ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ
Advertisement
Article Detail0/zeeodisha/odisha1027602

ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ

 ଜିଲ୍ଲାର ନାମ ପରିବର୍ତ୍ତନ କରିବା ଦ୍ୱାରା ଜନସାଧାରଣ ଏହି ସରକାରକୁ ବଦଳାଇ ଦେବେ। 

ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ  ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ନିର୍ବାଚନ ସମର ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ନିର୍ବାଚନ ରଣନୀତି ପ୍ରସ୍ତୁତି। ଶନିବାର ଏହିକ୍ରମରେ ଶାସକ ବିଜେପି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଜମଗଡ ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ରାଜ୍ୟ ବିଶ୍ୱବିଦ୍ୟାଳୟର ମହାରାଜା ସୁହେଲଦେବଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ଜିଲ୍ଲାର ନାଁ ପରିବର୍ତ୍ତନ କରି ଆର୍ଯ୍ୟମଗଡ଼ କରିବାକୁ ସଙ୍କେତ ଦେଇଛନ୍ତି। ଏପରି ଘୋଷଣା କରି ଶାସକ ବିଜେପି ରାଜ୍ୟର ପୂର୍ବାଞ୍ଚଳରେ ଦଳୀୟ ରାଜନୈତିକ ସ୍ଥିତିକୁ ବଢାଇବା ଲାଗି ପ୍ରୟାସ କରିଛି। 

ଅନ୍ୟପଟେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party)ପିଏସପି ଅଧ୍ୟକ୍ଷ (PSP President) ଶିବପାଲ ଯାଦବ (Shivpal Singh Yadav) ପରିବର୍ତ୍ତନ ରଥ ଯାତ୍ରା ନେଇ ୨ ଦିନିଆ ଆଜମଗଡ ଗସ୍ତରେ ଆସିଛନ୍ତି। ଏନେଇ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସାମାଜିକ ପରିବର୍ତ୍ତନ ଯାତ୍ରା ଅବସରରେ ସେ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବ। ଗତ ଅକ୍ଟୋବର ୧୨ ତାରିଖରୁ ମଥୁରା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୬୫ ଜିଲ୍ଲା ପରିଦର୍ଶନ କରିସାରିଛି।

Also Read: UP Assembly Election 2022: ଜୟ-ପରାଜୟ ନିଷ୍ପତ୍ତି ନେବ ପୂର୍ବାଞ୍ଚଳର ୧୫୬ ଆସନ

ଆଜମଗଡ଼ ଗସ୍ତ ଅବସରର ବିଜେପି (BJP) ଉଦ୍ଦେଶ୍ୟରେ ଟାର୍ଗେଟ କରି ଶିବପାଲ ଯାଦବ କହିଛନ୍ତି ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ଭଳି କାର୍ଯ୍ୟ କରୁଛି। ବିଜେପି ଜାତି ଧର୍ମ, ହିନ୍ଦୁ-ମୁସଲମାନ ନାଁରେ ରାଜନୀତି କରୁଯାଉଛି।

ଆଜମଗଡ଼ (Azamgarh) ଜିଲ୍ଲାର ନାଁ ପରିବର୍ତ୍ତନ କରି ଆର୍ଯ୍ୟମଗଡ଼ (Aryamgarh) କରିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରଖିଥିବା ବୟାନ ଉପରେ ଜବାବ ରଖି ପିଏସପି ଅଧ୍ୟକ୍ଷ କହିଛନ୍ତି ଜିଲ୍ଲାର ନାମ ପରିବର୍ତ୍ତନ କରିବା ଦ୍ୱାରା ଜନସାଧାରଣ ଏହି ସରକାରକୁ ବଦଳାଇ ଦେବେ। ଏହି ଜିଲ୍ଲା  କୈଫି ଆଜମି ପରି ବ୍ୟକ୍ତିତ୍ୱ ପ୍ରଦାନ କରିବା କାର୍ଯ୍ୟ କରିଛି। ହେଲେ ଶାସକ ଦଳ ଏଠାକାର ଲୋକଙ୍କୁ କୀଟପତଙ୍ଗ ଭଳି ବ୍ୟବହାର କରିବା ସହ ଅପମାନିତ କରୁଛି।

Also Read: SP ସହ ବିଲୟ ହେବ PSP; ଚାଚା ଶିବପାଲ ଯାଦବ ରଖିଲେ ଏହି ସର୍ତ୍ତ

ଅଖିଲେଶ ଯାଦବ ଯଦିଓ ଅପମାନ କରିଛନ୍ତି ହେଲେ ପୂର୍ବାଞ୍ଚଳର ବିକାଶ କରିବା ଲାଗି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ (Purvanchal Expressway) ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ପାଇଁ ୬୦ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ସମାଜବାଦ ପାର୍ଟି ସରକାର ଅମଳରେ ହୋଇଥିଲା। ବର୍ତ୍ତମାନର ସରକାର ଅମଳରେ କୌଣସି କାମ କରାଯାଇନାହିଁ। 

Also Read: UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ସମାଜବାଦ ପାର୍ଟି (Samajwadi Party) ସହ ମେଣ୍ଟ କରିବା ଉପରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ଗଠବନ୍ଧନ କରାଯିବ। ଆସନ୍ତା ୨୨ ତାରିଖେ ସମାଜବାଦ ପାର୍ଟି ସଂସ୍ଥାପକ (Samajwadi Party Founder) ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ଜନ୍ମଦିନ ଅବସରରେ ଉଭୟ ଦଳ ମଧ୍ୟରେ ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନ ପାଇଁ ମେଣ୍ଟ ଗଠନ ଏବଂ ଗଠବନ୍ଧନ କରିବା ପ୍ରସଙ୍ଗରେ ଆଲୋଚନା ହୋଇପାରେ।