ଆସନ୍ତା ଗୁରୁବାର ହେବାକୁ ଯାଉଥିବା ଏହି ବୈଠକରେ ଏସପି ସହିତ ପିଏସପି ମେଣ୍ଟ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ମେଣ୍ଟ ଗଠନ ତଥା ଦଳୀୟ ରଣନୀତି କାର୍ଯ୍ୟକୁ ଜୋରଦାର କରିବାରେ ଲାଗିପଡି଼ଛନ୍ତି ବିଭିନ୍ନ ରାଜନୈତିକ ଦଳ।
ଏହି କ୍ରମରେ ପ୍ରଗତିଶୀଳ ସମାଜବାଦ ପାର୍ଟି (Pragatisheel Samajwadi Party) ପିଏସପି ସଭାପତି (PSP President) ଶିବପାଲ ସିଂହ ଯାଦବ (Shivpal Singh Yadav) ନିର୍ବାଚନ ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ସହ ତାଙ୍କର କୌଣସି ରାଜନୈତିକ ସମ୍ପର୍କ ଗଠନ ହୋଇପାରୁନାହିଁ। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ପିଏସପି ସଭାପତି ଡିସେମ୍ବର ୧୬ ତାରିଖରେ ଦଳର ଜିଲ୍ଲା ସଭାପତି, ନଗର ସଭାପତି, ମଣ୍ଡଳ ପ୍ରଭାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ଗୁରୁବାର ହେବାକୁ ଯାଉଥିବା ଏହି ବୈଠକରେ ସମାଜବାଡି ପାର୍ଟି ସହିତ ପିଏସପି ମେଣ୍ଟ କରିବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ।
Also Read: UP Poll 2022: Samajwadi Party ସହ ହେବ ମେଣ୍ଟ ନା ବିଲୟ? ଜବାବ ରଖିଲେ Shivpal Yadav
ବିଗତ ଏକ ମାସ ଧରି ଏସପି-ପିଏସପି ମଧ୍ୟରେ ମେଣ୍ଟ ହେବାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ଚର୍ଚ୍ଚା ଜାରି ରହିଛି। ଅନ୍ୟପଟେ ଚାଚା ଶିବପାଲ ଯାଦବଙ୍କ ପ୍ରତି ପୁତୁରା ଅଖିଲେଶ ଯାଦବଙ୍କ ଆଭିମୁଖ୍ୟ ପରିବର୍ତ୍ତନ ହେଉଛି। ହେଲେ ଆଗାମୀ ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଏହି କାରଣରୁ ଅନେକ ଜିଲ୍ଲାରେ ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇପାରିଲା ନାହିଁ। ନିର୍ବାଚନ ଏବଂ ଦଳୀୟ ସଙ୍ଗଠନର ପ୍ରସ୍ତୁତି ସମ୍ପର୍କରେ ଶିବପାଲ ସିଂ ଯାଦବ ଗୁରୁବାର ଏକ ବୈଠକ ଡାକିଛନ୍ତି। ଏଥିରେ ଦଳର ସଭାପତି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିବେ।
Also Read: ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ
ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ଅଖିଳେଶ ଯାଦବ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ନିକଟରେ ସମ୍ବିଧାନ ଦିବସ ଅବସରରେ ଲକ୍ଷ୍ନୌ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଯେ ସମାଜବାଦୀ ପାର୍ଟି ଦ୍ୱାରା ଗଠିତ ମେଣ୍ଟ ବର୍ତ୍ତମାନ ଆଗକୁ ବଢିବ। ଆଉ ଏକ ଛୋଟ ଦଳ ଅଛି ଯାହାକୁ ସେ ନିଜ ସାଥିରେ ନେଇଯିବେ। ଏହି ଦଳ କ'ଣ ପିଏସପି ବୋଲି ପଚରାଯାଇଥିବା ପ୍ରଶ୍ନର ଜବାବରେ ସେ କହିଥିଲେ ଆମ ମଧ୍ୟରେ ଗଠବନ୍ଧନ ହୋଇସାରିଛି।
Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP
ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରୁ ଶିବପାଲ ଯାଦବ ଏବଂ ଅଖିଲେଶ ଯାଦବଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସେହି ବର୍ଷ ପିତା ମୁଲାୟମ ସିଂହ ଯାଦବଙ୍କ ସ୍ଥାନରେ ଅଖିଲେଶ ଯାଦବ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ଶିବପାଲ ଯାଦବ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ପାରିବାରିକ ବିବାଦ କାରଣରୁ ସେ ଦଳ ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦ ପାର୍ଟି ନାମରେ ଏକ ନୂଆ ଦଳ ଗଠନ କରିଥିଲେ।