Dhamnagar Bypoll 2022: ରାତି ପାହିଲେ ଭୋଟ ଗଣତି, ପ୍ରସ୍ତୁତି ଶେଷ
Advertisement
Article Detail0/zeeodisha/odisha1426718

Dhamnagar Bypoll 2022: ରାତି ପାହିଲେ ଭୋଟ ଗଣତି, ପ୍ରସ୍ତୁତି ଶେଷ

Odisha Election Commission: ଧାମନଗର ଭୋଟ ଗଣତି ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ହେବ ଭୋଟ ଗଣତି।

Dhamnagar Bypoll 2022: ରାତି ପାହିଲେ ଭୋଟ ଗଣତି, ପ୍ରସ୍ତୁତି ଶେଷ

Dhamnagar Byelection 2022: ରାତି ପାହିଲେ ପ୍ରକାଶ ପାଇବ ଧାମନଗର ଉପନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ୪ ଜଣ ପ୍ରାର୍ଥୀଙ୍କ ହୃଦସ୍ପଦନ ବଢିବାରେ ଲାଗିଛି। ଧାମ ନଗର ରାଜନୈତିକ ପଶାପାଲିରେ ବାଜିରେ ଲାଗିଛି ବିଜେପି-ବିଜେଡ଼ି ଇଜ୍ଜତ୍। ଏହା ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସକାଳ ଆଠଟାରୁ ଭୋଟ ଗଣନ୍ତି ଆରମ୍ଭ ହେବ। ମୋଟ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ। ଭୋଟ ଗଣତି ବେଳେ ଷ୍ଟ୍ରଙ୍ଗ ରୁମ ଠାରୁ ନେଇ କାଉଣ୍ଟିଂ ଟେବୁଲ ଏବଂ ମତ ଗଣନା କେନ୍ଦ୍ର ବାହାର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳୟ ଠାରୁ ନେଇ ସ୍ଥାନୀୟ ପୋଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। 

ଧାମନଗର ଭୋଟ ଗଣତି ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ହେବ ଭୋଟ ଗଣତି। ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଅର୍ଥାତ ଡ଼ାକ ଭୋଟ ଗଣତି କରାଯିବ। ଏହା ପରେ ସାଢେ ଆଠଟାରୁ ଆରମ୍ଭ ହେବ ଇଭିଏମ ଭୋଟ ଗଣତି।

ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ଆଉ ଗୋଟିଏ RO ଟେବୁଲ ରହିବ। ମୋଟ ୧୮ ରାଉଣ୍ଡ ଗଣତି କରାଯିବ। ୧୮ ରାଉଣ୍ଡ ପରେ VVPAT Machine Random Counting ହେବ। ଏହାକୁ ପରିଚାଳନା ପାଇଁ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରହିବେ। କାଉଣ୍ଟି ପାଇଁ ପ୍ରତି ଟେବୁଲ ପାଇଁ ଜଣେ ସୁପର ଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପର ଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ। ରାଉଣ୍ଡ ଶେଷରେ ଫଳାଫଳ ଘୋଷଣା ବ୍ୟବସ୍ଥା ହୋଇଛି। ସାଧାରଣ ଲୋକ ସିଧାସଳଖ ଫଳାଫଳ ଜାଣିବା ପାଇଁ  ନିର୍ବାଚନ ଆୟୋଗ ୱେବସାଇଟ୍ results.eci.gov.in ଲଗ୍ ଇନ୍ କରି ପାରିବେ। ଭୋଟ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ସ୍ତରରେ ଅର୍ଧ ସାମରିକ ବଳ, ଦ୍ଵିତୀୟ ସ୍ତରରେ ଓଡିଶା ପୋଲିସ ସୁରକ୍ଷା ବଳ ତୃତୀୟ ସ୍ତ୍ରରରେ ଓଡିଶା ପୋଲିସ ଜଗିବେ।

ଅନ୍ୟପଟେ ବରଗଡ଼ ଜିଲ୍ଲାର ପଦମପୁର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷାଣ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ପଦମପୁର ଉପନିର୍ବାଚନ ପାଇଁ ନଭେମ୍ବର ୫ ତାରିଖ ଶନିବାରଠାରୁ ସମଗ୍ର ବରଗଡ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। 

ଆସନ୍ତା ୫ ଡିସେମ୍ବରରେ ଏଠାରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଏହି ଉପନିର୍ବାଚନ ପାଇଁ ନଭେମ୍ବର ୧୭ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୧୮ ନଭେମ୍ବରରେ ନାମାଙ୍କନ ଯାଞ୍ଚ, ୨୧ ନଭେମ୍ବର ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ଯାହାର କରା ଯାଇପାରିବ। ପଦମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ଏବେ ଠାରୁ ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦୁଇ ଦୁଇଟି ଉପନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନକୁ ଯଥେଷ୍ଟ ପ୍ରଭାବିତ କରିବାର ସମ୍ଭାବନା ରହିଛି।