ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସମୟ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ନିର୍ବାଚନ ପାଖେଇ ଆସୁଥିବାରୁ ମେଣ୍ଟ ଗଠନ କରିବା ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା। ଏଭଳି ପରିସ୍ଥିତିରେ ଆଞ୍ଚଳିକ ତଥା ଜାତି ଭିତ୍ତିକ ଦଳର ଗୁରୁତ୍ୱ ବଢିଯାଇଛି।  


COMMERCIAL BREAK
SCROLL TO CONTINUE READING

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ବିଜେପି (BJP) ଏବଂ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି (Samajwadi Party) ଭଳି ଦଳର ପ୍ରଭାବ ଅଧିକ ରହିଛି। ଏ ପ୍ରସଙ୍ଗରେ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ଏବଂ କଂଗ୍ରେସ (Congress) କମ ସକ୍ରିୟ ରହିଛନ୍ତି।


ବିଜେପି ସହିତ କିଏ କରିବ ମେଣ୍ଟ?
ରାଜ୍ୟରେ ଅପନା ଦଳ ସୋନେଲାଲ (Apna Dal Sonelal) ଏଡିଏସ (ADS) ସହ ବିଜେପିର ରହିଛି ପୁରୁଣା ମେଣ୍ଟ। ଏଡିଏସ ନେତ୍ରୀ ଅନୁପ୍ରିୟା ପଟେଲ (Union Minister Anupriya Patel) ଦ୍ୱିତୀୟ ଥର ଲାଗି କେନ୍ଦ୍ରମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ସେ ପ୍ରଧାମମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଏହି ଦଳ କୃଷକ କୁର୍ମି ଜାତିର (Kurmi Caste) ଏକ ଦଳ ଭାବରେ ବିବେଚନା କରାଯାଏ। ପୂର୍ବ ଉତ୍ତରପ୍ରଦେଶ ସମେତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଏହି ଜାତିର ଆଖିଦୃଶିଆ ଜନସଂଖ୍ୟା ରହିଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଦଳ ସହଯୋଗୀ ​​ବିଜେପି ସହ ମେଣ୍ଟ କରି ରାଜ୍ୟର ୧୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୯ ସିଟ୍ ହାତେଇଥିଲା। ରାଜ୍ୟର ଯାଦବଙ୍କ ପରେ କୁର୍ମୀ ଜାତି ପଛୁଆବର୍ଗ ଶ୍ରେଣୀର (Other Backward Class) ସର୍ବ ବୃହତ ଭୋଟ୍ ବ୍ୟାଙ୍କ (OBC Vote Bank)। ଆସନ ଆଧାରରେ କଂଗ୍ରେସ (Congress) ଅପେକ୍ଷା ରାଜ୍ୟରେ ଚତୁର୍ଥ ବଡ଼ ଦଳ ହେଉଛି ଏଡିଏସ।


Also Read: UP Election 2022: ଜାଣନ୍ତୁ କିଏ ହେବ BJP ମେଣ୍ଟ ସହଯୋଗୀ


ଏଡିଏସ ପରେ ବିଜେପି ସହ ବୁଝାମଣା କରିଛି ଡ.ସଞ୍ଜୟ ନିଷାଦଙ୍କ ନେତୃତ୍ୱାଧିନ (Dr.Sanjay Nishad) ନିଷାଦ ପାର୍ଟି (Nishad Party)। ଏହି ଦଳ କୈବର୍ତ୍ତ, ବିନ୍ଦ, ନୋନିଆ, ଭଳି ପଛୁଆ ଜାତିର ପ୍ରତିନିଧିତ୍ୱ କରିଥାଏ। ଏହି ସମ୍ପ୍ରଦାୟର ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ମାଛ ମାରିବା ଏବଂ ନଦୀରେ ଡଙ୍ଗା ଚଳାଇବା। ଗତ ୨୦୧୮ ବର୍ଷରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ହୋଇଥିବା ପରାଜୟ ପରେ ବିଜେପି, ନିଷାଦ ପାର୍ଟି ସହ ମେଣ୍ଟ କରିଛି। ହେଲେ ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ କୌଣସି ଘୋଷଣା ହୋଇନାହିଁ। ଉତ୍ତର ପ୍ରଦେଶର ମୋଟ ୪୦୩ ବିଧାନସଭା ଆସନରୁ ୧୬୦ ଆସରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ନିଷାଦ ସମ୍ପ୍ରଦାୟର ମତଦାତା।  


