Rajasthan Politics: ସ୍ଥିତି ସମ୍ଭାଳିବା ପାଇଁ ଅଣ୍ଟା ଭିଡ଼ିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ
Advertisement
Article Detail0/zeeodisha/odisha1369156

Rajasthan Politics: ସ୍ଥିତି ସମ୍ଭାଳିବା ପାଇଁ ଅଣ୍ଟା ଭିଡ଼ିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ

Rajasthan Political Turmoil:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ସମର୍ଥକ ବିଧାୟକଙ୍କ ଗୋଷ୍ଠୀ ଦ୍ୱାରା ହୋଇଥିବା ବିଦ୍ରୋହକୁ ନେଇ ତାତି ଉଠିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

Rajasthan Politics: ସ୍ଥିତି ସମ୍ଭାଳିବା ପାଇଁ ଅଣ୍ଟା ଭିଡ଼ିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ

Rajasthan Political Crisis: ସଦ୍ୟ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟର ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ। ବର୍ତ୍ତମାନ ରାଜସ୍ଥାନ ଘଟଣାକ୍ରମକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଦଳୀୟ  ବିଧାୟକଙ୍କ ଇସ୍ତଫା ଏବଂ ବିଦ୍ରୋହ ମଧ୍ୟରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନ ଏବଂ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଜୟପୁର ଠାର ପହଞ୍ଚି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ବାବଦରେ ଖବର ନେଇଛନ୍ତି। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇ ଉଭୟେ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନର ରାଜନୈତିକ ସ୍ଥିତି ବାବଦରେ ଅବଗତ କରାଇଛନ୍ତି। 

ଏନେଇ କୁହାଯାଇଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ (Rajasthan Chief Minister Ashok Gehlot) ସମର୍ଥକ ବିଧାୟକଙ୍କ ଗୋଷ୍ଠୀ ଦ୍ୱାରା ହୋଇଥିବା ବିଦ୍ରୋହକୁ ନେଇ ତାତି ଉଠିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi)। ଦିଲ୍ଲୀରେ ତାଙ୍କୁ ଭେଟିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନ (Rajasthan Congress In Charge Ajay Maken) କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନର ସମ୍ପୂର୍ଣ୍ଣ ଘଟଣାକ୍ରମ ବାବଦରେ ଅବଗତ କରାଯାଇଛି। ରବିବାର ଡକା ଯାଇଥିବା ବିଧାୟକ ଦଳ ବୈଠକ କେବଳ ମୁଖ୍ୟମନ୍ତ୍ରୀ ଗେହଲୋତଙ୍କ ନିର୍ଦ୍ଦେଶକ୍ରମେ ଡକାଯାଇଥିଲା।

Also Read: Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଜୟ ମାକେନ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ୧୦୨ ଜଣ ବିଶ୍ୱସ୍ତ ବିଧାୟକ ଆମକୁ କହିଛନ୍ତି ସେମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ। ଆମେ ସେମାନଙ୍କୁ କହିଥିଲୁ ଯେ ସେମାନଙ୍କ ମତ ଆମେ ଦଳର ମୁଖ୍ୟଙ୍କ ନିକଟରେ ରଖିବୁ ଏବଂ ପାରିତ ସଂକଳ୍ପ ଲାଗି କୌଣସି ସର୍ତ୍ତ ନାହିଁ। ବିଚାର ବିମର୍ଶ କରିବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନିଷ୍ପତ୍ତି ନେବେ କଂଗ୍ରେସ ଅଧ୍ୟକ୍ଷା।

 କଂଗ୍ରେସ ଅଧ୍ୟକ୍ଷ ଦୌଡରେ ମୁଖମନ୍ତ୍ରୀ ଗେହୋଲତ ସାମିଲ ହେବା ପରେ ସରଗରମ ହୋଇ ଉଠିଥିଲା ରାଜନୀତି। କାରଣ ରାଜସ୍ଥାନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବଦଳାଯିବାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚା ଦଳର 'ଜଣେ ବ୍ୟକ୍ତି-ଗୋଟିଏ ପଦବୀ ନୀତି ଅନୁସାରେ ଯଦି ଅଶୋକ ଗେହୋଲତ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତାହେଲେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ। ବର୍ତ୍ତମାନ ତାଙ୍କର ଉତ୍ତରାଧିକାର କିଏ ହେବ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା। ବର୍ତ୍ତମାନ ପରବର୍ତ୍ତୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି    ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ (Sachin Pilot)। 

Also Read: Congress President Election: ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଛକାପଞ୍ଝା ଜାରି, ମିଳିତ କେଉଁ ଦାୟିତ୍ୱ?

ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରବିବାର ରାଜଧାନୀ ଜୟପୁର ଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ବାସଭବନରେ ଅନୁଷ୍ଠିତ ହୋଇଥାନ୍ତି କଂଗ୍ରେସ ବିଧାୟକ ଦଳ ବୈଠକ। ଏହି ବୈଠକ ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ସଚିନ ପାଇଲଟଙ୍କ ସମେତ ଅନେକ ବିଧାୟକ ମଧ୍ୟ ଏହି ବୈଠକରେ ଯୋଗ ଦେବା ପାଇଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥକଙ୍କ ବିଦ୍ରୋହ ପରେ ବିଧାୟକ ଦଳ ବୈଠକ ବାତିଲ ହୋଇଯାଇଛି। କାରଣ ଗେହଲୋଟଙ୍କ ସମର୍ଥକ ବିଧାୟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପାଇଲଟଙ୍କ ନାମରେ ସହମତ ନୁହଁନ୍ତି।