ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ୨୦୨୧ ଲାଗି ତାରିଖ ଘୋଷଣା ହେବା ପରେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ଗୋଟିଏ ପଟେ ଦିନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି    ନିର୍ବାଚନ ପ୍ରଚାର। ଏହିକ୍ରମରେ ମାର୍ଚ୍ଚ ୭ ତାରିଖ ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି।             


COMMERCIAL BREAK
SCROLL TO CONTINUE READING

ଆସନ୍ତା ୭ ତାରିଖରେ କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହେଉଥିବା ରାଲିକୁ ପିଏମ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ (Indin Cricket Team) ସୌରଭ ଗାଙ୍ଗୁଲି (Sourav Ganguly) ବିଜେପିରେ (BJP) ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ରାଲିରେ ଯୋଗ ଦେବେ କି ନାହିଁ ସେ ନିଷ୍ପତ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।   


Also Read: Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି


ଯଦି ସେ ଦଳରେ ସାମିଲ ହେବା ଲାଗି ଆଗ୍ରହୀ ତାହେଲେ ତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଛୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। କିଛି ଦିନ ପୂର୍ବେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ଜାନୁଆରୀ ୩୧ ତାରିଖରେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ।       


Also Read: ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ BCCI Boss ସୌରଭ ଗାଙ୍ଗୁଲି


 


ଏନେଇ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଚିକିତ୍ସିତ ହେବା ପରେ ସୌରଭ ଗାଙ୍ଗୁଲି ଆାରାମ କରୁଛନ୍ତି। ଯଦି ସେ ପିଏମ ମୋଦିଙ୍କ ରାଲିରେ ଯୋଗଦେବା ଲାଗି ଚାହାଁନ୍ତି ତାହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ଯଦି ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ତାହେଲେ ଲୋକେ ଏହାକୁ ଗ୍ରହଣ କରିବେ।     


Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା


 ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-ବିସିସିଆଇ (Board of Control for Cricket in India-BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ବେଶ ଲମ୍ବା ସମୟ ଧରି ଏହା ଚର୍ଚ୍ଚା  ହେଉଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜୀନୀତିରେ ପ୍ରବେଶ କରିପାରନ୍ତି।