ନୂଆଦିଲ୍ଲୀ: ଉତ୍ତର ଭାରତୀୟ ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ସରକାରର ସମସ୍ୟା ଥମିବାର ନାଁ ଧରୁନାହିଁ। ତିନି ମାସ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିବା ବେଳେ ଏବେ ପୁଣି ଥରେ ଦଳ ପାଇଁ ସୃଷ୍ଟି ହୋଇଛି ନେତୃତ୍ୱ ସଂକଟ। ଏହି ଘଟଣାକୁ ନେଇ ସରଗରମ ହୋଇଉଠିଛି ସ୍ଥାନୀୟ ରାଜନୀତି। 


COMMERCIAL BREAK
SCROLL TO CONTINUE READING

ଗାଦି ଛାଡିବାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttrakhand Chief Minister) ତିରଥ ସିଂହ ରାୱତ (Tirath Singh Rawat)। ଲେଖିଥିବା ପତ୍ରରେ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ମୁଁ ଗାଦି ଛାଡିବା ପାଇଁ ଚାହୁଁଛି। ରାଜ୍ୟରେ ଏବେ ସାମ୍ବିଧାନିକ ସଂକଟ ସୃଷ୍ଟି ହେଲାଣି। ମୋ ଇସ୍ତଫା ପତ୍ରକୁ ସ୍ୱୀକାର କରାଯାଉ।     


Also Read: ବିବାଦୀୟ ବୟାନ ପରେ ଏବେ Corona କବଳରେ Uttrakhand CM


ତିନି ଦିନ ଧରି ଦିଲ୍ଲୀ ଠାରେ ଡେରା ପକାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ବିଗତ ୨୪ ଘଣ୍ଟା ମଧ୍ୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦୁଇ ଦୁଇ ଥର ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ରାୱତ। ଏହି ଭେଟଘାଟ ପରେ ସାମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ ହେବାକୁ ନେଇ  ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚ।  


ଗତ ୨୦୧୯ ଲୋକସଭା ନିର୍ବାଚନରେ (Loksabha Elelction 2019) ରାଜ୍ୟର ଗଡୱାଲ ଆସନରୁ (Garhwal Loksabha Seat) ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ତିରଥ ସିଂହ ରାୱତ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଆସନ୍ତା ସେପ୍ଟମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ। 


ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଧାନସଭା କିମ୍ବା ବିଧାନ ପରିଷଦ ସଦସ୍ୟ ନଥାଇ ଯଦି କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦ ହାସଲ କରନ୍ତି ତାହେଲେ ତାଙ୍କୁ ତାଙ୍କୁ ଦାୟିତ୍ୱ ଗ୍ରହଣ କରିବାର ୬ ମାସ ମଧ୍ୟରେ ଏହି ଦୁଇ ଗୃହ ମଧ୍ୟରୁ କୌଣସି ଗୋଟିଏକୁ ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡିଥାଏ।   


Also Read: ଗାଦି ଛାଡିପାରନ୍ତି Uttrakhand CM, ସମର୍ଥନରେ ବାହାରିଲେ ଦଳୀୟ ବିଧାୟକ


ନଡ୍ଡାଙ୍କ ସହ ସାକ୍ଷାତ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତି ବାବଦରେ ଆଲୋଚନା କରାଯାଇଛି। ବିଧାୟକ ଭାବେ ନିର୍ବାଚିତ ହେବା ଲାଗି ସାମ୍ଭାବ୍ୟ ଉପନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଦଳ ପକ୍ଷରୁ ଏ ବାବଦରେ ନିଷ୍ପତ୍ତି ନିଆଯିବ। 


ବର୍ତ୍ତମାନ ରାଜ୍ୟର ଗଙ୍ଗୋତ୍ରୀ ଏବଂ ହଲଦୀୱାନୀ ବିଧାନସଭା ଆସନ ଖାଲିପଡିଛି। ଅନ୍ୟପଟେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଅଛି। କହିବାକୁ ବର୍ଷେରୁ କମ ସମୟ ମଧ୍ୟରେ ଏହି ନିର୍ବାତନ ଅନୁଷ୍ଠିତ ହେବ। ହେଲେ ଏହି ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ କି ନାହିଁ ତାହା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।  


Also Read: ମୁଖ୍ୟମନ୍ତ୍ରୀ ଗାଦି ଛାଡିଲେ TS Rawat, କିଏ ସମ୍ଭାଳିବେ Uttarakhand?


କାରଣ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଯଦି ସ୍ୱାଭାବିକ ସମୟରେ କୌଣସି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଯଦି ସମ୍ପୃକ୍ତ ରାଜ୍ୟର କୌଣସି ବିଧାନସଭା ଆସନ ଖାଲିପଡେ ତାହେଲେ ସେଠାରେ ଉପନିର୍ବାଚନ କରାଇଥାନ୍ତି ନିର୍ବାଚନ କମିଶନ। ଯଦି ଏହି ଦୁଇ ନିର୍ବାଚନ ମଧ୍ୟରେ ସମୟ ବ୍ୟବଧାନ ୬ ମାସରୁ କମ ରହେ ତାହେଲେ ସେହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇପାରିବ ନାହିଁ।  


 ଯଦି ତିରଥ ସିଂହ ରାୱତଙ୍କ ଇସ୍ତଫା ପତ୍ର ସ୍ୱୀକାର କରାଯାଏ ତାହେଲେ ଶାସକ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର। କାରଣ ବର୍ତ୍ତମାନ ଏପରି ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ପ୍ରଦାନ କରିବା ଆବଶ୍ୟକ ଯିଏ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ରହିଥିବେ।