SP MP Suspports PFI: ଦେଶରେ ଆତଙ୍କବାଦର ଚେର ଉପାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଗୁରୁବାର ଦେଶର ମୋଟ ୧୧ ରାଜ୍ୟରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଆଡ୍ଡା ଉପରେ ହୋଇଛି ଚଢାଉ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା ଚଢାଉ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। ଏନେଇ ସେ କହିଛନ୍ତି ପିଏଫଆଇ ହେଉଛି ଏକ ସାମାଜିକ ସଙ୍ଗଠନ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ କରାଯିବା ହେଉଛି ଅତ୍ୟାଚାର। ପିଏଫଆଇ ସଙ୍ଗଠନକୁ ସେ ମୁସଲମାନଙ୍କ ଆଦର୍ଶ ବୋଲି ବର୍ଣ୍ଣନା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ (Uttar Pradesh) ସମ୍ଭଲ ଲୋକସଭା ଆସନର (Sambhal Lok Sabha Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ସାଂସଦ ଶଫିକୁର୍ର ରେହମାନ ବର୍କ (SP MP Shafiqur Rahman Barq) କହିଛନ୍ତି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ହେଉଛି ଏକ ଅନୁଷ୍ଠାନ। ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଏନଆଇଏ-ଇଡି  ଦ୍ୱାରା ଚଢାଉ କରାଯାଇ ପିଏଫଆଇ (NIA ED raid against PFI) ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନଙ୍କର ଅପରାଧ କ’ଣ? ଏହା ହେଉଛି ଏକ ଦଳ। ସେମାନେ ଏକ ସଂସ୍ଥା ଚଳାଉଛନ୍ତି। ଏହା ଏକ କାର୍ଯ୍ୟକ୍ରମ। ତାଙ୍କ ଟଙ୍କା ଏବଂ ତାଙ୍କ ଦଳ ସେମାନଙ୍କ ଦ୍ୱାରା କରା ଯାଉଥିବା କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି। ସେମାନଙ୍କର ଅପରାଧ କ’ଣ? ସେମାନଙ୍କୁ କାହିଁକି ଗିରଫ କରାଯାଉଛି?


Also Read: ଆମକୁ ଦେଶ ଏବଂ ଧର୍ମ ରକ୍ଷା କରିବାକୁ ହେବ: ଶଫିକୁର୍ର ରହମାନ ବର୍କ


ଏନଆଇଏ ଦ୍ୱାରା କରା ଯାଇଥିବା ଚଢାଉ ଉପରେ ପ୍ରଶ୍ନ ଉଠାଇ ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି ଯେ ପିଏଫଆଇ ପାଖରୁ କାହା ପାଇଁ ବିପଦ ଅଛି? ସୋମନଙ୍କ ପାଖରୁ କ'ଣ ଏହି ଦେଶ କିମ୍ବା କୌଣସି ଦଳ ପାଇଁ କୌଣସି ବିପଦ ରହିଛି? ଦେଶ ଭିତରେ କେତେ ଦଳ ଅଛନ୍ତି। ଏହା ହେଉଛି ସରକାର। ରାଜନୀତି ଯାହାକୁ ଚାହିଁବ ତାକୁ ଗିରଫ କରିବ। ହେଲେ ଏହି ପଦ୍ଧତି ଠିକ ନୁହେଁ। କେଉଁ ଆଧାରରେ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି? ତାଙ୍କର ଅପରାଧ କ’ଣ? ସେମାନେ ମୁସଲମାନଙ୍କ ପାଇଁ ଯୁଦ୍ଧ ଲଢୁଛନ୍ତି? ତାଙ୍କର ଅପରାଧ କ’ଣ?


Also Read: 'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'


କେବଳ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନୁହେଁ ପୂର୍ବରୁ ତାଲିବାନକୁ ମଧ୍ୟ ସମର୍ଥନକୁ ପଛେଇ ନାହାଁନ୍ତି ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରେହମାନ ବର୍କ। ଏନେଇ ସେ କହିଛନ୍ତି ତାଲିବାନ ହେଉଛି ଏକ ଗୋଷ୍ଠୀ ଯିଏକି ଆମେରିକା, ଋଷିଆ ଭଳି ଶକ୍ତିଶାଳୀ ଦେଶ ଠାରୁ ଆଫଗାନିସ୍ତାନକୁ ସ୍ୱାଧିନ କରି ସେଠାରେ ସ୍ୱତନ୍ତ୍ର ସରକାର ଗଠନ କରିବାକୁ ଯାଉଛି। ଏଣିକି ନିଜ ଦେଶ ଆଫଗାନକୁ ପରିଚାଳନା କରିବ ତାଲିବାନ। ଏହା ହେଉଛି ସେଠାକାର ଆଭ୍ୟନ୍ତରୀଣ ମାମଲା।