ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!
ମାକନ (Ajay Maken) ରାଜ୍ୟ ଗସ୍ତରେ ଆସି କାର୍ଯ୍ୟକର୍ତ୍ତାମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଡିସେମ୍ବରରେ ସାଂଗଠନିକ ନିଯୁକ୍ତିର କାର୍ଯ୍ୟ ଶେଷ ହେବ ।
ଜୟପୁର: ରାଜସ୍ଥାନ କଂଗ୍ରେସ (Congress) ରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉ ନାହିଁ । ପ୍ରାୟ ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ (Ashok Gehlot) ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଙ୍କ ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ବହୁ ଉଦ୍ୟମ ସତ୍ତ୍ୱେ ରାଜସ୍ଥାନର ନେତାଙ୍କ ମଧ୍ୟରେ ଝଗଡାର ସମାଧାନ କରିବାରେ କଂଗ୍ରେସ ହାଇକମାଣ୍ଡ ସକ୍ଷମ ହେଉଁନାହାଁନ୍ତି । ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ (Sonia Gandhi) ନିଷ୍ପତ୍ତିର ତାରିଖ ସ୍ଥିର କରିବା ସତ୍ତ୍ୱେ ନିଷ୍ପତ୍ତି ନେଇପାରୁନାହାଁନ୍ତି । ଗେହଲଟ୍ ଓ ପାଇଲଟଙ୍କ ମଧ୍ୟରେ ସହମତି ଅଭାବରୁ ଗତ ୬ ମାସ ଧରି ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ଗଠନ ହୋଇପାରିବ ନାହିଁ ଓ ନା କ୍ୟାବିନେଟରେ ପରିବର୍ତ୍ତନ ହୋଇପାରୁଛି । ଏହା ବ୍ୟତୀତ ରାଜନୈତିକ ନିଯୁକ୍ତି କାର୍ଯ୍ୟ ହୋଇପାରୁନାହିଁ । ଡିସେମ୍ବର ମାସରେ ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ତଥା ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ପ୍ରଭାରୀ ତଥା ଜାତୀୟ ସାଧାରଣ ସମ୍ପାଦକ ଅଜୟ ମାକନ (Ajay Maken) ଘୋଷଣା କରିଥିଲେ ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ମିଳିବ ନୂତନ ବର୍ଷର ଉପହାର, ବଢ଼ିବ ଦରମା!
ମାକନ (Ajay Maken) ରାଜ୍ୟ ଗସ୍ତରେ ଆସି କାର୍ଯ୍ୟକର୍ତ୍ତାମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଡିସେମ୍ବରରେ ସାଂଗଠନିକ ନିଯୁକ୍ତିର କାର୍ଯ୍ୟ ଶେଷ ହେବ । ଏହା ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ସରକାରଙ୍କୁ ନେଇ ନିଷ୍ପତ୍ତି ନିଆଯିବ । ଜାନୁଆରୀରେ କ୍ୟାବିନେଟରେ ସମ୍ପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତି ହେବ ବୋଲି ସେ କହିଥିଲେ । କିନ୍ତୁ ଦୁଇ ଦିଗଜ୍ଜଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷରେ ମାକନ୍ ଭଲ ପ୍ରଦର୍ଶନ କରୁନାହାଁନ୍ତି । ମାକନ ରାଜ୍ୟ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କ ସହ ସମ୍ଭାବ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷଙ୍କ ତାଲିକା ପ୍ରସ୍ତୁତ କରିଥିଲେ, କିନ୍ତୁ ଉଭୟ ଗେହଲଟ୍ ଏବଂ ପାଇଲଟ୍ ଏହି ତାଲିକାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।
ଅଧିକ ପଢ଼ନ୍ତୁ:-ବିହାରରେ ହେବ କ୍ଷମତା ପରିବର୍ତ୍ତନ, ରାଞ୍ଚି ଜେଲରେ ପ୍ରସ୍ତୁତ ହେଉଛି ସରକାର ଗଠନ ପାଇଁ ମାଷ୍ଟର ପ୍ଲାନ୍!
ସୂଚନାନୁସାରେ, ପରସ୍ପର ଦେଇଥିବା ନାମ ଉପରେ ଦୁହେଁ ସହମତ ଦେଇନାହାଁନ୍ତି। ଏଥି ସହ ରାଜ୍ୟ କଂଗ୍ରେସ କମିଟିରେ ଅଧିକାରୀ ଭାବରେ ନିଯୁକ୍ତ ବହୁ ବରିଷ୍ଠ ବିଧାୟକ ଏହି ସଂଗଠନରେ କାମ କରିବାକୁ ମନା କରିଦେଇଥିଲେ । ବିଧାୟକମାନେ ସରକାରରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକାଂଶ ବିଧାୟକ ମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର
ଏଥି ସହିତ କେତେକ ରାଜନୈତିକ ନିଯୁକ୍ତି ମାଧ୍ୟମରେ ସରକାରରେ ହସ୍ତକ୍ଷେପ କରିବାକୁ ହାଇକମାଣ୍ଡଙ୍କ ନିକଟରେ ମତ ଦେଇଛନ୍ତି । ଗେହଲଟ୍ ଓ ପାଇଲଟଙ୍କ ରାଜନୈତିକ ଯୁଦ୍ଧ ଓ ବିଧାୟକଙ୍କ ଇଚ୍ଛା ହେତୁ ହାଇକମାଣ୍ଡ ଉଭୟ ସରକାର ଏବଂ ସଂଗଠନ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେଇପାରୁନାହଁନ୍ତି । ଯେତେବେଳେ ମାକନ୍ ଏହି ସମସ୍ୟାର ସମାଧାନ କରିବାରେ ଅସହାୟ ପ୍ରମାଣିତ ହେଲେ, ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏଥିରେ ହସ୍ତକ୍ଷେପ କରିଛନ୍ତି । କିନ୍ତୁ ସେ ମଧ୍ୟ ଏପର୍ଯ୍ୟନ୍ତ କିଛି ବିଶେଷ କରିପାରିନାହାଁନ୍ତି । ସୂଚନାନୁସାରେ, ବର୍ତ୍ତମାନ କେବଳ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନ ସହ ଜଡିତ ମାମଲା ସମାଧାନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗେହଲଟ୍ ଓ ପାଇଲଟଙ୍କ ମଧ୍ୟରେ ହୋଇଥିବା ବିବାଦର ଫଳାଫଳ ହେଉଛି ଯେ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ଦଳ ଶୋଚନୀୟ ଭାବରେ ପରାସ୍ତ ହୋଇଛି । ତେବେ ପାଇଲଟ୍ ପ୍ରଭାବିତ ଅଞ୍ଚଳରେ କିଛି ମାତ୍ରାରେ ସଫଳତା ମିଳିଥିଲା ।