ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ପ୍ରଗତିଶୀଳ ସମାଜବାଦୀ ପାର୍ଟି। ଗୁରୁବାର ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଚାଚା ଶିବପାଲ ଯାଦବ ରାଜଧାନୀ ଲକ୍ଷ୍ନୌ ଠାରେ ଭେଟିବା ପରେ ୨ ଦଳ ମଧ୍ୟରେ ଗଠବନ୍ଧନ ହେବା ନେଇ ହୋଇଛି ଘୋଷଣା।  


COMMERCIAL BREAK
SCROLL TO CONTINUE READING

ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି (PSP)  ସହ ମେଣ୍ଟ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି (Samajwadi Party) ଏସପି ସଭାପତି (SP Supremo) ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଆଞ୍ଚଳିକ ଦଳକୁ ସାଥିରେ ନେଇ ସମାଜବାଦୀ ପାର୍ଟି ଏହାର ନୀତିକୁ କ୍ରମାଗତ ଭାବେ ମଜବୁତ କରିବାରେ ଲାଗିଛି। ଏହା ଦଳ ଏବଂ ଏହାର ସହଯୋଗୀଙ୍କୁ ଏକ  ଐତିହାସିକ ବିଜୟ ପଥରେ ଅଗ୍ରସର କରାଉଛି।


Also Read: UP Poll 2022: ଅଖିଲେଶ ଯାଦବଙ୍କ ସହ ମେଣ୍ଟ ପୂର୍ବରୁ ଦଳୀୟ ବୈଠକ ଡାକିଲେ ଶିବପାଲ ଯାଦବ


ଅନ୍ୟପଟେ ପିଏସପି ସୁପ୍ରିମୋ (PSP Supremo) ଶିବପାଲ ଯାଦବ (Shivpal  Yadav) ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିବା ପରେ ଏସପି ମେଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ତାଙ୍କ ଦଳକୁ କେତେ ଆସନ ମିଳିବ ସେ ନେଇ କୌଣସି ତଥ୍ୟ ମିଳିନାହିଁ। ହେଲେ କୁହଯାଇଛି ତାଙ୍କ ଦଳକୁ ୧୫ ଆସନ ମିଳିପାରେ। ମେଣ୍ଟ କରିବାକୁ ନେଇ ଚାଚା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲା। ଏହା ପରେ ଦୁଇ ଦଳ ମଧ୍ୟରେ ଗଠବନ୍ଧନ କରିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡି଼ଛି।    


Also Read: UP Poll 2022: Samajwadi Party ସହ ହେବ ମେଣ୍ଟ ନା ବିଲୟ? ଜବାବ ରଖିଲେ Shivpal Yadav


ଦଳୀୟ ବିବାଦକୁ କେନ୍ଦ୍ର କରି ୨୦୧୮ ବର୍ଷରେ ସମାଜବାଦ ପାର୍ଟି ଠାରୁ ଦୂରେଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ ଶିବପାଲ ଯାଦବ।  ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯଦି ଆମକୁ ୨୫% ଆସନ ମିଳେ ତାହେଲେ ଆମେ ଗଠବନ୍ଧନ କରିବା ପାଇଁ ପ୍ରସ୍ତୁତ।


Also Read: ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ


ଗୋଟିଏ ପଟେ ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଯାଇଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା। ଯାହାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ନିକଟରେ ବିଏସପି ଏବଂ ବିଜେପି ଭଳି ଦଳର ଅନେକ ବରିଷ୍ଠ ନେତା, ସାଂସଦ, ବିଧାୟକ ଦଳ ଛାଡି ସମାଜବାଦୀ ପାର୍ଟି ହାତ ଧରି ସାରିଛନ୍ତି। ଏନେଇ ମତ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ କହିଥିଲେ ଅନ୍ୟ ଦଳର ନେତା ଆମ ଦଳକୁ ଆସିବା ଦ୍ୱାରା ଦଳ ଆହୁରି ମଜବୁତ ହେବ।