ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରଙ୍କ ପକ୍ଷରୁ ସଦ୍ୟ ନିଆଯାଇଥିବା ଏକ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏବେ ମହାରାଷ୍ଟ୍ରର ଶାସନ ଗାଦିରେ ବସିଥିବା ଉଦ୍ଧବ ସରକାର ବିରୋଧି୍ ଦଳର ନେତାଙ୍କୁ ମିଳୁଥିବା ସୁରକ୍ଷାକୁ ହ୍ରାସ କରିଛନ୍ତି। ଯାହା ଏବେ ସେଠାକାର ରାଜନୀତିରେ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୁରକ୍ଷା ହ୍ରାସ କରାଯାଇଥିବା ନେତାଙ୍କ ତାଲିକାରେ ରହିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ, ଏମଏନଏସ ଅଧ୍ୟକ୍ଷ ରାଜ ଠାକରେ, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ସାମିଲ ରହିଛନ୍ତି।       


ମହାବିକାଶ ଅଘାଡି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ମୁଖ୍ୟ ବିରୋଧି ବିଜେପି ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା-ଏମଏନଏସ (Maharashtra Navnirman Sena-MNS)। ଉଭୟ ଫଡନାଭୀସ, ଠାକରେଙ୍କୁ ମିଳୁଥିବା ବୁଲେଟପ୍ରୁଫ କାରକେଡକୁ (Bullet Proof Carcade) ମଧ୍ୟ ହଟାଇ ଦିଆଯାଇଛି।   


Also Read: କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'


 


ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ନେତା ରାମ କାଦାମ କହିଛନ୍ତି ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି। ଅନ୍ୟପଟେ ଏମଏନଏସ ପକ୍ଷରୁ କୁହାଯାଇଛି ଦଳୀୟ ନେତାଙ୍କୁ ସୁରକ୍ଷା ଯୋଗାଇବାକୁ ଦଳ ସକ୍ଷମ। ଏପରିକି ଦଳୀୟ ସୁପ୍ରିମୋ ରାଜ ଠାକରେଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ସମ୍ଭବ। ବର୍ଷେ ପୂର୍ବେ ଯେତେବେଳେ ମହାରାଷ୍ଟ୍ର ସରକାର ଭାରତ ରତ୍ନ ପୁରସ୍କାର ପ୍ରାପ୍ତ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା।


Also Read: କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର


ପୂର୍ବରୁ ବେଶ ଲମ୍ବା ସମୟ ଧରି ପରସ୍ପରର ସହଯୋଗୀ ଥିବା ଉଭୟ ଶିବସେନା-ବିଜେପି ସମୟ ଚକ୍ରରେ ପରସ୍ପରର ପ୍ରତିଦ୍ୱନ୍ଦୀ ପାଲଟିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛନ୍ତି।