ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି  ନିର୍ବାଚନ ରଣନୀତି ପ୍ରସ୍ତୁତି। ଅନ୍ୟପଟେ ମେଣ୍ଟ ଗଠନ କରିବାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଚାଲିଛି କଥାବାର୍ତ୍ତା। 


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ଗତ ଶନିବାର ରାଜ୍ୟର ସୀତାପୁର ଠାରେ ପହଞ୍ଚିଥିବା ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମପ୍ରକାଶ ରାଜଭର (Om Prakash Rajbhar) ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ (AIMIM President Asaduddin Owaisi) ବାବଦରେ ଏକ ବଡ଼ ବୟାନ ଦେଇଛନ୍ତି।


Also Read: ମୋତେ ହତ୍ୟା କରିପାରେ ବିଜେପି; ମିଥ୍ୟା ମାମଲାରେ ଫସାଇବାକୁ ହେଉଛି ଷଡ଼ଯନ୍ତ୍ର: OP Rajbhar


ଏନେଇ ଏସବିଏସପି ଅଧ୍ୟକ୍ଷ କହିଛନ୍ତି ମୁଁ କହିବାକୁ ଚାହେଁ ଯେଉଁମାନେ ରାଜ୍ୟରେ ଅଧିକାର ସହିତ ସମ୍ମାନ ଚାହୁଁଛନ୍ତି, ଜାତିଗତ ଜନଗଣନା କରିବାକୁ ଚାହୁଁଛନ୍ତି, ଘରୋଇ ବିଦ୍ୟୁତ୍ ବିଲ୍ ଛାଡିବାକୁ ଚାହୁଁଛନ୍ତି, ସମାନ ବାଧ୍ୟତାମୂଳକ ମାଗଣା ଶିକ୍ଷା ପାଇବାକୁ ଚାହୁଁଛନ୍ତି ମୁଁ ସେହି ବନ୍ଧୁଙ୍କୁ କହୁଛି ସେମାନେ ୧୦୦ ଆସନରେ ନିର୍ବାଚନ ଲଢିବା ଅପେକ୍ଷା ୧୦ ଆସନରେ ନିର୍ବାଚନ ଲଢିବା ଭଲ। ଯଦି ଆପଣ ୧୦୦ ଆସନରେ ନିର୍ବାଚନ ଲଢନ୍ତି ତାହେଲେ ସବୁ ଆସନରେ ହାରିଯିବେ। ହେଲେ ୧୦ ଆସନରେ ଲଢନ୍ତି, ତାହେଲେ ଆପଣ ସବୁ ଆସନରେ ବାଜିମାତ କରିପାରିବେ। ଏହା ଉପରେ ବିଚାର କରିବା ଆବଶ୍ୟକ।


ଆମେ ରାଜ୍ୟରେ ଜାତିଗତ ଜନଗଣନା, ସାମାଜିକ ନ୍ୟାୟ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, ଘରୋଇ ବିଦ୍ୟୁତ ବିଲ୍ ଛାଡ଼ କରିବା, ଗରିବଙ୍କୁ ମାଗଣା ଚିକିତ୍ସା ଯୋଗାଇବା, ଘୃଣା ରାଜନୀତିକୁ ସମାପ୍ତ କରିବା, ଭାଇଚାରା ସୃଷ୍ଟି କରିବା ଏବଂ ଆଇନ ଶୃଙ୍ଖଳା ପୁନଃସ୍ଥାପିତ କରିବାକୁ ବୁଝାମଣା କରିଛୁ। 


Also Read: Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ


ନିକଟରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ପକ୍ଷରୁ ଆଜମଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରାଯାଉଥିବା ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟର ନାଁ ମହାରାଜ ସୁହେଲଦେବଙ୍କ ନାମରେ ନାମିତ କରିବାକୁ ସ୍ୱାଗତ କରିଛନ୍ତି ଓମ ପ୍ରକାଶ ରାଜଭାର। ହେଲେ ଏନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ସୁହେଲଦେବ ଆଗରେ ରାଜଭର କାହିଁକି ଲେଖାଗଲା ନାହିଁ। ଏନେଇ ସେ କହିଛନ୍ତି ଯେତେବେଳେ ପୃଥିରାଜ ଚୌହ୍ୱାନ, ପଣ୍ଡିତ ଦୀନଦୟାଲ, ରାମ ମନୋହର ଲୋହିଆ ଲେଖାଯାଇ ପାରୁଛି ତାହେଲେ ରାଜଭାର ଲେଖିବାରେ ଅସୁବିଧା କେଉଁଠି ରହିଛି? ଏହା ସହିତ ସେ କହିଛନ୍ତି ବର୍ତ୍ତମାନ ସେମାନେ ତାଙ୍କ ନାମରେ ଟ୍ରେନ୍ ଚଳାନ୍ତୁ କିମ୍ବା ବିଶ୍ୱବିଦ୍ୟାଳୟକୁ ତାଙ୍କ ନାଁ ନାମିତ କରନ୍ତୁ ଏହା ଭାରତୀୟ ସମାଜ ପାର୍ଟି ହୋଇପାରିଛି। ଯେଉଁ କାରଣରୁ ବିଜେପି ଏହି କାମ କରୁଛି।


Also Read: ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ହୋଇନଥାନ୍ତା ବିଭାଜନ: OP Rajbhar


ପୂର୍ବରୁ ରାଜ୍ୟରେ ବିଜେପି ସରକାର ଗଠିତ ହୋଇଥିଲେ ମଧ୍ୟ ନାମ କେହି ଜାଣି ନଥିଲେ। ହେଲେ ମୁଁ ସେଭଳି ପରିସ୍ଥିତି ସୃଷ୍ଟି କରିଛି। ଯେମିତି ଶ୍ରୀ ଗଣେଶ ନମଃ ଉଚ୍ଚାରଣରୁ ପୂଜା ଆରମ୍ଭ ହୋଇଥାଏ ସେମିତି ରାଜନୀତିରେ ଯେ ପର୍ଯ୍ୟନ୍ତ ସୁହଲଦେବୟା ନାମ ଉଚ୍ଚାରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଦେଶର କଲ୍ୟାଣ ହେବ ବୋଲି କେହି କହିପାରିବେ ନାହିଁ।