Russia-Ukraine Crisis:ଭାରତୀୟ ଅର୍ଥନୀତି ଉପରେ ପଡ଼ିବ କେଉଁ ପ୍ରଭାବ? ଜବାବ ରଖିଲେ ଅର୍ଥମନ୍ତ୍ରୀ
କୋରୋନା ମହାମାରୀ ପରେ ଭାରତ ସମେତ ବିଶ୍ୱ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ଭରଣା ଏହି ସଂଘର୍ଷ କାରଣରୁ ଅନେକାଂଶରେ ପ୍ରଭାବିତ ହେବ।
ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷ କାରଣରୁ ଭାରତ ସମେତ ବିଶ୍ୱ ଅର୍ଥନୀତି ଉପରେ କେଉଁ ପ୍ରଭାବ ପଡି଼ବ ତାହା ଜଣାଇ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ସେ କହିଛନ୍ତି କୋରୋନା ମହାମାରୀ ପରେ ଭାରତ ସମେତ ବିଶ୍ୱ ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ଭରଣା ଏହି ସଂଘର୍ଷ କାରଣରୁ ଅନେକାଂଶରେ ପ୍ରଭାବିତ ହେବ।
ମାନବିକତା ପାଇଁ ତଥା ଅର୍ଥନୀତିରେ ପୁନରୁଦ୍ଧାରକୁ ଦୃଢ କରିବା ପାଇଁ କଠୋର ପଦକ୍ଷେପ ନେବା ଆବଶ୍ୟକ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଶାନ୍ତି ପାଇଁ କେତେବେଳେ ଏଭଳି ବିପଦ ସୃଷ୍ଟି ହୋଇନଥିଲା। ଋଷିଆ-ୟୁକ୍ରେନ ସଂଘର୍ଷ ଭାରତୀୟ ଅର୍ଥନୀତି ପାଇଁ ଏକ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଋଷୀୟ ସୈନ୍ୟ ୟୁକ୍ରେନ ଜମିର ଉପସ୍ଥିତ ଅଛନ୍ତି ଏବଂ ଯାହାର ଫଳ ସ୍ୱରୂପ ଏହି ସଂଘର୍ଷକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମାଗତ ଭାବେ ବଢିବାରେ ଲାଗିଛି।
ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ୟୁରୋପୀୟ ଦେଶ ଋଷିଆ ଉପରେ କଠୋର ପ୍ରତିବନ୍ଧକ ଲାଗଇବାକୁ ଘୋଷଣା କରିଛନ୍ତି। ଯେଉଁଥିପାଇଁ ପୁନର୍ବାର ଅର୍ଥନୈତିକ ପୁନରୁଦ୍ଧାର ଉପରେ ଏହାର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ
ଦେଶର ଅଭିବୃଦ୍ଧି ସହିତ ଏକ ନୂତନ ଆହ୍ୱାନ ଛିଡା଼ ହୋଇଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଏଭଳି ଉତ୍ତେଜନପୂର୍ଣ୍ଣ ପରିସ୍ଥିତି କେବେ ଦେଖାଯାଇ ନଥିଲା। ବର୍ତ୍ତମାନ ଏକ ଭୟ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି ଯେ ଋଷିଆ-ୟୁକ୍ରେନ ସଂଘର୍ଷ କାରଣରୁ କେବଳ ଭାରତ ନୁହେଁ ବିଶ୍ୱ ଅର୍ଥନୀତିରେ ଆରମ୍ଭ ହୋଇଥିବା ପୁନରୁଦ୍ଧାର ଉପରେ ଏହାର ପ୍ରଭାବ ଅନୁଭୂତ ହେବ। ହେଲେ ମାନବିକତା ପାଇଁ ଏହା ଜରୁରୀ ଯେ ଆର୍ଥିକ କ୍ଷେତ୍ରରେ କୌଣସି ପୁନରୁଦ୍ଧାର ପ୍ରତିବନ୍ଧକ ବିନା ଜାରି ରହିବ। ୟୁକ୍ରେନ ଉପରେ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି ଏବଂ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ହୋଇଯାଇଛି। ଏହି କାରଣରୁ ଭାରତର ଆମଦାନୀ ମୂଲ୍ୟରେ ବୃଦ୍ଧି ଘଟିପାରେ। ଯେଉଁଥିପାଇଁ ଏହାର ପ୍ରଭାବ ଅର୍ଥନୀତି ଉପରେ ନକାରାତ୍ମକ ପ୍ରମାଣିତ ହେବାର ଆଶଙ୍କା ରହିଛି।
Also Read: Russia-Ukraine Crisis: ଭୟାନକ ହେବାରେ ଲାଗିଛି ସ୍ଥିତି; ପୁଣି ବିଶ୍ୱ ମାନଚିତ୍ରରେ ଦୃଶ୍ୟମାନ ହୋଇପାରେ USSR
ଏକ ରିପୋର୍ଟ ଜରିଆରେ କୁହାଯାଇଛି ଯେ ଏସିଆ ମହାଦେଶରରେ ଋଷିଆ-ୟୁକ୍ରେନ ସଂଘର୍ଷ କାରଣରୁ ସର୍ବାଧିକ କ୍ଷତି ସହିଥିବା ଦେଶଙ୍କ ମଧ୍ୟରୁ ଭାରତ ଗୋଟିଏ ଦେଶ ହୋଇପାରେ। ତୈଳ ଏବଂ ଖାଦ୍ୟ ମୂଲ୍ୟରେ ସ୍ଥାୟୀ ବୃଦ୍ଧି ଏସିଆ ମହାଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। କେବଳ ସେତିକି ନୁହେଁ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇପାରେ। ଭାରତ ବର୍ତ୍ତମାନ କୋରୋନା ମହାମାରୀ ପ୍ରଭାବରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରଖିଛି। ସରକାର ବର୍ତ୍ତମାନ ଖର୍ଚ୍ଚ ବଢାଇ ଚାହିଦା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଅବଶ୍ୟ ଦରଦାମ ବୃଦ୍ଧି ହେତୁ ସରକାରଙ୍କ ସହ ସୀମିତ ସମ୍ବଳ ରହିବ ଏବଂ ଚାହିଦା ବୃଦ୍ଧି ପାଇଁ ପ୍ରୟାସ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ।