ଲକ୍ଷ୍ନୌ: ରାଷ୍ଟ୍ରନାୟକ-ରାଷ୍ଟ୍ରଦୋହୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏନେଇ ମୁହିାଁମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ ବରଂ ଐତିହାସିକ ପ୍ରସଙ୍ଗକୁ ନେଇ ସଗଗରମ ହୋଇଉଠିଛି ରାଜ୍ୟ ରାଜନୀତି। 


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରନାୟକ-ରାଷ୍ଟ୍ରଦୋହୀ ପ୍ରସଙ୍ଗରେ ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବଙ୍କୁ (Akhilesh Yadav) ଟାର୍ଗେଟ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) କହିଛନ୍ତି ଯଦି ଆପଣଙ୍କ ଶିକ୍ଷା ଅସମ୍ପୂର୍ଣ୍ଣ, ସଂସ୍କାରହୀନ, ଶିଷ୍ଟାଚାର ବିହୀନ ହୁଏ ତାହେଲେ ଆଶା କରିପାରିବେ ନାହି ଯେ ଏଭଳି ଜଣେ ବ୍ୟକ୍ତି ରାଷ୍ଟ୍ରନାୟକ ଏବଂ ଦେଶଦ୍ରୋହୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭବ କରନ୍ତି। ଏଭଳି ସମସ୍ୟା ସେତେବେଳେ ସୃଷ୍ଟି ହୁଏ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଏହା ଜଣା ପଡେନାହିଁ ଯେ ଦେଶର ବନ୍ଧୁ କିଏ ଆଉ ଶତ୍ରୁ କିଏ। 


Also Read: ଦେଶକୁ ଏକଜୁଟ କରିଥିବା ଏବଂ ଦେଶକୁ ବିଭାଜିତ କରିଥିବା ଲୋକ ଏକ ହୋଇପାରିବେ ନାହିଁ: UP CM Yogi


ଗତ ଅକ୍ଟୋବର ୩୧ ତାରିଖରେ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ (Muhammad Ali Jinnah) ସ୍ମରଣ କରି କରିଥିଲେ ଅଖିଲେଶ ଯାଦବ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ।


ପାକିସ୍ତାନର ପ୍ରତିଷ୍ଠାତାଙ୍କ ବାବଦରେ ଅଖିଲେଶ ଯାଦବ ରଖିଥିବା ବୟାନ ଉପରେ ତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏନେଇ ସେ କହିଛନ୍ତି ସର୍ଦ୍ଦାର ପଟେଲ ଦେଶକୁ ଯୋଡିବା ଲୋକ ଥିଲେ। ହେଲେ ଜିନ୍ନାଙ୍କ କାରଣରୁ ଦେଶ ବିଭାଜିତ ହୋଇଥିଲା। ଉଭୟ କେବେ ହେଲେ ସମାନ ହୋଇପାରିବେ ନାହିଁ। ଜିନ୍ନା ସମର୍ଥକଙ୍କ ଠାରୁ ଲୋକେ ସାବଧାନ ରହିବା ଆବଶ୍ୟକ। ଯେଉଁ ଲୋକ ସର୍ଦ୍ଦାର ପଟେଲଙ୍କ ସହ ଜିନ୍ନାଙ୍କୁ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି ଏହା ପଛରେ ସେମାନଙ୍କର ରହିଥିବା ଉଦ୍ଦେଶ୍ୟକୁ ବୁଝିବାକୁ ହେବ। ଜିନ୍ନା ସମର୍ଥକଙ୍କ ଠାରୁ ଲୋକେ ସାବଧାନ ରହିବା ଆବଶ୍ୟକ। ଆମେ ସେମାନଙ୍କ ଠାରୁ ସଚେତନ ରହିବା ଆବଶ୍ୟକ।


Also Read: Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav


ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନାଙ୍କ ଉଦ୍ଦେଶ୍ୟରେ ରଖିଥିବା ବୟାନ ବାବଦରେ ମୁଖ୍ୟମନ୍ତ୍ରୀ ଯୋଗୀ ରଖିଥିବା ପ୍ରତିକ୍ରିୟା ଉପରେ ପାଲଟା ଜବାବ ରଖିଛନ୍ତି ଅଖିଲେଶ ଯାଦବ। ଏନେଇ ସେ ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ଉଦ୍ଦଶ୍ୟରେ କହିଛନ୍ତି ସେମାନେ ପୁଣି ଥରେ ଇତିହାସ ପଢନ୍ତୁ। ସମାଜବାଦୀ ପାର୍ଟି ସୁପ୍ରିମୋଙ୍କ ବୟାନ ଉପରେ ଜବାବ ରଖି ରାଜ୍ୟ ବିଜେପି ସଭାପତି (UP BJP President) ସ୍ୱତନ୍ତ୍ର ଦେବ ସିଂହଙ୍କ (Swatantra Dev Singh) ପକ୍ଷରୁ କୁହାଯାଇଛି ଭାରତ ନା ପାକିସ୍ତାନ (India or Pakistan) ଆମେ କେଉଁ ଦେଶର ଇତିହାସ ପଢିବୁ।