ବିବାଦୀୟ ବୟାନବାଜି କରିବା ପରେ କୋରୋନା ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।
Trending Photos
ନୂଆଦିଲ୍ଲୀ: ବିବାଦୀୟ ବୟାନବାଜି କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କୋରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଟ୍ୱିଟ କରି ନିଜେ ଜଣାଇଛନ୍ତି ସେ।
କୋରୋନା ଆକ୍ରାନ୍ତ (Corona Positive) ହେବା ପରେ ଟ୍ୱିଟ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttrakhand Chief Minister) ତୀରଥ ସିଂହ ରାୱତ (Tirath Singh Rawat) କହିଛନ୍ତି ମୋର ରିପୋର୍ଟ ପଜିଟିଭ ଆସିଛି। ହେଲେ ମୁଁ ଠିକ ଅଛି ମୋର କୌଣସି ସମସ୍ୟା ନାହିଁ। ଡାକ୍ତରଙ୍କ ତତ୍ତ୍ୱବଧାନରେ ମୁଁ ମୋ ନିଜକୁ ସଂଗରୋଧ କରି ରଖିଛି। ମୋ ସଂଶ୍ପର୍ଷରେ ଆସିଥିବା ଲୋକ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।
मेरी कोरोना टेस्ट रिपोर्ट पॉजिटिव आई है। मैं ठीक हूँ और मुझे कोई परेशानी नहीं है । डॉक्टर्स की निगरानी में मैंने स्वयं को आइसोलेट कर लिया है ।आप में से जो भी लोग गत कुछ दिनों में मेरे निकट संपर्क में आयें हैं, कृपया सावधानी बरतें और अपनी जाँच करवाएं।
— Tirath Singh Rawat (@TIRATHSRAWAT) March 22, 2021
ଗତ ୧୦ ତାରିଖରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ତୀରଥ ସିଂହ ରାୱତ। ପଦଭାର ଗ୍ରହଣ କରିବା ପରେ ସେ ବିଭିନ୍ନ ସମୟରେ ରଖୁଥିବା ବୟାନକୁ ନେଇ ତର୍ଚ୍ଚାରେ ରହୁଛନ୍ତି ସେ। ଗତ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ ସଂସ୍କାର କମ ହେବା କାରଣରୁ ଆଜିକାଲିର ଯୁବପିଢି ଅଜବ ଧରଣର ଫ୍ୟାସନ କରୁଛନ୍ତି। ଫଟା ଜିନସ ପିନ୍ଧି ନିଜକୁ ଆମେ ଧନୀ ଘରର ପିଲା ଭାବୁଛେ। ଏପରି ଫ୍ୟାସନ କରିବାରେ ଝିଅ ମଧ୍ୟ ପଛରେ ନାହାଁନ୍ତି। ଯଦି ନିଜେ ଝିଅ ଏପରି ଫଟା ଜିନ୍ସ ପିନ୍ଧୁଛନ୍ତି ତାହେଲେ ସେ ନିଜ ପିଲାଙ୍କୁକ'ଣ ସଂସ୍କାର ଦେବେ। ଏହାକୁ ପିନ୍ଧି ନିଜକୁ ଆଧୁନିକ ବୋଲି ଦର୍ଶାଇବା ଆମର ସଂସ୍କାର ନୁହେଁ।
Also Read: ମୁଖ୍ୟମନ୍ତ୍ରୀ ଗାଦି ଛାଡିଲେ TS Rawat, କିଏ ସମ୍ଭାଳିବେ Uttarakhand?
ଗତ ରବିବାର ରାଜ୍ୟର ନୈନିତାଲ ଜିଲ୍ଲାସ୍ଥିତ ରାମନଗର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ କୋରୋନା ସଂକଟ କାଳରେ ଯଦି ଅଧିକ ରାସନ ନେବାର ଥିଲା ତାହେଲେ ଅଧିକ ପିଲା ଜନ୍ମ କରିବାର ଆବଶ୍ୟକ ଥିଲା। କୋଭିଡ୧୯ ସମୟରେ ଦୁଇଟି ପିଲା ଥିବା ପରିବାରକୁ ମୁଣ୍ଡ ପିଛା ୫ କେଜି ହିସାବରେ ୧୦ କେଜି ରାସନ ଦିଆଯାଇଥିଲା। ହେଲେ ଯେଉଁଘରେ ୨୦ ପିଲା ଥିଲେ ସେମାନଙ୍କୁ ଗୋଟେ କ୍ୱିଣ୍ଟାଲ ରାସନ ମିଳିଥିଲା। କମ ରାସନ ପାଉଥିବା ଲୋକ ବହୁତ ରାସନ ପାଇଥିବା ଲୋକଙ୍କ ଈର୍ଷାନିତ୍ୱ ହୋଇପଡିଛନ୍ତି। ହେଲେ ଏଥିରେ ଦୋଷ କାହାର। ଯଦି ଆପଣଙ୍କୁ ଅଧିକ ରାସନ ନେବାରା ଥିଲା ତାହେଲେ ଆପଣ ଅଧିକ ପିଲା ଜନ୍ମ କରିବାର ଥିଲା ହେଲେ ଆପଣ କରିଥିଲେ କି ବୋଲି ପ୍ରଶ୍ନ ଉଠାଇଥିଲେ ସେ।
Also Read: ଗାଦି ଛାଡିପାରନ୍ତି Uttrakhand CM, ସମର୍ଥନରେ ବାହାରିଲେ ଦଳୀୟ ବିଧାୟକ
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପରାଧିନ ଭାରତ ଇତିହାସ ବାବଦରେ ଏକ ଭ୍ରମାତ୍ମକ ତଥ୍ୟ ରଖିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଥିଲେ ୨୦୦ ବର୍ଷ ଧରି ଆମକୁ ଆମେରିକା ୨୦୦ ବର୍ଷ ଧରି ପରାଧିନ କରି ରଖିଥିଲା। ହେଲେ କୋରୋନା ମହାମାରୀ ଆମେରିକା ଶକ୍ତିକୁ କମ କରି ଦେଇଛି। ଆମକୁ ୨୦୦ ବର୍ଷ ଧରି ଆମେରିକା ପରାଧିନ କରି ରଖିବା ସହ ସାରା ବିଶ୍ୱକୁ ଶାସନ କରୁଥିଲା। ତାଙ୍କ ସାମ୍ରାଜ୍ୟରେ କେବେ ସୂର୍ଯ୍ୟାସ୍ତ ହେଉନଥିଲା। ହେଲେ ବର୍ତ୍ତମାନ ସମୟରେ ଏହା ଉଭେଇ ଯାଇଛି। ଅନ୍ୟପଟେ ପିଏମ ମୋଦିଙ୍କ ନେତୃତ୍ୱରେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଦେଶ ବିଶ୍ୱର ଅନ୍ୟ ଦେଶ ତୁଳନାରେ କୋରୋନା ସଂକଟ କାଳରେ ଆଶ୍ୱସ୍ତି ଅନୁଭବ କରିଛି।