ଯେଉଁମାନେ ଏସପି ଟିକେଟ୍ ପାଇଛନ୍ତି ସେମାନଙ୍କ ତାଲିକାକୁ ଦେଖନ୍ତୁ, ଏଥିରେ ବହୁ ଜଣାଶୁଣା ଦଙ୍ଗାକାରୀଙ୍କ ନାମ ରହିଥିବାର ସ୍ପଷ୍ଟ ଭାବେ ଜଣାପଡି଼ବ।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ପକ୍ଷରୁ ଆରମ୍ଭ ହୋଇଯାଇଛି ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ବଣ୍ଟନ। ଏହାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଆରୋପ-ପ୍ରତ୍ୟାରୋପ। ସଦ୍ୟ ଏ ପ୍ରସଙ୍ଗରେ ବିରୋଧି ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ବିଜେପି।
ଏନେଇ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଯୋଗୀ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଏଥର ସମାଜବାଦୀ ପାର୍ଟି ଏସପି ଦଙ୍ଗାକାରୀଙ୍କୁ ଟିକେଟ ଦେଇଛି। ଯେଉଁମାନେ ଏସପି ଟିକେଟ୍ ପାଇଛନ୍ତି ସେମାନଙ୍କ ତାଲିକାକୁ ଦେଖନ୍ତୁ, ଏଥିରେ ବହୁ ଜଣାଶୁଣା ଦଙ୍ଗାକାରୀଙ୍କ ନାମ ରହିଥିବାର ସ୍ପଷ୍ଟ ଭାବେ ଜଣାପଡି଼ବ। ଜନସାଧାରଣ ଏହିପରି ଲୋକଙ୍କୁ ଏକ ଶିକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି।
ପୂର୍ବରୁ ଉତ୍ତର ପ୍ରଦେଶରେ ଅନେକ ଦଙ୍ଗା ହେଉଥିଲା। ବଂଶବାଦୀ ରାଜନୀତି ଚାଲୁଥିଲା। ବର୍ତ୍ତମାନ ଏଭଳି କାର୍ଯ୍ୟ ଉପରେ ରୋକ ଲଗାଇ ଦିଆଯାଇଛି। ରାଜ୍ୟରେ କେବଳ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଆଇନ ସହିତ କାହାକୁ ଖେଳିବାକୁ ଅନୁମତି ନାହିଁ। ଯଦି କେହି ଏହା କରିବାକୁ ସାହସ କରନ୍ତି ତାହେଲେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ହେବ।
Also Read: UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!
ଗତ ୨୦୧୭ ବର୍ଷରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବିଜେପି ଏହାର ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର ଜାରି କରିଥିଲା। ଯେଉଁଥିରେ ଆମେ ଜାତୀୟତା, ଉତ୍ତମ ଶାସନ, ବିକାଶ ଭଳି ପ୍ରସଙ୍ଗକୁ ସ୍ଥାନୀୟ କରିଥିଲୁ। ଏହାପୂର୍ବରୁ ରାଜ୍ୟରେ ବଂଶବାଦ ଏବଂ ପରିବାରବାଦ ରାଜନୀତି ହେଉଥିଲା। ଏଭଳି ରାଜନୀତିକୁ ପ୍ରୋତ୍ସାହନ ଦେଇ ସେଭଳି ଲୋକ ଗରିବ କୃଷକ ଏବଂ ସାଧାରଣ ନାଗରିକଙ୍କୁ ଶୋଷଣ କରୁଥିଲେ। ପ୍ରତି ତୃତୀୟ ଦିନରେ ରାଜ୍ୟରେ ଦଙ୍ଗା ହେଉଥିଲା। ଏହି କାରଣରୁ ବିକାଶର ଚକ ବନ୍ଦ ହୋଇଗଲା। ଆମେ ୫ ବର୍ଷରେ ରାଜ୍ୟରେ ଏକ ଉତ୍ତମ ସୁରକ୍ଷା ପରିବେଶ ସୃଷ୍ଟି କରିଛୁ। ଯୁବକଙ୍କୁ ଭେଦଭାବ ନକରି ଚାକିରି ଦିଆଯାଇଛି। ଝିଅଙ୍କ ସୁରକ୍ଷା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯାଇଛି। ବିକାଶ କାର୍ଯ୍ୟକୁ ଆଗକୁ ବଢାଇଛୁ। ଆମେ ଆମର କାର୍ଯ୍ୟକୁ ଜନସାଧାରଣଙ୍କ ନିକଟକୁ ନେଉଛୁ ଏବଂ ଆଶା କରୁଛୁ ଯେ ଲୋକେ ଏହା ଉପରେ ମୋହର ଲଗାଇବେ।
