କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର
Advertisement

କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର

ବିଶ୍ୱ ମହାମାରୀ କୋଭିଡ୧୯ ମୁକାବିଲା କରିବା କ୍ଷେତ୍ରରେ ଫେଲ ମାରିଥିବା ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ଠାକରେଙ୍କ ସରକାର ଏବେ ପୁନର୍ବାର ବିବାଦ ଘେରକୁ ଚାଲି ଯାଇଛନ୍ତି। ରାଜ୍ୟରେ କୋରୋନା ସଂକଟ ଜାରି ରହିଥିବା ବେଳେ ମନ୍ତ୍ରୀଙ୍କ ପାଇଁ ଗାଡି କିଣିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି ।     

କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବିଶ୍ୱ ମହାମାରୀ କୋଭିଡ୧୯ ମୁକାବିଲା କରିବା କ୍ଷେତ୍ରରେ ଫେଲ ମାରିଥିବା ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ଠାକରେଙ୍କ ସରକାର ଏବେ ପୁନର୍ବାର ବିବାଦ ଘେରକୁ ଚାଲି ଯାଇଛନ୍ତି। ରାଜ୍ୟରେ କୋରୋନା ସଂକଟ ଜାରି ରହିଥିବା ବେଳେ ମନ୍ତ୍ରୀଙ୍କ ପାଇଁ ଗାଡି କିଣିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି ।  
 
ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଅଧିନସ୍ଥ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନଥିବା ବେଳେ, ଅନ୍ୟପକ୍ଷେ ମନ୍ତ୍ରୀ ଏବଂ ଅଧିକାରୀଙ୍କ ପାଇଁ କାର କିଣାଯାଉଛି। ଏନେଇ ବିରୋଧି ଦଳ ଅଭିଯୋଗ କରିଛନ୍ତି, ଜନସାଧାରଣଙ୍କ ସମସ୍ୟା ପରିବର୍ତ୍ତେ ମହାରାଷ୍ଟ୍ର ସରକାର କେବଳ ମନ୍ତ୍ରୀ ଓ ଅଧିକାରୀଙ୍କ ସୁବିଧା ପାଇଁ ଚିନ୍ତିତ।

ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ଆଦେଶରେ ଅନୁସାରେ, ବିଭାଗୀୟ ମନ୍ତ୍ରୀ ବର୍ଷା ଗାଏକୱାଡ ଏବଂ ଅଧିକାରୀଙ୍କ ପାଇଁ ୬ଟି ଗାଡି କିଣିବା ନେଇ କୁହାଯାଇଥିଲା। ମନ୍ତ୍ରୀଙ୍କ ପାଇଁ ୪ଟି, ଅଧିକାରୀ ଏବଂ କର୍ମଚାରୀଙ୍କ ଲାଗି ଗୋଟିଏ ଗାଡି କିଣାଯିବାର ଥିଲା। ଶିକ୍ଷାମନ୍ତ୍ରୀଙ୍କ ଲାଗି ସବୁଠାରୁ ମହଙ୍ଗା କାର କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ସରକାର ଇନୋଭା କ୍ରିଷ୍ଟା ଗାଡି କିଣା ଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ୮୩ ହଜାର ଟଙ୍କା ହେବ। 

ଏ ପ୍ରସଙ୍ଗରେ ବିରୋଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ଯେତେବେଳେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ, ସେତେବେଳେ ମନ୍ତ୍ରୀଙ୍କ ପାଇଁ ଏଭଳି ଦାମୀ କାର କିଣିବାର କ'ଣ ଆବଶ୍ୟକତା ରହିଛି? ଏନେଇ ମତ ରଖି ବିଜେପି ମୁଖପାତ୍ର ରାମ କାଦାମ କହିଛନ୍ତି, ସରକାର କରୋନା ଭଳି ମହାମାରୀରେ ମଧ୍ୟ ଲୋକଙ୍କ ସେବା କରୁଥିବା କରୋନା ଯୋଦ୍ଧାଙ୍କ ଦରମା କାଟିଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟବାସୀଙ୍କୁ କରୋନା ପ୍ୟାକେଜ ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ହେଲେ ମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କାର କାର କିଣିବାକୁ ସରକାରଙ୍କ ପାଖରେ ଟଙ୍କା ରହିଛି।

କିଛି ଦିନ ପୂର୍ବେ ମହାରାଷ୍ଟ୍ର ରିଲିଫ ଏବଂ ପୁନର୍ବାସ ବିଭାଗ ମନ୍ତ୍ରୀ ବିଜୟ ଭେଡେଟିୱାର କହିଥିଲେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ। ରାଜସ୍ୱରେ ବ୍ୟାପକ ହ୍ରାସ ଘଟିଛି। ଆସନ୍ତା ମାସରେ ଦରମା ଦେବାକୁ ଋଣ ନେବାକୁ ପଡିପାରେ। ହେଲେ ବର୍ତ୍ତମାନ ମନ୍ତ୍ରୀ ଏହି ବିବୃତ୍ତି ଉପରେ ପ୍ରଶ୍ନ ଉଠିଛି । ଯଦି ସରକାରଙ୍କ ପାଖରେ ଅର୍ଥ ନାହିଁ, ମନ୍ତ୍ରୀଙ୍କ ଏଭଳି ଦାମୀ ଗାଡି କିଣିବାର ଆବଶ୍ୟକତା କ’ଣ?