ଗତ ଅକ୍ଟୋବର ୨୦ ତାରିଖରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ସଭାପତି (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଘୋଷଣା କରିଥିଲେ। ଏହା ପରେ ବିଜେପି ରାଜ୍ୟର ୭ଟି ଜାତି ଆଧାରିତ ଆଞ୍ଚଳିକ ଦଳକୁ ସମର୍ଥନ ଘୋଷଣା କରିଥିଲା। ଏହି ଦଳ ହେଉଛନ୍ତି ରାମଧାନୀ ବିନ୍ଦଙ୍କ ଭାରତୀୟ ମାନବ ସମାଜ ପାର୍ଟି, ଚନ୍ଦ୍ରମା ବନବାସୀଙ୍କ ମୁସହର ଆନ୍ଦୋଳନ ମଞ୍ଚ ଗରିବ ପାର୍ଟି, ବାବୁଲାଲ ରାଜଭରଙ୍କ ଶୋଷିତ ସମାଜ ପାର୍ଟି, କୃଷ୍ଣଗୋପାଳ ସିଂହ କଶ୍ୟପଙ୍କ ମାନବହିତ ପାର୍ଟି, ଭୀମ ରାଜଭରଙ୍କ ଭାରତୀୟ ସୁହଲଦେବ ଜନତା ପାର୍ଟି, ଚନ୍ଦନ ସିଂହ ଚୌହାନଙ୍କ ପୃଥିରାଜ ଜନଶକ୍ତି ପାର୍ଟି, ମହେନ୍ଦ୍ର ପ୍ରଜାପତିଙ୍କ ଭାରତୀୟ ସମତା ସମାଜ ପାର୍ଟି।


ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ, ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା। ଏହି ନିର୍ବାଚନରେ ଉଭୟ ଦଳଙ୍କୁ ନେଇ ଗଠିତ ମେଣ୍ଟକୁ ଜବରଦସ୍ତ ଝଟକା ଲାଗିଥିଲ। ଏଥରର ନିର୍ବାଚନରେ କୌଣସି ବଡ଼ ଦଳ ସହ ମେଣ୍ଟ କରାଯିବ ନାହିଁ ବୋଲି କହିଛି ସମାଜବାଦୀ ପାର୍ଟି। ଦଳ ଏପର୍ଯ୍ୟନ୍ତ ଏସବିଏସପି ଏବଂ ଏବଂ ମହାନ ଦଳ (Mahan Dal) ସହ ଯୋଗାଯୋଗରେ ଅଛି। ଏହା ସହିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି (PSP) ସମେତ କିଛି ଛୋଟ ଦଳ ସହ ବୁଝାମଣା କରିଛି। 


Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar


ଏସବିଏସପି ଭଳି ଦଳର ଆଧାର ହେଉଛନ୍ତି ପଛୁଆ ଜାତି। ଏହାକୁ ନଜରରେ ରଖି ସମାଜବାଦୀ ପାର୍ଟି, ଏସବିଏସପି ସହ ମେଣ୍ଟ କରିଛି। ଗତ ୨୦୧୭ ନିର୍ବାଚନରେ ଏସବିଏସପି ବିଜେପି ସହ ମେଣ୍ଟ କରି ରାଜ୍ୟର ୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୪ ସିଟ୍ ହାତେଇଥିଲା। ସମାଜବାଦୀ ପାର୍ଟିର ଦ୍ୱିତୀୟ ବଡ଼ ସହଯୋଗୀ ହେଉଛି ମହାନ୍ ଦଳ। ଗତ ୨୦୦୮ ବର୍ଷରେ ବିଏସପି ଛାଡିବା ପରେ କେଶବ ଦେବ ମୌର୍ଯ୍ୟଙ୍କ (Keshav Dev Maurya) ଦ୍ୱାରା ଏହି ଦଳ ଗଠିଚ ହୋଇଥିଲା। ଏହାର ଆଧାର କୁଶୱାୱା, ଶାକ୍ୟ, ମୌର୍ଯ୍ୟ, ସୈନି ପ୍ରଭୃତି ପଛୁଆବର୍ଗ ଜାତିରେ ରହିଛି। ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଜିଲ୍ଲାରେ ମହାନ ଦଳର ବେଶ ଭଲ ପ୍ରଭାବ ରହିଛି। ମହାନ୍ ଦଳ ୨୦୦୮ ପରେ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ କୌଣସି ଗୋଟିଏ ସିଟ ହାତେଇ ପାରିନଥିଲା। ଗତ ୨୦୧୨ ନିର୍ବାଚନରେ ଦଳ ରାଜ୍ୟର ୧୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଥିଲେ। ଗତ ୨୦୧୭ ନିର୍ବାଚନରେ ଦଳ ୭୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ହେଲେ ଏହା ମଧ୍ୟରୁ ୭୧ ଆସନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଥିଲେ। 


ଏଥରର ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ କରାଯିବା ନାହିଁ ବୋଲି ବିଏସପି ପକ୍ଷରୁ ଘୋଷଣା କରାଯାଇଛି। ଅନ୍ୟପଟେ କଂଗ୍ରେସ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରଭାବ ରଖୁଥିବା ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ସହ ଯୋଗାଯୋଗରେ ରହିଥିବାର ଖବର ଆସିଛି। ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ତାଙ୍କ ଦଳ ଆରଏଲଡି ସହ ମେଣ୍ଟ କରିଛି। ଏଥରର ନିର୍ବାଚନରେ ଦଳ କାହା ସହ ମେଣ୍ଟ କରିବ ସେ ନେଇ ଆରଏଲଡି ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।


Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ


ଏହି ଦଳଙ୍କୁ ଛାଡି ଶିବସେନା (Shiv Sena), ଆଜାଦ ସମାଜ ପାର୍ଟି (Azad Samaj Party), ଆମ ଆଦମୀ ପାର୍ଟି (Aam Aadmi Party), ବିକାଶଶୀଳ ଇନସାନ ପାର୍ଟି (Vikassheel Insaan Party), ଏଆଇଏମଆଇଏମ (AIMIM) ଭଳି ଦଳ ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।