'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଯାତା ହୈଁ'
Advertisement
Article Detail0/zeeodisha/odisha861538

'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଯାତା ହୈଁ'

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପଦଯାତ୍ରାରେ ସାମିଲ ହୋଇ ବିରୋଧି ବିଜେପି ବର୍ଷିଛନ୍ତି ଦଳୀୟ ଅଧ୍ୟକ୍ଷ ମମତା ବାନାର୍ଜୀ।

'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର  ହୋ ଯାତା ହୈଁ'

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ଚୟନ ସହ ଦଳୀୟ ନିର୍ବାଚନୀ ପ୍ରଚାରକୁ ଜୋରସୋରରେ ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି କ୍ରମରେ  ସିଲିଗୁଡି ଠାରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। 

Also Read: Bengal Election 2021: ଶିବଙ୍କ ଶରଣରେ ମମତା, ରାମଙ୍କ ଭରସାରେ କିଏ?

 

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପଦଯାତ୍ରାରେ ସାମିଲ ହୋଇ ବିରୋଧି ବିଜେପି ବର୍ଷିଛନ୍ତି ଦଳୀୟ ଅଧ୍ୟକ୍ଷ ମମତା ବାନାର୍ଜୀ। ଅନ୍ୟପଟେ କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ରାଲିରେ ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ପିଏମ ମୋଦି।   

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

ସିଲିଗୁଡି ଠାରେ ଆୟୋଜିତ ପଦଯାତ୍ରାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପିଏମ ମୋଦିଙ୍କ ବିରୁଦ୍ଧରେ ବର୍ଷି  କହିଛନ୍ତି ସେ ସଭାସମିତିରେ କାଗଜରେ ଲେଖା ହୋଇଥିବା ଭାଷଣ ପଢିଥାନ୍ତି। ଏପରିକି ଭାଷଣ ଦେବା ବେଳେ ସେ ଟେଲି ପ୍ରମ୍ପଟର୍ ବ୍ୟବହାର କରିଥାନ୍ତି। ସେ ପଶ୍ଚିମବଙ୍ଗ ସ୍ୱପ୍ନ ବିକିବା ଲାଗି ଆସିଥାନ୍ତି। ତେଲ, ଗ୍ୟାସ ଦର ଆକାଶ ଛୁଆଁ ବୃଦ୍ଧି ପାଇଛି। ବ୍ୟାଙ୍କ ବିକ୍ରି ହେଉଛି। ସେ ଏକ ପ୍ରତିଷ୍ଠିତ ପଦରେ ବସିଛନ୍ତି ହେଲେ ମିଛ କହୁଛନ୍ତି।    

ବିରୋଧି ବିଜେପିକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ କହିଛନ୍ତି "ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଜାତା ହୈଁ। " ଅର୍ଥାତ ଯିଏ ଆମ ସହିତ ପଙ୍ଗା ନେବ ଏହା ତାହା ପାଇଁ ମହଙ୍ଗା ପଡିବ।  

Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

କେନ୍ଦ୍ରରେ କ୍ଷମତାସୀନ ସରକାରକୁ ହଟାଇବା ଲାଗି ଆମେ ସିଲିଗୁଡି ଠାରା ସାଙ୍କେତିକ ବିରୋଧ ପ୍ରଦର୍ଶନ କରିଛୁ। ପ୍ରଧାନମନ୍ତ୍ରୀ କହୁଛନ୍ତ ପଶ୍ଚିମବବଙ୍ଗ ରାଜନୈତିକ ପରିବର୍ତ୍ତନର ସାକ୍ଷୀ ପାଲଟିବ ହେଲେ ଦିଲ୍ଲୀରେ ସରକାର ବଦଳିବ। ବିଜେପି କେବଳ ବିଭାଜନକାର ରାଜନୀତି କରି ଜାତି ଧର୍ମ ନାମରେ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ।  

ପଶ୍ଚିମବଙ୍ଗରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ ପ୍ରଭୃତି ଧର୍ମର ଲୋକ ଭେଦଭାବ କରିନଥାନ୍ତି। ସମସ୍ତେ ସମସ୍ତଙ୍କୁ ନେଇ ଚାଲିଥାନ୍ତି। ପଶ୍ଚିମବଙ୍ଗକୁ ସୁରକ୍ଷା ବଙ୍ଗାଳୀ ଲୋକ ପ୍ରଦାନ କରିବେ। ମୋଦି ଯିବା ଆସିବା କରିବେ ହେଲେ ବଙ୍ଗାଳୀ ଏଠାରେ ରହିବେ। ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ବିକାଶ କାର୍ଯ୍ୟରେ ଆସିନଥାନ୍ତି ହେଲେ ପ୍ରଚାର କରିବାକୁ ପଶ୍ଚିମବଙ୍ଗ ଆସିଥାନ୍ତି। 

Also Read: West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM

ପଶ୍ଚିମବଙ୍ଗରେ ମହିଳାଙ୍କୁ କୌଣସି ସମ୍ମାନ ମିଳୁନାହିଁ ବୋଲି କୁହାଯାଉଛି ହେଲେ ୟୁପି, ଗୁଜୁରାଟ ଭଳି ରାଜ୍ୟରେ ସେମାନଙ୍କ ସ୍ଥିତି କ'ଣ ରହିଛି ତାହା ଦେଶ ଦେଖୁଛି। ସେମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାଁରେ ଥିବା ଷ୍ଟାଡିୟମକୁ ନିଜ ନାଁରେ କରିନେଲେ। ସେମାନଙ୍କୁ ଲାଜ ଲାଗିବା କଥା। ମିଛ କହି କହି ସେମାନଙ୍କ ଜୀବନ ଚାଲିଗଲା। ପଶ୍ଚିମବଙ୍ଗକୁପ ଦଙ୍ଗା କରିବା ଭଳି ଦଳ ବିଜେପି ଦରକାର ନାହିଁ। ଏଠାକାର ଲୋକ ଶାନ୍ତିରେ ରହିବାକୁ ଚାହୁଁଛନ୍ତି।