TMC ପକ୍ଷରୁ ଇସ୍ତହାର ଜାରି; ଜାଣନ୍ତୁ କାହାକୁ ମିଳିବ କ'ଣ?
Advertisement

TMC ପକ୍ଷରୁ ଇସ୍ତହାର ଜାରି; ଜାଣନ୍ତୁ କାହାକୁ ମିଳିବ କ'ଣ?

ଏଥର ବେରୋଜଗାରୀ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଟିଏମସି।

TMC ପକ୍ଷରୁ ଇସ୍ତହାର ଜାରି; ଜାଣନ୍ତୁ କାହାକୁ ମିଳିବ କ'ଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦଳୀୟ ଇସ୍ତହାର ଘୋଷଣା କରିଛି ଶାସକ ଟିଏମସି। ଏହି ଅବସରରେ ଦଳର ସୁପ୍ରିମୋ ତଥା ପଶ୍ଚିମମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ବିଗତ ୧୦ ବର୍ଷ ଶାସନ କାଳରେ ହାସଲ କରିଥିବା ଉପଲବ୍ଧି କହିଛନ୍ତି ୧୦୦ ଦିନର କାମରେ ପଶ୍ଚିମବଙ୍ଗ ଦେଶରେ ଏକ ନମ୍ବର ରାଜ୍ୟ ଭାବେ ଉଭା ହୋଇଛି।

ରାଜ୍ୟର ବିକାଶ ପାଇଁ ଟିଏମସି ସରକାର କରିଥିବା କାମକୁ ପୁରା ଦୁନିଆ ପ୍ରଶଂସା କରୁଛି। ରାଜ୍ୟର ୪୭ ଲକ୍ଷ ପରିବାରକୁ ନଳ ଯୋଗେ ପାଣି ଏବଂ ୧.୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଇଛି। ଏଥର ବେରୋଜଗାରୀ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଟିଏମସି। ଏଥର ଦଳ କ୍ଷମତାକୁ ଆସିଲେ ବର୍ଷକରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏଥର ଡୋର ଷ୍ଟେପ ଡେଲିଭରି (Door Step Delivery) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। 

Also Read: ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo

ପୂର୍ବ ଶାସନକାଳରେ ଲାଗୁ ହୋଇଥିବା କନ୍ୟାଶ୍ରୀ, ରୂପଶ୍ରୀ, ସ୍ୱାସ୍ଥ୍ୟ ଭଳି ଯୋଜନାକୁ ପୂର୍ବବତଃ ଜାରି ରଖିବେ ଟିଏମସି ସରକାର। ସାଧାରଣ ବର୍ଗ ପରିବାରକୁ ମାସିକ ୫୦୦, ଅନସୂଚିତ ଜାତି ଏବଂ ଅନସୂଚିତ ଜନଜାତି ପରିବାରକୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ ଟିଏମସି। ଆସନ୍ତା ମେ ମାସରୁ ବିଧବାଙ୍କୁ ମାସିକ ୧୦୦୦ ଟଙ୍କାର ଭତ୍ତା ପ୍ରଦାନ କରିବ ଦଳ।    

ବିଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗବାସୀଙ୍କ ଆୟ ଦୁଇ ଗୁଣା ହୋଇଛି। ରାଜ୍ୟର ପ୍ରତ୍ୟେକ ପରିବାରକୁ ସର୍ବନିମ୍ନ ରୋଜଗାର ସୁବିଧା ଯୋଗାଇ ଦିଆଯିବ। ଛାତ୍ରଙ୍କ ଲାଗି କ୍ରେଡିଡ କାର୍ଡ ବ୍ୟବସ୍ଥା କରାଯିବ। ୬୮ ଲକ୍ଷ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। 

Also Read: West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM

ଟିଏମସି ନିର୍ବାଚନ ଇସ୍ତାହାର ମୁଖ୍ୟାଂଶ   

  • ଆବାସ ଯୋଜନା ମାଧ୍ୟମରେ ୨୫ ଲକ୍ଷ ଘର ନିର୍ମାଣ କରାଯିବ 
  • ପାହାଡିଆ ଅଞ୍ଚଳର ବିକାଶ ଲାଗି ସ୍ୱତନ୍ତ୍ର ବୋର୍ଡ ଗଠନ କରାଯିବ 
  • କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ
  • ଉଚ୍ଚଶିକ୍ଷା ପାଇଁ ୪ ପ୍ରତିଶତ ସୁଧ ହାରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେଡ୍ରିଡ କାର୍ଡ ଶିକ୍ଷା ଋଣ ଯୋଗାଇ ଦିଆଯିବ,
  • ସାଧାରଣ ବର୍ଗ ଲାଗି ୬୦୦୦ ଏବଂ ପଛୁଆ ବର୍ଗ ଲାଗି ୧୨ ହଜାର ଟଙ୍କାର ଆୟ ସୁନିଶ୍ଚିତ କରାଯିବ 
  • ପଶ୍ଚିମବଙ୍ଗବାସୀଙ୍କୁ ମାଗଣା କୋରୋନା ଭ୍ୟାକ୍ସିନ୍ !
  • ଗରିବଙ୍କୁ ମିଳିବ ମାଗଣା ରାସନ୍
  • ପଶ୍ଚିମବଙ୍ଗରେ ସବୁ ଧର୍ମକୁ ସମାନ ଗୁରୁତ୍ୱ
  • ମେ ମାସରୁ ମିଳିବ ହଜାରେ ଟଙ୍କା ବିଧବା ଭତ୍ତା
  • ୫ ଲକ୍ଷ ବେକାରୀ ପାଇବେ ନିଯୁକ୍ତି