ଗୋଟିଏ ପଟେ ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟ ପଟେ ଆରମ୍ଭ ହୋଇଯାଇଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା। ଅପରାଧିକ ମାମଲାରେ ଜଡିତ ଥିବା ନାହିଦ ହାସନଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏ ପର୍ଯ୍ୟନ୍ତ ଥମିନଥିବା ବେଳେ ସାହାରାନପୁର ଠାରେ ହୋଇଥିବା ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ମୋହର୍ରମ ଅଲୀ ଉର୍ଫ ପପୁକୁ ଦଳରେ ସାମିଲ କରି ବିବାଦ ଘେରକୁ ଟାଣିହୋଇଯାଇଛି ସମାଜବାଦୀ ପାର୍ଟି। ଯାହାର ଫଟୋ ସୋସିଆଲ ମିଡ଼ିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏପରିକି ଏହାକୁ ନେଇ ଦଳ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ। ଏନେଇ ଦଳର ସଂଖ୍ୟାଲଘୁ ସଭାର ରାଜ୍ୟ ସଚିବ ଅଭିଷେକ ଅରୋରା କହିଛନ୍ତି ଯେ ମୋହର୍ରମ ଅଲୀଙ୍କୁ ଦଳରେ ସାମିଲ କରିବାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇପଡୁଛେ। ଏ ଘଟଣା ବାବଦରେ ମୁଁ ଦଳୀୟ ନେତୃବୃନ୍ଦଙ୍କୁ ଅବଗତ କରାଇବି।
ଗତ ୨୦୧୪ ମସିହାରେ ସହାରନପୁରସ୍ଥିତ ଗୁରୁଦ୍ୱାର ରୋଡ ଠାରେ ଅବସ୍ଥିତ ଏକ ଜମିରେ ଗୁରୁଦ୍ୱାର କମିଟି ଦ୍ୱାରା ବିବାଦୀୟ ସମ୍ପତ୍ତି ଉପରେ ଗୁରୁଦ୍ୱାର ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ କରାଯାଉଥିଲା। ଏହି ନିର୍ମାଣକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ପରେ ଏହା ସାମ୍ପ୍ରଦାୟିକ ହିଂସାର ରୂପ ନେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପଥର ମାଡ ଆରମ୍ଭ କରି ଅଗ୍ନିକାଣ୍ଡ ଭଳି ଘଟଣା ଘଟିଥିଲା।
ଯେତେବେଳେ ଏହି ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆସିବା ପୂର୍ବରୁ ଏହି ଦଙ୍ଗାର ନିଆଁରେ ପୁରା ସହର ଜଳି ଉଠିଥିଲା। ଶହ ଶହ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଦଙ୍ଗାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ପୋଲିସ କର୍ମଚାରୀ ପଥର ଫିଙ୍ଗିବା ଘଟଣାରେ ଆହତ ହୋଇଛନ୍ତି। ପରିସ୍ଥିତି ଆହୁରି ଖରାପ ହେବାର ଭୟରୁ ସମଗ୍ର ସହରରେ କର୍ଫ୍ୟୁ ଲଗା ଯାଇଥିଲା।
Also Read: ଏନକାଉଣ୍ଟର ପରେ ପ୍ରତିଶୋଧ ନେବାକୁ ଧମକ ଦେଲେ ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ
ଏହି ଦଙ୍ଗା ଘଟଣାରେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯିବା ପରେ ପ୍ରଥମେ ପ୍ରାୟ ୫-୬ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୋହର୍ରମ ଅଲୀ ନାମକ ଜଣେ ବ୍ୟକ୍ତି ରହିଥିଲେ। ଯିଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିଲା। ଏନେଇ ପୋଲିସ ପକ୍ଷରୁ କୁହାଯାଇଥିଲା ସହରରେ ଦଙ୍ଗା ଭିଙ୍ଗାଇବା, ଲୋକଙ୍କୁ ଉତ୍ତେଜିତ କରିବା, କୁତବ ଶେର ପୋଲିସ ଥାନାକୁ ଘେରାଉ କରିବା ପଛରେ ମୋହର୍ରମ ଅଲୀର ହାତ ରହିଥିବା ଜଣାପଡି଼ଥିଲା।
ଦଙ୍ଗା ଘଟଣାରେ ତାକୁ ଜାତୀୟ ସୁରକ୍ଷା ଆଇନ ଆଧାରରେ ଗିରଫ କରାଯିବା ସହ ସହ ତାକୁ ଜେଲ ପଠାଯାଇଥିଲା। ତାକୁ ଛାଡି ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧେ ୮୦ ରୁ ଉର୍ଦ୍ଧ୍ୱ ମାମଲା ରୁଜ୍ଜୁ କରିଥିଲା ପୋଲିସ। ହେଲେ ଗତ ବର୍ଷ ଏହି ଜମି ବିବାଦର ସମାଧାନ ହେବା ପରେ ମୋହର୍ରମ ଅଲ୍ଲୀକୁ ଜାମିନ ମିଳିଥିଲା।