କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ଏହି କ୍ରମରେ ମାର୍ଚ୍ଚ ୨୧ ତାରିଖ ରବିବାର ରାଜ୍ୟର ଉତ୍ତର କାନ୍ତି ବିଧାନସଭା ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।  


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଉତ୍ତର କାନ୍ତି ବିଧାନସଭା ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ଦଳ ଛାଡି ବିଜେପି ହାତ ଧରିଥିବା ଅଧିକାରୀ ପରିବାର ଅର୍ଥାତ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ପିତା ଶିଶିର ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ସୁପ୍ରିମୋ।


Also Read: TMC ପକ୍ଷରୁ ଇସ୍ତହାର ଜାରି; ଜାଣନ୍ତୁ କାହାକୁ ମିଳିବ କ'ଣ?


ମୁଁ ସେମାନଙ୍କୁ ବହୁତ ସ୍ନେହ କରୁଥିଲି, ପ୍ରେମ କରୁଥିଲି। ତାଙ୍କ ଘରକୁ ଯାଇ ମା ତାରାଙ୍କ ଏକ ଫଟୋଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲି। ହେଲେ ସେମାନେ ଗଦ୍ଦାର ବାହାରିଲେ ଏବଂ ବିଶ୍ୱାସଘାତକ ମୀର୍ଜାଫର ଭଳି ଆଚରଣ କଲେ। ସେମାନେ ଗତ ୨୦୧୪ ଲୋକସଭା ନିର୍ବାଚନ ସମୟରୁ ସୋମାନେ ବିଜେପି ସହ ଯୋଗାଯୋଗରେ ଥିଲେ। ବିଗତ କିଛି ବର୍ଷ ଧରି ସେମାନେ ଟିଏମସିକୁ କ୍ଷତି ପହଞ୍ଚାଇବା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ବୋଲି  ଅଧିକାରୀ ପରିବାର ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ।  


Also Read: 'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଯାତା ହୈଁ'


 


ମୁଁ ବହୁତ ବଡ ମୁର୍ଖ ଥିଲି। ସେମାନେ ବହୁତ ସମ୍ପତ୍ତି ଅର୍ଜିତ କରିସାରିବା ପରେ ଏହାର ସୁରକ୍ଷା ପାଇଁ ଅଧିକାରୀ ପରିବାର ଟିଏମସି ଛାଡି ବିଜେପି ହାତ ଧରିନେଲେ। ଏବେ ଭୋଟ କିଣିବା ଲାଗି ସେମାନେ ଏହି ଟଙ୍କାକୁ ବ୍ୟବହାର କରିବେ। ଅଧିକାରୀ ପରିବାରକୁ ମେଦୀନପୁର ମାଟିର ବିଦା କଲେ ପ୍ରକୃତ ସାଧିନତା ମିଳିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। 


Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା


 


ଅନ୍ୟପଟେ ମୁଖ୍ୟ ବିରୋଧି ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଏହା ହେଉଛି ଦୁଷ୍ଟ ଏବଂ ଗୁଣ୍ଡାଙ୍କ ଦଳ। ବିଜେପି ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ରାକ୍ଷାସଙ୍କ ଦଳ। ଅଶାନ୍ତି, ଆତଙ୍କ ଖେଳାଇବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ। ମୁଁ ସାଂସଦ ଭାବେ ଲୋକସଭାକୁ ୭ ଥର ନିର୍ବାଚିତ ହୋଇଛି। ପିଏମ ମୋଦିଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ମିଁ ମୋ ରାଜନୈତିକ କ୍ୟାରିୟରରେ ଅନେକ ପ୍ରଧାନମନ୍ତ୍ରୀ ଦେଖିଛି। ହେଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଭଳି ନିର୍ଦ୍ଦୟୀ, କ୍ରୁର ପ୍ରଧାନମନ୍ତ୍ରୀ ଦେଖିନାହିଁ।