ଗୃହରେ ବର୍ଷିଲେ ଶିବସେନା ସାଂସଦ ସଞ୍ଜୟ, କାହିଁକି ପଢନ୍ତୁ...
Advertisement

ଗୃହରେ ବର୍ଷିଲେ ଶିବସେନା ସାଂସଦ ସଞ୍ଜୟ, କାହିଁକି ପଢନ୍ତୁ...

କୋରୋନାକୁ ନେଇ ଗୁରୁବାର ଦିନ ସଂସଦର ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ମହାରାଷ୍ଟ୍ରରେ କୋରୋନା ସ୍ଥିତିକୁ ନେଇ ଉଭୟ ପ୍ରଶ୍ନକର୍ତ୍ତା ଓ ଉତ୍ତରଦାୟୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରଶ୍ନକର୍ତ୍ତାଙ୍କୁ କଡ଼ା ଭାଷାରେ ଜବାବ ଦେଇଥିଲେ।  ସଂସଦରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ। ହର୍ଷବର

ଗୃହରେ ବର୍ଷିଲେ ଶିବସେନା ସାଂସଦ ସଞ୍ଜୟ, କାହିଁକି ପଢନ୍ତୁ...

ନୂଆଦିଲ୍ଲୀ: କୋରୋନାକୁ ନେଇ ଗୁରୁବାର ଦିନ ସଂସଦର ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ମହାରାଷ୍ଟ୍ରରେ କୋରୋନା ସ୍ଥିତିକୁ ନେଇ ଉଭୟ ପ୍ରଶ୍ନକର୍ତ୍ତା ଓ ଉତ୍ତରଦାୟୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରଶ୍ନକର୍ତ୍ତାଙ୍କୁ କଡ଼ା ଭାଷାରେ ଜବାବ ଦେଇଥିଲେ। 

ସଂସଦରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ। ହର୍ଷବର୍ଦ୍ଧନଙ୍କ ମନ୍ତବ୍ୟ ଉପରେ ଚାଲୁଥିବା ଚର୍ଚ୍ଚା ସମୟରେ ସଞ୍ଜୟ ରାଉତ କହିଥିଲେ କି, ମୁଁ ସଦନକୁ ପଚାରିବାକୁ ଚାହୁଁଛି କି, ମହାରାଷ୍ଟ୍ରରେ ଏତେ ସଂଖ୍ୟାରେ କୋରୋନା ସଂକ୍ରମିତ ସୁସ୍ଥ କିପରି ହୋଇଛନ୍ତି। କଟାକ୍ଷ କରି ସଞ୍ଜୟ କହିଥିଲେ କି, କଣ ସମସ୍ତ ସଂକ୍ରମିତ ଭାଉଜଙ୍କ ଦ୍ୱାରା ହୋଇଥିବା ପାମ୍ପଡ଼କୁ ଖାଇ ସୁସ୍ଥ ହୋଇଛନ୍ତି କି। ଏହା ଏକ ରାଜନୈତିକ ଲଢେଇ ନୁହେଁ, ବରଂ ଲୋକଙ୍କ ଜୀବନର କଥା। ଏହି ମହାମାରୀରରୁ କିପରି ଧନଜୀବନକୁ ରକ୍ଷା କରାଯାଇ ପାରିବ ତାହା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛି। 

ସଞ୍ଜୟ ରାଉତ ଆହୁରି ମଧ୍ୟ କହିଥିଲେ କି, ମୋ ମା ଓ ଭାଇ ମଧ୍ୟ କୋଭିଡ଼ ସଂକ୍ରମିତ ହୋଇଥିଲେ। ମହାରାଷ୍ଟ୍ରରେ ଆହୁରି ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଲକ୍ଷାଧିକ ସଂଖ୍ୟରେ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି। ଆଜିର ସମୟରେ ଧରାଓ୍ୱିର ସ୍ଥିତିରେ ମଧ୍ୟ ଦ୍ରୁତ ସୁଧାର ଆସିଛି। କୋରୋନା ନିୟନ୍ତ୍ରଣ କ୍ଷେତ୍ରରେ ବ୍ରିହାନ ମୁମ୍ବାଇ କର୍ପୋରେସନର କାର୍ଯ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ଏପଟେ କିନ୍ତୁ ସଂସଦରେ ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ ସଂସଦରେ କିଛି ସଦସ୍ୟ ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟ ରାଉତ ସଂସଦରେ କହିଥିଲେ। 

ଏହା ସହିତ ସେ ଦେଶର ଆର୍ଥିକ ସ୍ଥିତି ନେଇ ମଧ୍ୟ ବର୍ଷିଥିଲେ। ଲାଭ ଏବଂ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଜବାହରଲାଲ ନେହରୁ ବନ୍ଦର ଟ୍ରଷ୍ଟକୁ ଘରୋଇକରଣ ନକରିବାକୁ ସଞ୍ଜୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଶୂନ୍ୟକାଳରେ ସେ ଜବାହରଲାଲ ନେହରୁ ପୋର୍ଟ ଟ୍ରଷ୍ଟ (jnpt)ର ଘରୋଇକରଣ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ବିମୁଦ୍ରୀକରଣ ଏବଂ କୋଭିଡ -୧୯ ମହାମାରୀ ଯୋଗୁଁ ଦେଶର ଅର୍ଥନୈତିକ ସ୍ଥିତି ଖରାପ ହୋଇଯାଇଛି। ଆମର ଜିଡିପି ଏବଂ ରିଜର୍ଭ ବ୍ୟାଙ୍କ ଗୁରୁତର ସ୍ଥିତି ଦେଇ ଗତି କରୁଛି। 

ସେ ଆହୁରି ମଧ୍ୟ କହିଥିଲେ କି, ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ ବେଶ ସଂକଟାପନ୍ନ ରହିଛି। ଦେଶର ଜିଡ଼ିପି ଓ ଆରବିଆଇର ସ୍ଥିତି ମଧ୍ୟ ଦେବାଳିଆ ଅବସ୍ଥାରେ ରହିଛି। ଏଭଳି ପରିସ୍ଥିତିରେ ସରକାର ଏୟାର ଇଣ୍ଡିଆ, ରେଳବାଇ, ଏଲଆଇସି ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡ଼ିକୁ ଘରୋଇ କରଣ କରିବାରେ ବ୍ୟସ୍ତ ରହିଛନ୍ତି। ଏହି କ୍ରମରେ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟକୁ ମଧ୍ୟ ଘରୋଇ କରଣ କରିବାକୁ ଉଦ୍ୟମ ଆରମ୍ଭ ହେଉଛି। ଏଥିରୁ ବିରତ ରହିବା ପାଇଁ ସଂସଦରେ ଦାବି ଉଠାଇଛନ୍ତି ସାଂସଦ ସଞ୍ଜୟ।