Rajasthan Political Crisis: ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଅ ବାବଦରେ ଆପଣ ଜାଣିଥିବେ। ହେଲେ ରାଜନୀତିରେ ଯେ ନେତା ରଙ୍ଗ ବଦଳାନ୍ତି ତାହାର ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଯାହାର ସଦ୍ୟତମ ଉଦାହରଣ ହେଉଛି  ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ।   


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପଟ୍ଟ ପରିବର୍ତ୍ତନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan Chief Minister Ashok Gehlot) ସମର୍ଥକ ବିଧାୟକ (CM Ashok Gehlot Camp MLA)। ବର୍ତ୍ତମାନ ସେମାନେ ସଚିନ ପାଇଲଟଙ୍କୁ (Sachin Pilot) ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲୋତଙ୍କ ଗୋଷ୍ଠୀର ଏହି ୪ ସମର୍ଥକ ବିଧାୟକ ଯେଉଁମାନେ ମନ୍ତ୍ରୀ ଶାନ୍ତି ଧରୱାଲଙ୍କ (Rajasthan Minister Shanti Dhariwal) ଘରେ ଅନୁଷ୍ଠିତ ବିଦ୍ରୋହ ବୈଠକରେ ଯୋଗ ଦେଇଥିଲେ।


ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ସମର୍ଥକ ବିଧାୟକ କୁହାଯାଉଥିବା ଇନ୍ଦିରା ମୀନା (Indira Meena), ଜିତେନ୍ଦ୍ର ସିଂହ (Jitendra Singh) ଏବଂ ମଦନ ପ୍ରଜାପତଙ୍କ (Madan Prajapat) ପରେ ଏବେ ସନ୍ଦୀପ ଯାଦବ (Sandeep Yadav) ମଧ୍ୟ ତାଙ୍କ ପଟ୍ଟ ପରିବର୍ତ୍ତନ କରିଛନ୍ତି। ମଙ୍ଗଳବାର ସକାଳେ ବିଧାୟକ ସନ୍ଦୀପ ଯାଦବ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରି କହିଛନ୍ତି ଯେ, ମୁଁ କଂଗ୍ରେସ ନେତୃତ୍ୱଙ୍କ ସହ ରହିଛି ଏବଂ ମୁଁ ସେମାନଙ୍କର ପ୍ରତ୍ୟେକ ନିଷ୍ପତ୍ତି ଗ୍ରହଣ କରୁଛି। ଅନ୍ୟପଟେ ମଦନ ପ୍ରଜାପତି ମଧ୍ୟ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିରେ କୌଣସି ଆପତ୍ତି ନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।


ରବିବାର ଅନୁଷ୍ଠିତ ହେବାକୁ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ଅନେକ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ଗେହଲୋତଙ୍କ ଘନିଷ୍ଠ ସହଯୋଗୀ ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବଙ୍ଗଳା ଠାରେ ଏକାଠି ହୋଇଥିଲେ। ଶାସକ ଦଳର ପ୍ରାୟ ୮୨ ଜଣ ବିଧାୟକ ଏହି ବିଦ୍ରୋହୀ ବୈଠକରେ ଯୋଗ ଦେଇଥିଲେ। ଯେଉଁମାନେ ଏକତ୍ରୀତ ହୋଇ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ (Rajasthan Assembly Speaker CP Joshi) ନିକଟରେ ସାମୂହିକ ଇସ୍ତଫା ଦେଇଥିଲେ। 


Also Read: Rajasthan Politics: ସ୍ଥିତି ସମ୍ଭାଳିବା ପାଇଁ ଅଣ୍ଟା ଭିଡ଼ିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ


ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଧାର୍ଯ୍ୟ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଗାନ୍ଧୀ ପରିବାରର (Gandhi Family) ବିଶ୍ୱସ୍ତ ଭାବେ ଜଣାଶୁଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ।  କାରଣ  ତାଙ୍କୁ ଦଳୀୟ ସଭାପତି ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି କଂଗ୍ରେସ ହାଇକମାଣ୍ଡ। ଦଳର ମଙ୍ଗୁଆଳ ପଦ ପାଇଁ  କଂଗ୍ରସେ ଅଶୋକ ଗେହଲୋତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ତାଙ୍କ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡି଼ବାକୁ ପଡି଼ପାରେ।  


ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି କଂଗ୍ରେସ ହାଇକମାଣ୍ଡ। ହେଲେ ଗେହଲୋତଙ୍କ ସମର୍ଥକ ବିଧାୟକ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାଁନ୍ତି। ଦଳର ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଯାଇ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉତ୍ତରାଧିକାରୀ ବାବଦରେ ବିଚାର କରିବାକୁ ଦାବି କରିଛନ୍ତି ଅନେକ କଂଗ୍ରେସ ବିଧାୟକ।