ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ନିଜେ ପ୍ରସ୍ତୁତ ହୋଇଉଠିଲେଣି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥର ହେଉଥିବା ନିର୍ବାଚନ ପାଇଁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଚଳିତ ନିର୍ବାଚନରେ ରାଜ୍ୟର କୌଣସି ଏକ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଜୋରସୋରରେ ଚର୍ଚ୍ଚା ହେଉଛି। 


COMMERCIAL BREAK
SCROLL TO CONTINUE READING

ଚଳିତବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟର ଅଯୋଧ୍ୟା (Ayodhya), ମଥୁରା (Mathura), ଗୋରଖପୁର (Gorakhpur) ଏହି ୩ ବିଧାନସଭା ଆସନ (Assembly Constituency of UP) ମଧ୍ୟରୁ କୌଣସି ଏକ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ବର୍ତ୍ତମାନ ସେ ରାଜ୍ୟ ବିଧାନସଭା (Member of the Legislative Assembly) ନୁହେଁ ବିଧାନ ପରିଷଦ ସଦସ୍ୟ (Member of the Legislative Council) ଅଛନ୍ତି। 


Also Read: UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ CM Yogi Adityanath


ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିଧାନସଭା ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭା ସାଂସଦ (BJP) ହରନାଥ ସିଂହ ଯାଦବ (Harnath Singh Yadav)। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ରାଜ୍ୟର ମଥୁରା ଆସନରୁ ଲଢାଇବା ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡାଙ୍କୁ (JP Nadda) ପତ୍ର ଲେଖିଛନ୍ତି ସେ।    


ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଦଳ ମୋତେ ଯେଉଁ ଆସନରୁ ନିର୍ବାଚନ ଲଢିବାକୁ କହିବ ମୁଁ ସେହି ନିର୍ବାଚନମଣ୍ଡଳୀରୁ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ମୋର ନିର୍ବାଚନ ଲଢିବା ବିଷୟରେ ଦଳ ନିଷ୍ପତ୍ତି ନେବ। ଆସନ୍ତା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କେଉଁଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ତାଙ୍କ ଦଳ ବିଜେପି ନେତୃତ୍ୱ ସ୍ଥିର କରିବ। ମୋର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ସନ୍ଦେହ ନାହିଁ। ହେଲେ ମୁଁ କେଉଁଠାରୁ ନିର୍ବାଚନ ଲଢିବି ସେନେଇ ଦଳୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ। 


Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!


ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜ୍ୟର ଗୋରଖପୁର ଲୋକସଭା ଆସନରୁ (Gorakhpur Lok Sabha Constituency) କ୍ରମାଗତ ଭାବେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ। ସେ ରାଜ୍ୟର ଏହି ଜିଲ୍ଲାରେ ଅବସ୍ଥିତ ଯେକୌଣସି ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ (BJP MLA Candidate) ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି। ଅନ୍ୟ ପଟେ ସେ ରାଜ୍ୟର ଅଯୋଧ୍ୟା ଜିଲ୍ଲାରେ ଅବସ୍ଥିତ କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି। ତାଙ୍କ ଗୃହ ଜିଲ୍ଲା ଏବଂ କାର୍ଯ୍ୟକ୍ଷେତ୍ର ହେଉଛି ଗୋରଖପୁର। ଯଦିଓ ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ଗୋଟିଏ କିମ୍ବା ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ହେଲେ ଏନେଇ ତାଙ୍କ ଦଳ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।