Bihar Political Crisis: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ସତର୍କ ହୋଇଉଠିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟର ରାଜନୈତିକ ପାଣିପାଗକୁ ନଜରରେ ରଖି ମହାଗଠବନ୍ଧନର ସମସ୍ତ ବିଧାୟକ ମଙ୍ଗଳବାର ରାବ୍ରି ଦେବୀଙ୍କ ବାସଭବନରେ ଅବସ୍ଥାନ କରିବେ। ସେଠାରେ ବିଧାୟକଙ୍କ ପାଇଁ ଜଳଖିଆ ଏବଂ ଖାଦ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାସନ, ଗ୍ୟାସ ସିଲିଣ୍ଡର ଏବଂ କ୍ୟାଟେରିଂ ଆସିସାରିଛି। ରାବ୍ରି ଦେବୀଙ୍କ ବାସଭବନ ରାଜଧାନୀ ପାଟନାସ୍ଥିତ ୧୦ ସର୍କ୍ୟୁଲାର ରୋଡ଼ ଠାରେ ଅବସ୍ଥିତ।


COMMERCIAL BREAK
SCROLL TO CONTINUE READING

ବିଜେପି (BJP) ସହ ମେଣ୍ଟ ଭାଙ୍ଗିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ପଦରୁ (Bihar CM Post) ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର (Nitish Kumar)। ବିଜେପି ଜେଡିୟୁକୁ ଶେଷ କରିବା ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ସେ। ବିଜେପି ସବୁବେଳେ ଅପମାନିତ କରିଛି। ଜେଡିୟୁ (JDU) ବିଧାୟକ ଦଳ ବୈଠକରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ରଖି ନୀତୀଶ କୁମାର କହିଛନ୍ତି ବିହାର ରାଜନୀତିରୁ (Bihar Politics) ଜେଡିୟୁ କୁ ହଟାଇବା ପାଇଁ ବିଜେପି (BJP) ଷଡଯନ୍ତ୍ର କରୁଛି। ବିଜେପି ମୋତେ ସବୁବେଳେ ଅପମାନିତ କରିଛି। ବିଜେପି ଜେଡିୟୁ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରସ୍ତୁତି କରିଥିଲା। ଏହି ବୈଠକରେ ଯୋଗ ଦେବା ଅବସରରେ ଅନେକ ଜେଡିୟୁ ବିଧାୟକ, ବିଧାନ ପରିଷଦ ସଦସ୍ୟ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ସହଯୋଗୀ ଦଳ ବିଜେପି ସେମାନଙ୍କୁ ଗତ ୨୦୨୦ ବର୍ଷରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। 


ଚିରାଗ ପାସୱାନଙ୍କ (Chirag Paswan) ନାମ ନ ନେଇ ସେ କହିଥିଲେ ଯେ ଚିରାଗ ମଡେଲ (Chirag Model) ହେଉଛି ଏହାର ଏକ ଉଦାହରଣ। ଯଦି ସେମାନେ ବର୍ତ୍ତମାନ ସତର୍କ ହୋଇନଥାନ୍ତେ ତାହେଲେ ଦଳ ପାଇଁ ଏହା ଭଲ ହୋଇନଥାନ୍ତା। ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀା ହେବା ନେଇ ପଚରା ଯାଇଥିବା ପ୍ରଶ୍ନ ଉପରେ କୌଣସି ଜବାବ ରଖିନାହାଁନ୍ତି ନୀତିଶ କୁମାର।


ଅନ୍ୟପଟେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ଉପରେ ପ୍ରତିକ୍ରିୟା ରଖି ବିହାର ବିରୋଧି ଦଳ ନେତା (Bihar Opposition Leader) ତେଜସ୍ୱୀ ଯାଦବ କହିଛନ୍ତି ରାଜ୍ୟରେ ଗଠନ ହେବାକୁ ଯାଉଥିବା ମହାଗଠବନ୍ଧନ ସରକାରରେ ନୀତିଶ କୁମାର ହେଉଛନ୍ତି ଆମର ସର୍ବମାନ୍ୟ ନେତା। ବିହାର ରାଜନୀତିରେ ଏବେ ବିଜେପି ଏକୁଟିଆ ହୋଇଯାଇଛି। ହିନ୍ଦୀ ଭାଷା-ଭାଷୀ ଅଞ୍ଚଳରେ ବିଜେପି ପାଖରେ କୌଣସି ସହଯୋଗୀ ନାହାଁନ୍ତି। ନୀତିଶ କୁମାର ଦେଶର ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ଯେଉଁ ଦଳ ସହିତ ବିଜେପି ଗଠବନ୍ଧନ କରେ ସେହି ଦଳକୁ ଧ୍ୱଂସ କରିଦିଏ। ପଞ୍ଜାବ ଏବଂ ମହାରାଷ୍ଟ୍ର ରାଜନୀତିରେ ଏପରି ଘଟଣା ଘଟିବାର ଆମେ ଦେଖିଛୁ। ବିହାରରେ ସରକାର ଗଠନ କରିବା ପାଇଁ ଜେଡିୟୁ ଉଦ୍ଦେଶ୍ୟରେ ସମର୍ଥନ ଦେଇପାରେ ଆରଜେଡି। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ। ଏନେଇ ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav) କହିଛନ୍ତି ଯେ ତାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ କିମ୍ବା ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବାକୁ ଚେଷ୍ଟା କରେ ତାହେଲେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ।


Also Read: Bihar Politics: ରିସୋର୍ଟ ଉପରେ ଭରସା କରି ପାରୁନାହଁ ଆରଜେଡି 


ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟର ବକ୍ସର ଲୋକସଭା ସାଂସଦ (Buxar Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Union Minister Ashwini Choubey) ନୀତୀଶ କୁମାର ପଲ୍ଟୁ ରାମ (Paltu Ram) ବୋଲି କହୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ ବିହାରବାସୀ ତାଙ୍କୁ ଏକ ଶିକ୍ଷା ଦେବେ। ବିଜେପି ତାଙ୍କୁ ସବୁ କିଛି ଦେଇଛି। କେନ୍ଦ୍ର ସରକାରରେ ରେଳମନ୍ତ୍ରୀ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା।