାପତି ପଦ ପାଇଁ ସର୍ବୋଚ୍ଚ ପସନ୍ଦ ଭାବରେ ଉଭା ହୋଇଛନ୍ତି।

ପ୍ରତୀକାତ୍ମକ

CWC President Meeting: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ (Congress Next President) କିଏ ହେବେ ଜାଣିବାକୁ ସମସ୍ତେ ଆଗ୍ରହୀ। ଅନ୍ୟପକ୍ଷରେ, ନୂତନ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସରେ କାର୍ଯ୍ୟକଳାପ ତୀବ୍ର ହୋଇଛି। ପାର୍ଟି ସଭାପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରିବାକୁ କଂଗ୍ରେସ ଅଗଷ୍ଟ ୨୮ରେ ଓ୍ବାର୍କିଂ କମିଟିର ବୈଠକ ଡାକିଛି। ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଟୁଇଟ୍ କରି କହିଛନ୍ତି, କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖର କାର୍ଯ୍ୟସୂଚୀକୁ ଅନୁମୋଦନ କରିବା ପାଇଁ CWCର ଏକ ଭର୍ଚୁଆଲ ବୈଠକ ଅଗଷ୍ଟ ୨୮, ୨୦୨୨ରେ ଅପରାହଣ ୩:୩୦ରେ ଅନୁଷ୍ଠିତ ହେବ। CWC ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ।

ବାସ୍ତବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ, କଂଗ୍ରେସ ସଭାପତି ପଦ ପାଇଁ ସର୍ବୋଚ୍ଚ ପସନ୍ଦ ଭାବରେ ଉଭା ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସୋନିଆ ଗାନ୍ଧୀ ଡାକ୍ତରୀ ପରୀକ୍ଷା ଏବଂ ଚିକିତ୍ସା ନିମନ୍ତେ ବିଦେଶ ଯାତ୍ରା ପୂର୍ବରୁ ଏକ ବୈଠକରେ ଗେହେଲତଙ୍କୁ ଦାୟିତ୍ବ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଯଦିଓ ଗେହେଲତ ଗୋଷ୍ଠି ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହିଁ, ତଥାପି ସର୍ବୋଚ୍ଚ ପଦ ପାଇଁ କଂଗ୍ରେସ ଗାନ୍ଧୀ ପରିବାରର ନେତା ଖୋଜୁଛି ବୋଲି ସୂତ୍ରରୁ ପ୍ରକାଶ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ, ଆସନ୍ତା କଂଗ୍ରେସ ସଭାପତି ନିର୍ବାଚନ ଘୋଷଣା କରିବାକୁ ଦଳର କାର୍ଯ୍ୟ କମିଟିର ଅନୁମୋଦନକୁ ଅପେକ୍ଷା କରିଛି। ରାହୁଲ ଗାନ୍ଧୀଙ୍କ ମନା ପରେ ଦଳ ଏକ ସର୍ବସମ୍ମତ ପ୍ରାର୍ଥୀ ଖୋଜୁଛି। ଆଉ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସର୍ବୋଚ୍ଚ ପସନ୍ଦ ହେଉଛି ଅଶୋକ ଗେହେଲତ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଉଚିତ, କାରଣ ଏହା ଦଳୀୟ କର୍ମୀଙ୍କ ମନୋବଳକୁ ଭାଙ୍ଗିବ। ଗେହେଲେତ ନିଜେ ଦଳର ସଭାପତି ହେବାକୁ ଚାହାଁନ୍ତି ନାହିଁ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦଳର ସଭାପତିଙ୍କ ପାଇଁ ସର୍ବୋଚ୍ଚ ଏବଂ ସର୍ବସମ୍ମତ ପସନ୍ଦ।

ସୂତ୍ର ଏହା ମଧ୍ୟ କହିଛି ଯେ, ରାଜ୍ୟ କମିଟି ଏବଂ ହରିୟାଣା ସହିତ ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ଇସ୍ତଫା ପରେ ଜି-୨୩ ଗୋଷ୍ଠୀର ଟାର୍ଗେଟରେ ଆସିବାକୁ ଚାହୁଁନଥିବାରୁ ସେପ୍ଟେମ୍ବର ସୁଦ୍ଧା କଂଗ୍ରେସ ସାଂଗଠନିକ ନିର୍ବାଚନ ସମାପ୍ତ କରିବାକୁ ଚାହୁଁଛି। ହରିୟାଣାର ଭୁପିନ୍ଦର ସିଂ ହୁଡା ମଧ୍ୟ ଦଳର ବରିଷ୍ଠ ନେତାଙ୍କ ସହ ଅଛନ୍ତି। ଏଥିସହ ମନୀଷ ତେୱାରୀ ଅଗ୍ନିପଥ ଯୋଜନାରେ କଂଗ୍ରେସର ବିପରୀତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯାହା ଦଳକୁ ଚକିତ କରିଛି।

କିଛି ସମୟ ପୂର୍ବରୁ ଆଉ ଏକ ଧାରଣା ଦିଆଯାଇଥିଲା। ଯେଉଁଥିରେ ସୋନିଆ ଗାନ୍ଧୀ ଦଳର ସଭାପତି ଭାବରେ କାର୍ଯ୍ୟ ଜାରି ରଖିବେ ଓ ପ୍ରତ୍ୟେକ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହେବେ। ଦଳର ଶୀର୍ଷ ପଦ ପାଇଁ ଆଉ ଏକ ନାମ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ନାମ। ଯାହାଙ୍କୁ ଗାନ୍ଧୀ ପରିବାରର ଆଉ ଜଣେ ବିଶ୍ବସ୍ତ ଭାବେ ବିବେଚନା କରାଯାଏ। ତେଣୁ ତାଙ୍କୁ ମଧ୍ୟ ଏକ ବଡ ବିକଳ୍ପ ଭାବେ ଦେଖାଯାଉଛି।