ଜୟପୁର: ଗୋଟିଏ ପଟେ ରାଜସ୍ଥାନ ବିଜେପି (Rajasthan BJP) ରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ରହିଥିବା ବେଳେ କଂଗ୍ରେସ (Congress) ରେ ଗୋଷ୍ଠୀ କନ୍ଦଳ କମି କମି ଆସୁଥିବାର ନଜରକୁ ଆସୁଛି । ରାଜ୍ୟ କଂଗ୍ରେସରେ ହଠାତ ଏପରି ପରିବର୍ତ୍ତନ ପଛରେ କ'ଣ କାରଣ ରହିଥାଏପାରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନରେ ୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପୂର୍ବରୁ ଫେବୃଆରୀ ୨୭ରୁ ଚିତ୍ତରଗଡର ମାତୃକୁଣ୍ଡିଆରେ କଂଗ୍ରେସ ଏକ କୃଷକ ସମାବେଶ କରିବ । ଏଥର କଂଗ୍ରେସ ରାଲିରେ ସଚିନ ପାଇଲଟ (Sachin Pilot) ଙ୍କୁ ମଧ୍ୟ ଡାକିବାକୁ ଯାଉଛି । ଏହାପୂର୍ବରୁ ଗେହଲଟ-ପାଇଲଟ କ୍ୟାମ୍ପ ପରସ୍ପରର ରାଲିରେ ଅନ୍ୟ କ୍ୟାମ୍ପର ନେତାମାନଙ୍କୁ ଡାକିବା ଠାରୁ ଦୂରେଇ ରହୁଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!


ବର୍ତ୍ତମାନ ହଠାତ ମନ ପରିବର୍ତ୍ତନ ପଛରେ କାରଣ ରାଜସ୍ଥାନର ଚାରିଟି ଆସନ ପାଇଁ ଉପ-ନିର୍ବାଚନ ବୋଲି କୁହାଯାଉଛି । ରାଜସ୍ଥାନରେ ୪ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ତାରିଖ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି । ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କଂଗ୍ରେସ ଫେବୃଆରୀ ୨୭ରେ ଚିତ୍ତରଗଡର ମାତୃକୁଣ୍ଡିଆରେ କୃଷକ ରାଲି କରିବାକୁ ଯାଉଛି । ଏହି ରାଲିରେ ୫୦ ହଜାର ଲୋକଙ୍କ ଭିଡ ଜମା କରିବାକୁ ଲକ୍ଷ୍ୟ ରଖାଯାଇଛି । ବାସ୍ତବରେ, ଯେଉଁଠାରେ ରାଲି ଅନୁଷ୍ଠିତ ହେଉଛି । ଏହାର ଆଖପାଖ ହିଁ ରାଜସମନ୍ଦ, ଭଲ୍ଲଭନଗର ଏବଂ ସହାଡା ବିଧାନସଭା ଆସନ ଅଛି । ଯେଉଁଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ରାଲିକୁ ଏକ ନିର୍ବାଚନୀ ଖଙ୍ଖନାଦ ଭାବେ ମନେ କରାଯାଉଛି । ସଚିନ ପାଇଲଟଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ ବର୍ତ୍ତମାନ ରାଲି ଡାକିବାକୁ ଯୋଜନା ରହିଛି ।


ଅଧିକ ପଢ଼ନ୍ତୁ:-ଇଣ୍ଡିଆନ୍ ଅଏଲରେ ଏହି ୫୦୫ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି, ଶୀଘ୍ର କରନ୍ତୁ ଅପ୍ଲାଇ


ପାଇଲଟ ସମର୍ଥକ ବିଧାୟକ ବେଦ ପ୍ରକାଶ ସୋଲଙ୍କୀ କହିଛନ୍ତି ଯେ, ଯଦି ପାଇଲଟଙ୍କୁ ଡାକନ୍ତି ତେବେ ସେ ମଧ୍ୟ ରାଲିକୁ ଯିବେ । ସୋଲଙ୍କୀ ଦଳକୁ ଚେତାବନୀ ଦେଇଛନ୍ତି ଯେ, ପାଇଲଟଙ୍କ ପରି ଜଣେ ବଡ ନେତାଙ୍କୁ ସାଇଡରେ ରଖିବାର ପରିଣାମ ନିର୍ବାଚନରେ ଭୋଗିବାକୁ ପଡ଼ିପାରେ । ସେପଟେ ବିଜେପି ପୁଣିଥରେ କଟାକ୍ଷ କରି କହିଛି ଯେ ଗେହଲଟ-ପାଇଲଟଙ୍କୁ ପରସ୍ପର ଉପରେ ବିଶ୍ୱାସ ନାହିଁ । ଏହି ସରକାର ଆଜି ନୁହେଁ ତ କାଲି ଭାଙ୍ଗିବ ।


ଅଧିକ ପଢ଼ନ୍ତୁ:-ଏବେ ଦେଶରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ


ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ତୁରନ୍ତ ରାଜସ୍ଥାନରେ ପାଇଲଟ୍ କ୍ୟାମ୍ପକୁ ମନାଇବା ପାଇଁ ଉଦ୍ୟମ ତୀବ୍ର ହୋଇଛି । ପାଇଲଟ ଗ୍ରୁପର ୧୯ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଦାଖଲ ହୋଇଥିବା ସ୍ୱତନ୍ତ୍ର ଅନୁମତି ଯାଚିକା ସୁପ୍ରିମକୋର୍ଟରୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ଏହି ଯାଚିକା ଦାଖଲ କରିଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ଏସଏଲପି ପ୍ରତ୍ୟାହାର କରିବାକୁ ରେଜିଷ୍ଟ୍ରାରଙ୍କୁ ଏକ ଚିଠି ଲେଖାଯାଇଛି ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର


ବର୍ତ୍ତମାନ ଗେହଲଟ ସରକାର (Gehlot Govt) ସଫେଇ ଦେଇଛନ୍ତି ଯେ ଯେତେବେଳେ ଫେରି ଆସିଛନ୍ତି ତ ଏହା କରିବାର ହିଁ ଥିଲା । ପ୍ରକୃତରେ, ସଚିନ ପାଇଲଟ କ୍ୟାମ୍ପର ବିଦ୍ରୋହ ପରେ ଯେତେବେଳେ ବିଧାନସଭା ବାଚସ୍ପତି ସିପି ଜୋଶୀ ବିଦ୍ରୋହୀ ବିଧାୟକମାନଙ୍କୁ ସଦସ୍ୟତା ରଦ୍ଦ ସମ୍ପର୍କରେ ନୋଟିସ ଦେଇଥିଲେ ସେତେବେଳେ ପାଇଲଟ ରାଜସ୍ଥାନ ହାଇକୋର୍ଟରେ ପହଞ୍ଚିଥିଲେ । ହାଇକୋଟ ବାଚସ୍ପତିଙ୍କ ନୋଟିସ ଉପରେ ଷ୍ଚେ ଲଗାଇଥିଲେ ।