ଗାଜିଆବାଦ୍ ଦାଢୀ କାଣ୍ଡ: ଗିରଫ ହେବେ ଉମ୍ମେଦ ପେହଲୱାନ୍
Advertisement

ଗାଜିଆବାଦ୍ ଦାଢୀ କାଣ୍ଡ: ଗିରଫ ହେବେ ଉମ୍ମେଦ ପେହଲୱାନ୍

ଉମ୍ମେଦ ପେହଲୱାନ (Ummed Pahalwan) ଙ୍କୁ ଧରିବା ପାଇଁ ଗାଜିଆବାଦ ପୋଲିସ (Gaziabad Police) ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ସୂଚନାନୁସାରେ, ଉମେଦ, ପୋଲିସ ଠାରୁ ବଞ୍ଚିବା ପଇଁ ଗୁରୁବାର ଗାଜିଆବାଦରୁ ବୁଲନ୍ଦଶହରକୁ ଫେରାର ହୋଇଯାଇଥିଲେ। 

ଫାଇଲ ଫଟୋ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁହ ତାବିଜ୍ ବିକ୍ରି ମାମଲାରେ ଗିରଫ ହୋଇ ପାରନ୍ତି ସମାଦବାଦୀ ପାର୍ଟି ନେତା ଉମ୍ମେଦ ପହଲୱାନ୍। ବୃଦ୍ଧ ଅବଦୁଲ ସମାଦଙ୍କ ଦାଢି କାଟିବା ଘଟଣାର ଭିଡିଓ କରି ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତାଙ୍କୁ ଖୁବ ଶୀଘ୍ର ଉତ୍ତର ପ୍ରଦେଶ ପୋଲିସ ଗିରଫ କରିବ ବୋଲି ସୂତ୍ରରୁ ଜଣା ପଡିଛି।

ଉମ୍ମେଦ ପେହଲୱାନ (Ummed Pahalwan) ଙ୍କୁ ଧରିବା ପାଇଁ ଗାଜିଆବାଦ ପୋଲିସ (Gaziabad Police) ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ସୂଚନାନୁସାରେ, ଉମେଦ, ପୋଲିସ ଠାରୁ ବଞ୍ଚିବା ପଇଁ ଗୁରୁବାର ଗାଜିଆବାଦରୁ ବୁଲନ୍ଦଶହରକୁ ଫେରାର ହୋଇଯାଇଥିଲେ। ଗାଜିଆବାଦ ପୋଲିସ ମଧ୍ୟ ତାଙ୍କ ପଛରେ ବୁଲନ୍ଦଶହରରେ ପହଞ୍ଚିଥିଲା। କିନ୍ତୁ ଉମ୍ମେଦ ଘଟଣାସ୍ଥଳରେ ନଥିଲେ।

Also Read: ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି  

କୁକୁହ ତାବିଜ୍ ସଂପର୍କରେ କିଛି ଲୋକ ବୃଦ୍ଧ ଅବଦୁଲ ସମାଦଙ୍କୁ ପିଟିବା ସହ ଦାଢୀ କାଟିଥିଲେ। ଏହା ପରେ ଉମ୍ମେଦ ପେହଲୱାନ, ଅବଦୁଲ ସମାଦଙ୍କ ସହ ଫେସବୁକ ଲାଇଭ କରି ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଫେସବୁକ୍ ଲାଇଭରେ ଅବଦୁଲ ସମ୍ମେଦ ମିଥ୍ୟା କହିଛନ୍ତି, ଯେ ଜୟ ଶ୍ରୀ ରାମ ନ କହିବାରୁ ତାଙ୍କୁ ମାଡ ଦିଆଯାଇଥିଲା ଏବଂ ଦାଢୀ କାଟି ଦିଆଯାଇଥିଲା। ଏହା ପରେ ସେ ଅନ୍ୟ ସମ୍ପ୍ରଦାୟକୁ ଭୟଙ୍କର ପରିଣାମର ଧମକ ଦେଇଥିଲେ।

ଅବଦୁଲ ସମାଦଙ୍କ ମିଥ୍ୟା ଭିଡିଓ ଆଧାରରେ ଅନେକ ଲୋକ ଟ୍ୱିଟରରେ ମିଥ୍ୟା ଖବର ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ଟ୍ୱିଟର ଇଣ୍ଡିଆ ସମେତ ଅନେକ ଲୋକଙ୍କ ବିରୋଧରେ ଏକ FIR ପଞ୍ଜିକୃତ ହୋଇଥିଲା। ଉତ୍ତର ପ୍ରଦେଶ (Uttar Pradesh) ପୋଲିସ ସେହି ମାମଲାର ତଦନ୍ତ ଆରମ୍ଭ କରିଛି। ଆଉ ଉମ୍ମେଦ ପେହଲୱାନ ଦଙ୍ଗା ସୃଷ୍ଟିକରିବାକୁ ଚେଷ୍ଟା କରୁଥିବା ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

Also Read: WhatsApp ଗ୍ରୁପରେ 'ଜୟ ଶ୍ରୀରାମ' ଲେଖି ୭ NSUI ନେତା ୩ ବର୍ଷ ନିଲମ୍ବିତ

ପୋଲିସ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଅବଦୁଲ ସମାଦଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ କେବଳ ଗୋଟିଏ ସମ୍ପ୍ରଦାୟର ନୁହଁନ୍ତି। ତଥାପି ସାମ୍ପ୍ରଦାୟିକ ବୋଲି କହି ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। କିଛି ଲୋକଙ୍କ କହିବା ଅନୁସାରେ ଉମ୍ମେଦଙ୍କୁ ରାଜନୈତିକ ସଂରକ୍ଷଣ ମିଳୁଛି। କିନ୍ତୁ ପୋଲିସ ଖୁବଶୀଘ୍ର ଉମ୍ମେଦଙ୍କୁ ଗୁରଫ କରିବା ସବ ମାମଲାର ପର୍ଦ୍ଦାଫାଶ କରିବ।