ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାର ଉପବାଚସ୍ପତି ପଦ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସମାଜବାଦୀ ପାର୍ଟି ପକ୍ଷରୁ ଘୋଷିତ ପ୍ରାର୍ଥୀ ନରେନ୍ଦ୍ର ସିଂ ବର୍ମା ଏବଂ ଦଳୀୟ ବିଧାୟକ ତଥା ବିଦ୍ରୋହୀ ପ୍ରାର୍ଥୀ ନୀତିନ ଅଗ୍ରୱାଲ। ଏହି ନିର୍ବାଚନ ଲାଗି ଆସନ୍ତା ସୋମବାର ଭୋଟ୍ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ ଦୁବେ।


COMMERCIAL BREAK
SCROLL TO CONTINUE READING

ପାରମ୍ପାରିକ ଭାବେ ମୁଖ୍ୟ ବିରୋଧି ଦଳର ବିଧାୟକଙ୍କୁ ଉତ୍ତର ପ୍ରଦେଶ ବିଧାନସଭାର (Uttar Pradesh Legislative Assembly) ଉପବାଚସ୍ପତି (Deputy Speaker) ଦାୟିତ୍ୱ ପ୍ରଦାନ କରାଯାଇଥାଏ ହେଲେ ରାଜ୍ୟରେ କ୍ଷମତାସୀନ ବିଜେପି (BJP) ବିଦ୍ରୋହୀ ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ବିଧାୟକ ନୀତିନ ଅଗ୍ରୱାଲଙ୍କୁ (Nitin Agrawal) ସମର୍ଥନ କରିଛି। ତାଙ୍କ ପିତା ତଥା ପୂର୍ବତନ ସାଂସଦ ନରେଶ ଅଗ୍ରୱାଲ (Naresh Agrawal) ଏସପି ଛାଡି ୨୦୧୯ ଲୋକସଭା ନିର୍ବାଚନ (Lok Sabha Elelction 2019) ପୂର୍ବରୁ ବିଜେପି ହାତ ଧରିଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ (UP CM Yogi) ଏବଂ ରାଜ୍ୟ ବିଜେପି ରାଜ୍ୟ ସଭାପତି (UP BJP President) ସ୍ୱତନ୍ତ୍ରଦେବ ସିଂହଙ୍କ (Swatantra Dev Singh) ବ୍ୟତୀତ ନୀତିନ ଅଗ୍ରୱାଲଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ନରେଶ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।


Also Read: UP Poll 2022: କେଉଁ ବିଧାୟକଙ୍କ କଟିବ ଟିକେଟ, ଜବାବ ରଖିଲେ ରାଜ୍ୟ BJP ସଭାପତି


ଏନେଇ ପ୍ରତିକ୍ରିୟା ରଖି ରାଜ୍ୟର ହରଦୋଇ ବିଧାୟକ ନୀତିନ ଅଗ୍ରୱାଲ କହିଛନ୍ତି ମୁଁ ଚାରି ସେଟ୍ ନାମାଙ୍କନପତ୍ର ଦାଖଲ କରିଛି ଏବଂ ମୋର ନାମ ପ୍ରସ୍ତାବ ଦେଇଥିବା ବ୍ୟକ୍ତି ହେଉଛନ୍ତି  ହରଚାନ୍ଦପୁରର କଂଗ୍ରେସ ବିଧାୟକ ରାକେଶ ସିଂ,  ପୁରୱାର ବିଏସପି ବିଧାୟକ ଅନିଲ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା, ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ନଗର ଉନ୍ନୟନ ମନ୍ତ୍ରୀ ଅଶୁତୋଷ ଟଣ୍ଡନ, ରାଜ୍ୟ ମନ୍ତ୍ରୀ ଛତ୍ରପାଲ ସିଂ ଗଙ୍ଗୱାର ଏବଂ ବିଧାୟକ ରାଜପାଲ ବର୍ମା ଏଥିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶରେ ବିଧାନସଭାର ଉପବାଚସ୍ପତି ନିର୍ବାଚନ ୧୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ଗତ ୨୦୦୪ ଜୁଲାଇରେ ବିଜେପି ପ୍ରାର୍ଥୀ ରାଜେଶ ଅଗ୍ରୱାଲ ଏହି ପଦବୀରେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମେ ୨୦୦୭ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇନଥିଲା।


Also Read: UP Election 2022: ଜାଣନ୍ତୁ କିଏ ହେବ BJP ମେଣ୍ଟ ସହଯୋଗୀ


ନାମାଙ୍କନପତ୍ର ଦାଖଲ କରିବା ପରେ ବିଧାୟକ ନୀତିନ ଅଗ୍ରୱାଲ କହିଛନ୍ତି ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ ତୁଲାଇବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବିଜେପି ହାତ ଧରିବେ ନାହିଁ। ଏହା ସହିତ ନାମାଙ୍କନପତ୍ର ଦାଖଲ କରିବା ପରେ ଏସପି ଘୋଷିତ ପ୍ରାର୍ଥୀ (Samajwadi Party) ନରେନ୍ଦ୍ର ସିଂ ବର୍ମା (Narendra Singh Verma) ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ହେଉଛି ସମାଜବାଦ ପାର୍ଟିର ଦଳୀୟ ପ୍ରାର୍ଥୀ ଏବଂ ପରମ୍ପରା ଅନୁଯାୟୀ ବିଧାନସଭାର ଉପବାଚସ୍ପତି ପଦ ମୁଖ୍ୟ ବିରୋଧି ଦଳକୁ ମିଳିଥାଏ। ଏଥିପାଇଁ ଏହି ପଦ ଆମକୁ ମିଳିବା ଦରକାର। ନୀତିନ ଅଗ୍ରୱାଲଙ୍କ ବାବଦରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସେ ଆମର ସାନ ଭାଇ। ସେ ଏସପି ଟିକେଟରେ ନିର୍ବାଚନରେ ​​ଜିତିଥିଲେ ଏବଂ ନିର୍ବାଚନ ​​ଜିତିବା ପରେ ସେ ଦଳ ବିରୁଦ୍ଧରେ କାମ ଆରମ୍ଭ କରିଥିଲେ।