କପଡ଼ା ତଳେ ଚାଲିଥିଲା ଏଭଳି ଲଫଡ଼ା; ଶୁଣିଲେ ଉଡ଼ିଯିବ ହୋସ
Advertisement

କପଡ଼ା ତଳେ ଚାଲିଥିଲା ଏଭଳି ଲଫଡ଼ା; ଶୁଣିଲେ ଉଡ଼ିଯିବ ହୋସ

ଖୋଜାଖୋଜି ପରେ ତାଙ୍କ ପାଖରୁ ଏମିତି କିଛି ଜିନିଷ ବାହାରିଥିଲା ଯାହା ପରେ ତାଙ୍କୁ ତତକ୍ଷଣାତ ଗିରଫ କରାଯାଇଥିଲା।

କପଡ଼ା ତଳେ ଚାଲିଥିଲା ଏଭଳି ଲଫଡ଼ା; ଶୁଣିଲେ ଉଡ଼ିଯିବ ହୋସ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଜଣେ ବ୍ୟକ୍ତି ନିଜ କପଡ଼ା ତଳେ ଏମିତି କିଛି ଜିନିଷ ଲୁଚାଇ ନେଉଥିଲେ ଯାହାକୁ ଦେଖି ସାରା ବିଶ୍ୱର ଲୋକ ଚକିତ ହୋଇଛନ୍ତି। ଅବଶ୍ୟ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କୁ ମାଡ଼ି ବସିଥିଲା ୟୁଏସଏ କଷ୍ଟମ ବିଭାଗ। ସୀମା ଶୁକ୍ଳ ଅଧିକାରୀଙ୍କ ସହ ମିଶି  ବିଭାଗୀୟ କର୍ମଚାରୀ ଅଭିଯୁକ୍ତଙ୍କୁ ମାଡ଼ି ବସିଛନ୍ତି। ପଡୋଶୀରେ ମେକ୍ସିକୋରେ ପ୍ରବେଶ କରିବା ପୂର୍ବରୁ ହିଁ ତାଙ୍କର ବିମାନ ଉଡ଼ାଣ ଭରି ପାରିନାହିଁ। 

ଘଟଣାଟି ଫେବ୍ରୁଆରୀ ୨୫ ତାରିଖର। ଭୋର ପ୍ରାୟ ୩ଟା ସମୟରେ ୩୦ ବର୍ଷ ବୟସ୍କ ଏହି ଆମେରିକୀୟ ନାଗରିକ ଜଣକ ୨୦୧୮ ଜିଏମସି ଟ୍ରକ ସାହାଯ୍ୟରେ ସାନ୍ ସିଡ୍ରୋ ସୀମା ଅତିକ୍ରମ କରୁଥିଲେ। ସନ୍ଦେହ ବଢ଼ିବାରୁ ବର୍ଡର ପ୍ରୋଟେକ୍ସନ ଏବଂ କଷ୍ଟମ ବିଭାଗ ଅଧିକାରୀ ତାଙ୍କୁ ଅଟକାଇଥିଲେ। ପରେ ଖୋଜାଖୋଜି ପରେ ତାଙ୍କ ଡ୍ରେସ ଭିତରୁ ଏମିତି କିଛି ଜିନିଷ ବାହାରିଥିଲା ଯାହାକି ଦେଖି ବିଭାଗୀୟ କର୍ମଚାରୀଙ୍କ ହୋସ୍ ଉଡ଼ି ଯାଇଥିଲା। ସେଥିପାଇଁ ତାଙ୍କୁ ତତକ୍ଷଣାତ ଗିରଫ କରାଯାଇଥିଲା।

ଗିରଫ ବ୍ୟକ୍ତିଙ୍କ ଡ୍ରେସ ତଳେ ଲୁଚି ରହିଥିଲେ ୫୨ଟି ଜୀବନ୍ତ ସରୀସୃପ। ଜ୍ୟାକେଟ, ପ୍ୟାଣ୍ଟ ପକେଟ, ଜଙ୍ଘ ସନ୍ଧିରେ ସେ ଏହି ସବୁ ସରୀସୃପଙ୍କୁ ରଖିଥିଲେ। ୫୨ ସରୀସୃପ ମଧ୍ୟରେ ରହିଥିଲା ୪୩ ଏଣ୍ଡୁଅ ଏବଂ ୯ ସାପ। ଛୋଟ ଛୋଟ ବ୍ୟାଗ କରି ଏହାକୁ ଲୁଚାଇ ରଖିଥିଲେ ସେ। ହେଲେ ସୀମାରେ ହୋଇଥିବା ଯାଞ୍ଚ ତାଙ୍କ ପାଇଁ କାଳ ପାଲଟିଥିଲା। 

ଚାଲାଣକାରୀ ଯଥାସମ୍ଭବ ଏଭଳି କାର୍ଯ୍ୟ ପାଇଁ ପ୍ରୟାସ କରିବେ। ସୀମା ମଧ୍ୟକୁ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରବେଶ କରିବେ। ହେଲେ ଏଭଳି ସ୍ଥିତିରେ ସେମାନଙ୍କ ସୈତାନ ଚିନ୍ତାଧାରାକୁ ଦେଖି ସିବିପି ଅଫିସର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବା କଷ୍ଟମ ବିଭାଗ ଅଧିକାରୀ କହିଛନ୍ତି। ଏନେଇ ସେମାନଙ୍କୁ ସିଧାସିଧା ଚେତାବନୀ ଦିଆଯାଇଛି। ଜୀବଜନ୍ତୁଙ୍କ ଜୀବନକୁ ନେଇ ଖେଳ ଖେଳିବାକୁ ଚେଷ୍ଟା କଲେ ପରିଣାମ ବେଶ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

ଶେଷରେ ଧରାପଡ଼ିବା ପରେ ଏବେ ଜେଲର ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି ସମ୍ପୃକ୍ତ ଚାଲାଣକାରୀ। ସେହିପରି ଏଣ୍ଡୁଅ ସହ ସାପକୁ ଉଦ୍ଧାର କରାଯାଇଛି। ଚାଲାଣରେ ବ୍ୟବହୃତ ହୋଇଥିବା ଅଭିଯୁକ୍ତଙ୍କ ଗାଡ଼ି ମଧ୍ୟ ଜବତ ହୋଇଛି।