ସ୍ୱର ବଦଳାଇଲେ ସୁର
Advertisement
Article Detail0/zeeodisha/odisha658303

ସ୍ୱର ବଦଳାଇଲେ ସୁର

କୋରୋନାର ଭୟାବହତାକୁ ଉପଲବ୍ଧ କରିବା ପରେ ଏହାକୁ ନେଇ ନିଜର ମତ ବଦଳାଇଛନ୍ତି କଂଗ୍ରେସ ବିଧାୟକ  । ଜନତା କର୍ଫ୍ୟୁ ଦିନ  ବୁଲି ବୁଲି ଲୋକଙ୍କୁ ସଚେତନ କରିବେ ବୋଲି କହିଥିଲେ ସୁର । ମାତ୍ର ୨ ଦିନ ପରେ ସାରା ବିଶ୍ୱ ସହିତ ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ହେବା ପରେ ନିଜ ସ୍ୱର ବଦଳାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସ୍ୱର ବଦଳାଇଲେ ସୁର

ଭୁବନେଶ୍ୱର: କୋରୋନା ଭାଇରସର ପ୍ରସାରକୁ ନେଇ ଚିନ୍ତିତ ଅଛନ୍ତି ସମସ୍ତ ଦେଶବାସୀ । ଏହାର ପ୍ରସାରକୁ ରୋକିବା ପାଇଁ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ପଦକ୍ଷେପ । ଏହିକ୍ରମରେ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ଯାହା ଅନୁସାରେ, ଦେଶବାସୀଙ୍କୁ ସକାଳ ୭ଟାରୁ ରାତି ୯ଟା ଯାଏ ନିଜ ଘରେ ରହିବାକୁ ଅନୁରୋଧ କରିଥିଲେ ପିଏମ ମୋଦି । ଅନ୍ୟପକ୍ଷେ ଏହି ଅନୁରୋଧକୁ ମାନିବା ପାଇଁ ବାରଣ କରିଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତ ରାୟ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱରରେ ପରିବର୍ତ୍ତନ ଦେଖା ଦେଇଛି । 

କୋରୋନାର ଭୟାବହତାକୁ ଉପଲବ୍ଧ କରିବା ପରେ ଏହାକୁ ନେଇ ନିଜର ମତ ବଦଳାଇଛନ୍ତି କଂଗ୍ରେସ ବିଧାୟକ  । ଜନତା କର୍ଫ୍ୟୁ ଦିନ  ବୁଲି ବୁଲି ଲୋକଙ୍କୁ ସଚେତନ କରିବେ ବୋଲି କହିଥିଲେ ସୁର । ମାତ୍ର ୨ ଦିନ ପରେ ସାରା ବିଶ୍ୱ ସହିତ ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ହେବା ପରେ ନିଜ ସ୍ୱର ବଦଳାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସ୍ଥିତି ଭୟଙ୍କର ବୋଲି ସ୍ୱୀକାର କରିବା ସହ ସାରା ଓଡ଼ିଶା ଲକ୍ ଡ଼ାଉନ୍ ପାଇଁ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଏବେ ସ୍ଥିତି ଏପରି ହେଲାଣି ଯେ, ସାରା ରାଜ୍ୟରେ କର୍ଫ୍ୟୁ ଲାଗିବା ଉଚିତ ବୋଲି ମତ ଦେଇଛନ୍ତି କଂଗ୍ରେସ ବିଧାୟକ । ତେବେ ସରକାରଙ୍କ କଟକଣା ସାଙ୍ଗକୁ ସାଧାରଣ ଲୋକେ ସଚେତନ ହେଲେଣି ବୋଲି ସୁର ରାଉତରାୟ କହିଛନ୍ତି  ।

ଅନ୍ୟପକ୍ଷେ ଭୂତାଣୁର ପ୍ରସାରକୁ ରୋକିବା ପାଇଁ ସମଗ୍ର ଦେଶରେ 548ଟି ଜିଲ୍ଲା ବନ୍ଦ ହୋଇଯାଇଛି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୪ ପହଞ୍ଚିଛି । ଏଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ ଯୋଗୁଁ ୩ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏହି ଭୂତାଣୁ ଯୋଗୁଁ ୧୬ ହଜାର ୫ ଶହରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି ।