Taliban ସମର୍ଥନରେ ଆସିଲେ Samajwadi Party ସାଂସଦ Shafiqur Rahman Barq, କହିଲେ...
Advertisement
Article Detail0/zeeodisha/odisha966492

Taliban ସମର୍ଥନରେ ଆସିଲେ Samajwadi Party ସାଂସଦ Shafiqur Rahman Barq, କହିଲେ...

ବିବାଦୀୟ ବୟାନବାଜି କାରଣରୁ ଚର୍ଚ୍ଚାରେ ରହୁଥିବା ସମାଜବାଦ ପାର୍ଟି ନେତା କହିଛନ୍ତି ତାଲିବାନ ହେଉଛି ଏକ ଗୋଷ୍ଠୀ ଯିଏକି ଆମେରିକା, ଋଷିଆ ଭଳି ଶକ୍ତିଶାଳୀ ଦେଶ ଠାରୁ ଆଫଗାନିସ୍ତାନକୁ ସ୍ୱାଧିନ କରିଛି।

Taliban ସମର୍ଥନରେ ଆସିଲେ Samajwadi Party ସାଂସଦ Shafiqur Rahman Barq, କହିଲେ...

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁନର୍ବାର ତାଲିବାନ ଶାସନ ଆରମ୍ଭ ହୋଇଯିବାକୁ ନେଇ ସାରା ବିଶ୍ୱରେ ପଡିଯାଇଛି ଚହଳ। ଏହି ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଆଫଗାନିସ୍ତାନରେ ଗଠିତ ହେବାକୁ ଯାଉଥିବା ସରକାରକୁ ସ୍ୱୀକୃତି ଦେବାକୁ ପଛେଇ ନାହଁନ୍ତି ବିଶ୍ୱର ଅନେକ ଚର୍ଚ୍ଚିତ ରାଷ୍ଟ୍ର। ତାଲିବାନ ଭଳି ଏକ ଆତଙ୍କବାଦୀ ସଙ୍ଗଠନ ସପକ୍ଷରେ ବୟାନବାଜି କରିବାରୁ ବାଦ ପଡିନାହାଁନ୍ତ ଦେଶର ରାଜନେତା।  

ଆଫଗାନିସ୍ତାନରେ ଗଠିତ ହେବାକୁ ଯାଉଥିବା ତାଲିବାନ ସରକାରକୁ ସ୍ୱୀକୃତି ଦେବା ସକ୍ଷରେ ରହିବା ସହ ରାଜଧାନୀ କାବୁଲ ସ୍ଥିତ ଦୂତାବାସ ବନ୍ଦ କରିବେ ନାହିଁ ବୋଲି ମତ ରଖିଛନ୍ତି ଚୀନ (Chian), ପାକିସ୍ତାନ (Pakistan), ଋଷିଆ (Russia), ତୁର୍କୀ (Turkey) ଭଳି ଦେଶ। ଏହି କ୍ରମରେ ତାଲିବାନ ସମର୍ଥନରେ ଆସିବା ତାଲିକାରେ ଯୋଡି ହୋଇଯାଇଛନ୍ତି ଦେଶର ରାଜନେତା। ସେ ହେଉଛନ୍ତି ସମାଜବାଦ ପାର୍ଟି ନେତା (Samajwadi Party Leader) ତଥା ଉତ୍ତର ପ୍ରଦେଶର (Uttar Pradesh) ସମ୍ଭଲ ଲୋକସଭା ଆସନର ସାଂସଦ (Sambhal Loksabha MP) ସଫିକୁର ରେହମାନ ବୁର୍କ (Shafiqur Rahman Barq)।

Also Read: ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

ବିବାଦୀୟ ବୟାନବାଜି କାରଣରୁ ଚର୍ଚ୍ଚାରେ ରହୁଥିବା ସମାଜବାଦ ପାର୍ଟି ନେତା ବୁର୍କ କହିଛନ୍ତି ତାଲିବାନ ହେଉଛି ଏକ ଗୋଷ୍ଠୀ ଯିଏକି ଆମେରିକା, ଋଷିଆ ଭଳି ଶକ୍ତିଶାଳୀ ଦେଶ ଠାରୁ ଆଫଗାନିସ୍ତାନକୁ ସ୍ୱାଧିନ କରି ସେଠାରେ ସ୍ୱତନ୍ତ୍ର ସରକାର ଗଠନ କରିବାକୁ ଯାଉଛି। ଏଣିକି ନିଜ ଦେଶ ଆଫଗାନକୁ ପରିଚାଳନା କରିବ ତାଲିବାନ। ଏହା ହେଉଛି ସେଠାକାର ଆଭ୍ୟନ୍ତରୀଣ ମାମଲା। 

Also Read: Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?

ଏହା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଅଜବ ଧରଣର ତଥା ବିବାଦୀୟ ବୟାନବାଜି କରିବାକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରହିସାରିଛନ୍ତି ସେ। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାରକୁ ମୁସଲମାନ ବିରୋଧି କହିବା ସହ ମୁସଲିମଙ୍କ ସହ ହେଉଥିବା ଭିଡ ହତ୍ୟା ଭଳି ଘଟଣା ପାଇଁ ଦେଶରେ କୋରୋନା ସଂକ୍ରମଣ ବଢୁଛି ବୋଲି କହିଥିଲେ ସେ। ନମାଜ ପଢି ଏବଂ ନିଜେ କରିଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି କୋରୋନା ମହାମାରୀକୁ ଦେଶରୁ ଦୂର କରାଯାଇପାରିବ।