ସାମାଜିକ ପରିବର୍ତ୍ତନ ରଥ ଯାତ୍ରା ସମୟରେ ସମସ୍ତେ ଆମ ଦଳର ଶକ୍ତି ବାବଦରେ ଜାଣି ସାରିଛନ୍ତି।
Trending Photos
ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ ହେବ ନା ଦଳକୁ ବିଲୟ କରାଯିବା ତାହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି ପ୍ରଗତିଶୀଳ ସମାଜବାଦୀ ପାର୍ଟି। ଏ ପ୍ରସଙ୍ଗରେ ଦଳର ସୁପ୍ରିମୋ ବିଭିନ୍ନ ସମୟରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ମେଣ୍ଟ ହେବ ନା ଦଳର ବିଲୟ ହେବ ସଦ୍ୟ ଏହି ପ୍ରଶ୍ନର ଜବାବ ରଖି ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ସୁପ୍ରିମୋ (PSP Supremo) ଶିବପାଲ ଯାଦବ (Shivpal Yadav) କହିଛନ୍ତି ଏ ପ୍ରସଙ୍ଗରେ ନିଷ୍ପତ୍ତି ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav) ନେବେ। ସମୟ ସହିତ ରାଜନୀତି ବଦଳିଯାଏ। ଏଥିରେ କୌଣସି ସ୍ଥାୟୀତ୍ୱ ନାହିଁ।
Also Read: ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ
ସାମାଜିକ ପରିବର୍ତ୍ତନ ରଥ ଯାତ୍ରା ସମୟରେ ସମସ୍ତେ ଆମ ଦଳର ଶକ୍ତି ବାବଦରେ ଜାଣି ସାରିଛନ୍ତି। ଆମର ପ୍ରାଥମିକତା ହେଉଛି ଦେଶ ତଥା ରାଜ୍ୟରୁ ସାମ୍ପ୍ରଦାୟିକତାକୁ ହଟାଇବା। ଏଥିପାଇଁ ସମସ୍ତ ଧର୍ମନିରପେକ୍ଷ ଦଳ ଏକଜୁଟ ହୋଇ ୨୦୨୨ ବିଧାନସଭା ନିର୍ବାଚନରେ ଜିତିବା ଆବଶ୍ୟକ। ଏଠାରୁ ଆପଣ କେନ୍ଦ୍ରରେ ପହଞ୍ଚିବାର ରାସ୍ତା ପାଇବେ। ଅନ୍ୟଥା, ସାମ୍ପ୍ରଦାୟିକ ଶକ୍ତି ଅଧିକ ଶକ୍ତିଶାଳୀ ହେବ। ଅପମାନ ଏବଂ ଅସନ୍ତୋଷ ହେତୁ ରାଜନୀତିରେ କିଛି ହେବ ନାହିଁ। ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତିବାକୁ ହେଲେ ବହୁ ଚିନ୍ତା ପରେ ରଣନୀତି ପ୍ରସ୍ତୁତ କରିବାକୁ ହେବ।
ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ସହ ଗଠବନ୍ଧନ କରାଯିବ ବୋଲି କହିଛନ୍ତି ପିଏସପି ମୁଖ୍ୟ। ଅଖିଳେଶ ଯାଦବଙ୍କ ସହ ମିଶି ନିର୍ବାଚନ ଲଢିବା ଏବଂ ସମାଜବାଦ ପାର୍ଟି ସହ ଦଳର ମିଶ୍ରଣ ପାଇଁ ଆମେ ପ୍ରସ୍ତୁତ ହେଲେ ଆତ୍ମ ସମ୍ମାନ ସହ କୌଣସି ପ୍ରକାର ଆପୋଷ ବୁଝାମଣା କରି ହେବ ନାହିଁ। ଏହା ସହିତ ସେ ଆହୁରି କହିଛନ୍ତି ଯଦି ଆମ ଲୋକକୁ ସମ୍ମାନ ପୂର୍ବକ ଟିକେଟ୍ ଦିଆଯାଏ ତାହେଲେ ଦଳର ବିଲୟ ପାଇଁ ଆମେ ରାଜି ଅଛୁ।
Also Read: SP ସହ ବିଲୟ ହେବ PSP; ଚାଚା ଶିବପାଲ ଯାଦବ ରଖିଲେ ଏହି ସର୍ତ୍ତ
ଦୀପାବଳି ପାଳିବାକୁ ନିଜ ପୈତୃକ ଗ୍ରାମ ସୈଫଇ ଠାରେ ପହଞ୍ଚିଥିବା ଅଖିଲେଶ ଯାଦବ କହିଥିଲେ ଦଳରେ ଚାଚା ଶିବପାଲ ଯାଦବଙ୍କୁ ସମ୍ମାନ ଦିଆଯିବ ଏବଂ ତାଙ୍କ ଲୋକଙ୍କୁ ମଧ୍ୟ ଉପଯୁକ୍ତ ଆସନ ପ୍ରଦାନ କରାଯିବ। ଅନ୍ୟପଟେ ଚାଚା କହିଛନ୍ତି ଅଖିଳେଶ ଯାଦବ ଯାହା କରିବାକୁ ଚାହୁଁଛନ୍ତି ତାହା ଯଥାଶୀଘ୍ର କରନ୍ତୁ।
ଗତ ୨୦୧୮ ବର୍ଷରେ ସମାଜବାଦ ପାର୍ଟି ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ପୁଣି ଥରେ ସମାଜବାଦ ପାର୍ଟି ସହ ଏକାଠି ହେବାକୁ ଚାହୁଁଛନ୍ତି ଶିବପାଲ ଯାଦବ। ନିକଟରେ ସେ କହିଥିଲେ ଆମକୁ ୨୫ ପ୍ରତିଶତ ସିଟ ମିଳେ ଆମେ ସମାଜବାଦ ପାର୍ଟି ସହ ଆସିବୁ।
Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP
ସମାଜବାଦ ପାର୍ଟିକୁ ରାଜ୍ୟ ରାଜନୀତିକୁ ଆଣିବାରେ ମୁଁ ବହୁତ ପରିଶ୍ରମ କରିଛି। ଯଦି ଆଗାମୀ ନିର୍ବାଚନରେ ଏସପି-ପିଏସପି ମଧ୍ୟରେ ମେଣ୍ଟ ନହୁଏ ତାହେଲେ ଆମେ କୌଣସି ରାଷ୍ଟ୍ରୀୟ ଦଳ ସହ ଗଠବନ୍ଧନ କରିବୁ। ଆମେ ସମାଜବାଦ ପାର୍ଟି ସଂସ୍ଥାପକ ନେତାଜୀ ଅର୍ଥାତ ମୁଲାୟମ ସିଂହ ଯାଦବଙ୍କ ସହ ୪୦-୪୫ ଧରି ବର୍ଷ ଧରି କାମ କରି ଦଳକୁ ସଫଳତାର ଶିଖରରେ ପହଞ୍ଚାଇଛି।