UPA ସରକାର ସମୟରେ ପୋଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଓ ମହଙ୍ଗା LPGକୁ ନେଇ ବିରୋଧୀ ବିଜେପି ଖୁବ ହୋହାଲ୍ଲା, ପ୍ରଦର୍ଶନ କରିଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ମୃତି ଇରାନୀ ବିଜେପିର ପ୍ରମୁଖ ନେତା ଥିଲେ।
Trending Photos
ନୂଆଦିଲ୍ଲୀ: ପ୍ରାୟ ୧୨ ବର୍ଷ ପରେ ସ୍ମୃତି ଇରାନୀଙ୍କ ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଶନିବାର ଘରୋଇ LPG Cylinder ପିଛା ୫୦ ଟଙ୍କା ମୂଲ୍ୟ ବୃଦ୍ଧି ପରେ କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନେଇ ତତ୍କାଳିନ କଂଗ୍ରେସ ସରକାରଙ୍କୁ ନିନ୍ଦା କରି ବିଜେପି ନେତ୍ରୀ ଏହି ଟ୍ୱିଟ କରିଥିଲେ।
ନରେନ୍ଦ୍ର ମୋଦି ସରକାରର ପ୍ରଥମ ପାଳିରେ HRD ମନ୍ତ୍ରୀ ଥିବା ସ୍ମୃତି ଇରାନୀ ବର୍ତ୍ତମାନ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମ୍ଭାଳୁଛନ୍ତି। ଦେଶର ମହଙ୍ଗାକୁ କଂଗ୍ରେସ ଉପରେ ଆକ୍ରାମକ ହୋଇ ପ୍ରଦର୍ଶନ କରି ସେ ଚର୍ଚ୍ଚାକୁ ଆସିଥିଲେ। ସମୟ ସମୟରେ ସ୍ମୃତି ଇରାନୀଙ୍କ ରାଲି ଆଉ ଧାରଣାର ପୁରୁଣା ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେଉଛି। ଯେଉଁଥିରେ ତତ୍କାଳୀନ ବିଜେପିର ଜାତୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ମହଙ୍ଗାକୁ ନେଇ କଂଗ୍ରସକୁ ନିନ୍ଦା କରିଛନ୍ତି।
Also Read: ରୋଷେଇ ଘରେ ମହଙ୍ଗା ମାଡ଼, LPG Cylinder ବଢ଼ିଲା ଏତିକି ଟଙ୍କା
ସ୍ମୃତି ଇରାନୀଙ୍କ ଭାଇରାଲ ଟ୍ୱିଟ୍ @smritiirani ନାମକ ଏକ ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରୁ ୨୦୧୧ ମସିହା ଜୁନ ୨୪ ତାରିଖରେ କରାଯାଇଥିଲା। ସେଥିରେ ଲେଖାଯାଇଛି, 'LPG ୫୦ ଟଙ୍କା ବଢିଲା!! ଆଉ ସେମାନେ ନିଜକୁ ସାଧାରଣ ଜନତାଙ୍କ ସରକାର ବୋଲି କହୁଛନ୍ତି। ଲଜ୍ୟା!' ତେବେ ଏହି ଟ୍ୱିଟରେ ବିଜେପି ନେତ୍ରୀ କାହାର ନାମ ଉଲ୍ଲେଖ କରିନାହାନ୍ତି। ୨୦୧୧ରେ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ମନମୋହନ ସିଂହଙ୍କ ସରାକର ଥିଲା। ଆଉ ସେହି ସମୟରେ ଜୟପାଲ ରେଡ୍ଡୀ, ପେଟ୍ରୋଲିୟମ ଓ ପ୍ରାକୃତୀକ ଗ୍ୟାସ ମନ୍ତ୍ରୀ ଥିଲେ।
UPA ସରକାର ସମୟରେ ପୋଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଓ ମହଙ୍ଗା LPGକୁ ନେଇ ବିରୋଧୀ ବିଜେପି ଖୁବ ହୋହାଲ୍ଲା, ପ୍ରଦର୍ଶନ କରିଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ମୃତି ଇରାନୀ ବିଜେପିର ପ୍ରମୁଖ ନେତା ଥିଲେ। ମୁଣଡରେ ଗ୍ୟାସ ସିଲିଣ୍ଡର ବୋହି, ରାସ୍ତା ଅବରୋଧ କରି ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୂଶପୁତଳିକା ଦାହ କରି ବିଜେପି ମହଙ୍ଗାର ପ୍ରତିବାଦ କରିଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ମଧ୍ୟ ସେହି ପୁରୁଣା ଦିନ ଦେଖିବାକୁ ମିଳିଛି।
Also Read: 'ବିହାରରେ ଅଛନ୍ତି ନୀତିଶ ଓ ଲାଲୁଙ୍କ ପରି ଧୁରନ୍ଧର, ପ୍ରଶାନ୍ତ କିଶୋର କିଛି କରିପାରିବେନି'
ରିପୋର୍ଟ ଅନୁସାରେ, ୨୦୧୧ରେ ଘରୋଇ LPG ସିଲିଣ୍ଡର (୧୪.୨ କିଲୋଗ୍ରାମ)ର ମୂଲ୍ୟ ୮୭୭ ଟଙ୍କା ଥିଲା। ୨୦୧୨ରେ ୯୨୨ ଓ ୨୦୧୩ରେ ତାହା ୧୦୨୧ ଟଙ୍କା ହେଲା। ଯେଉଁ ବର୍ଷ କଂଗ୍ରେସ ସରକାରରୁ ରିପ୍ଲେସ କରି ଦେଶରେ ବିଜେପି ସରକାର ଗଢିଲେ, ସେହି ବର୍ଷ LPG ସିଲିଣ୍ଡର ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୧୨୪୧ ଟଙ୍କା ହେଲା। କିନ୍ତୁ ୨୦୧୫ରେ ତାହା ୬୦୬କୁ ଖସି ଆସିଲା। ୨୦୧୬ରେ ୫୮୪, ୨୦୧୭ରେ ୭୪୭ ଓ ୨୦୧୮ରେ ଘରୋଇ ଗ୍ୟାସ ୬୦୯ ଟଙ୍କାରେ ମିଳୁଥିଲା। ୨୦୧୯ରେ ସାଧାରଣ ନିର୍ବାଚନ ବେଳେ ଗ୍ୟାସ ଦର ୬୯୫ ଟଙ୍କା ଥିଲା। କୋରୋନା ସଙ୍କଟ ବେଳେ ୨୦୨୦ ଓ ୨୦୨୧ରେ ଏହା କ୍ରମଶଂ ୫୯୪ ଓ ୭୧୯ ଟଙ୍କା ହେଲା। ଆଉ ବର୍ତ୍ତମାନ ୨୦୨୨ ମେ ୭ରେ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧୦୦୦ ଟଙ୍କା ନିକଟତର ହୋଇଛି।