Assam Madarsa Demolition: ମଙ୍ଗଳବାର ରାତିରେ ଆସାମର ବଙ୍ଗାଇଗାଓଁ ଜିଲ୍ଲାରେ ଏକ ବେଆଇନ ମଦ୍ରାସା ଭାଙ୍ଗି ଦିଆଯାଇଛି। ଭଙ୍ଗାଯାଇଥିବା ମରକାଜୁଲ ମା ଆରିଫ କାରିୟାନା ମଦ୍ରାସାରେ ୨୨୪ ପିଲା ରହୁଥିଲେ। ଏଠାରେ ରହୁଥିା ପିଲାଙ୍କୁ  ମଧ୍ୟରାତ୍ରୀରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଏହି ମଦ୍ରାସା ଉପରେ ବୁଲଡୋଜର ଚଳା ଯାଇଥିଲା। ବଙ୍ଗାଇଗାଓଁ ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଏହି ମଦ୍ରାସା ସରକାରୀ ନିୟମ ଅନୁଯାୟୀ ନିର୍ମାଣ କରାଯାଇ ନାହିଁ। ଏହି ମଦ୍ରାସା ଲିଙ୍କ୍ ହଫିଜୁର ରହମାନ ସହିତ ଜଡିତ ରହିଛି। ଯିଏ ଗତ ଅଗଷ୍ଟ ୨୬ ତାରିଖରେ ଆସାମ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଏହି ମଦ୍ରାସାର ସହଯୋଗୀ ଶିକ୍ଷକ ହଫିଜୁର ରହମାନ ଅନସାର-ଉଲ-ବଙ୍ଗଳା ଏବଂ ଅଲକାଏଦା ଭାରତୀୟ ଉପମହାଦ୍ୱୀପ ଭଳି ଆତଙ୍କୀ ଗୋଷ୍ଠୀ ସହ ଜଡି଼ତ ରହିଥିଲା।


COMMERCIAL BREAK
SCROLL TO CONTINUE READING

ଏହି ମଦ୍ରାସା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଥିବାରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା। ଏହି ମଦ୍ରାସାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସାମର ଏହା ହେଉଛି ତୃତୀୟ ମଦ୍ରାସା ଯାହାକୁ ବେଆଇନ ଭାବେ ନିର୍ମାଣ କରାଯାଇ ଥିବାରୁ ଭାଙ୍ଗି ଦିଆଯାଇଛି। ଏହାପୂର୍ବରୁ ମୋନିକା ଏବଂ ଗାଲପାରାସ୍ଥିତ ଦୁଇଟି ମଦ୍ରାସା ଭାଙ୍ଗି ଦିଆଯାଇଥିଲା। ଏହି ମଦ୍ରାସା ସହ ଜିହାଦୀ ଜଡିତ ରହିଥିଲା। ହେଲେ ମରକାଜୁଲ ମା ଆରିଫ କାରିୟାନା ମଦ୍ରାସା (Markazul Ma Arif Quariayana Madrasa) କୌଣସି ଆତଙ୍କୀ ଗୋଷ୍ଠୀ ଅଥବା ଅସାମାଜିକ ତତ୍ତ୍ୱ ସହ ଜଡି଼ତ ରହିଛି ନା ନାହିଁ ସେ ନେଇ କୌଣସି ଖବର ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ।


ଚଳିତ ମାସ ଆରମ୍ଭରେଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam CM Himanta Biswa Sarma) କହିଥିଲେ ଯେ ରାଜ୍ୟରେ ଅନସାର-ଉଲ-ବଙ୍ଗଳା (Ansarullah Bangla Team) ଏବଂ ଅଲକାଏଦା ଭାରତୀୟ ଉପମହାଦ୍ୱୀପ (Al Qaeda Indian Subcontinent) ଭଳି ଆତଙ୍କୀ ଗୋଷ୍ଠୀର ରହିଥିବା ଲିଙ୍କ ବାବଦରେ ପର୍ଦ୍ଦାଫାଶ କରାଯାଇଛି। ଯିଏ ରାଜ୍ୟର ଯୁବକଙ୍କ କଟ୍ଟରପନ୍ଥୀ କରିବା କାର୍ଯ୍ୟରେ ଜଡ଼ିତ ରହିଥିଲେ। ନିକଟ ଅତୀତରେ କେତେକ ମସଜିଦ ଏବଂ ମଦ୍ରାସାରୁ (Assam Masjid and Madrasa) ଚରମ ପନ୍ଥୀ ସଙ୍ଗଠନର ଅନେକ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। 


Also Read: Assam: ରାଜ୍ୟର ମସଜିଦ-ମଦ୍ରାସା ବାବଦରେ ବଡ଼ ପଦକ୍ଷେପ ନେଲେ ଆସାମ ସରକାର


ଅନ୍ୟପଟେ ରାଜ୍ୟର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ (Assamese Muslim Community) ନିବେଦନ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଯଦି ସେମାନଙ୍କ ଅଞ୍ଚଳରେ ଅବସ୍ଥିତ କୌଣସି ମସଜିଦକୁ ନୂତନ ଇମାମ (Masjid Imam) କିମ୍ବା କିମ୍ବା ମଦ୍ରାସାକୁ ନୂତନ ଶିକ୍ଷକ (Madrasa Teacher) ଆସନ୍ତି ତାହେଲେ ଏ ବାବଦରେ ପୋଲିସ ପ୍ରଶାସନକୁ (Assam Police) ଜଣାନ୍ତୁ। ପୋଲିସ ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରିବ। 


ନିକଟରେ ଆସାମ ପୋଲିସ ରାଜ୍ୟର ଗୋଲପାରା ଜିଲ୍ଲାରୁ (Goalpara District Assam) ୨ ଜଣ ଇମାମଙ୍କୁ ଗିରଫ କରିଛି। ଯାହାର ଅଲ କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ ଏବଂ ଅନସରୁଲ୍ଲା ବଙ୍ଗଳା ଦଳ ସହ ସମ୍ପୃକ୍ତି ରହିଥିବା ଜଣାପଡିଛି। ଏନେଇ କୁହାଯାଉଛି ଯେ ଉଭୟେ ରାଜ୍ୟରେ ବିଭିନ୍ନ ଆତଙ୍କବାଦୀ ମଡ୍ୟୁଲ ସହ ଜଡିତ ରହିଥିଲେ। ଯେଉଁମାନଙ୍କ ବାବଦରେ ଗତ ମାସରେ ପର୍ଦ୍ଦାଫାଶ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଆସାମ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଇସଲାମ ଗୋଷ୍ଠୀର ୩୦ ଜଣ ସଦସ୍ୟଙ୍କୁ ଗିରଫ କରିଛି।