UP Election 2022: ନିର୍ବାଚନୀ ପ୍ରଚାର ଗୀତରେ ନିର୍ବାଚନ ଲଢୁଛନ୍ତି ରାଜନୈତିକ ଦଳ
ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କ ନିର୍ବାଚନୀ ପ୍ରଚାର ଗୀତ ପ୍ରକାଶ କରିଛନ୍ତି।
ଲକ୍ଷ୍ନୌ: ଚଳିତ ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଶବ୍ଦ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି ଦଳ ସେମାନଙ୍କ ନୀତିକୁ ପ୍ରଚାର କରିବା ଏବଂ ବିରୋଧିଙ୍କ ଉପରେ ଶବ୍ଦ ବାଣ ଛାଡିବା ପାଇଁ ବିଭିନ୍ନ ପ୍ରକାର ସ୍ଲୋଗାନ ଏବଂ ନିର୍ବାଚନୀ ପ୍ରଚାର ଗୀତ ବ୍ୟବହାର କରୁଛନ୍ତି।
ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କ ନିର୍ବାଚନୀ ପ୍ରଚାର ଗୀତ ପ୍ରକାଶ କରିଛନ୍ତି। ଯଦିଓ ନିର୍ବାଚନ ଗୀତ ସାହାଯ୍ୟରେ ପ୍ରାୟତଃ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନ ପ୍ରଚାର କରିଥାନ୍ତି। ହେଲେ କୋରୋନା ମହାମାରୀ କାରଣରୁ ହେଉଥିବା ଭର୍ଚ୍ୟୁଆଲ ପ୍ରଚାର ଲାଗି ନିର୍ବାନନ ଗୀତ ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ରାଜୈନୈତିକ ଦଳଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି।
ଶାସକ ବିଜେପି ଏହାର ନିର୍ବାଚନୀ ପ୍ରଚାର ଗୀତରେ ହିନ୍ଦୁତ୍ୱବାଦୀ ଗୌରବ ଗାଥା ଏବଂ ଦଳୀୟ ସରକାରଙ୍କ ଅମଳରେ କରାଯାଇଥିବା ବିକାଶ କାର୍ଯ୍ୟ ବାବଦରେ ଉଲ୍ଲେଖ କରିଛି। ଏହି ଗୀତ ଉପରେ ଦଳର ୨ ଲୋକସଭା ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନ ଏବଂ ମନୋଜ ତିୱାରୀ କାମ କରୁଛନ୍ତି। ଦଳ ପକ୍ଷରୁ କିଛି ନିର୍ବାଚନୀ ପ୍ରଚାରା ଗୀତ ଲଞ୍ଚ ହୋଇସାରିଛି। ଏହି ଗୀତ ମଧ୍ୟରେ "ଡମ୍ବରୁ ଜବ୍ ବଜେଗା ତୋ ଦେଖନା ନଜରା କ୍ୟା ହୋଗା' ଏବଂ 'ୟୁପି ମେଁ ସବ ବା" ପ୍ରମୁଖ ରହିଛି। ଅନ୍ୟପଟେ "ଜୋ ରାମ କୋ ଲାଏଁ ହେଁ, ହମ୍ ଉନକୋ ଲାଏଁଙ୍ଗେ", "ମନ୍ଦିର ବନନେ ଲଗା ହେ," ଭାଗୱା ରଙ୍ଗ ଚଢନେ ଲଗା ହେ", ଏଭଳି ପ୍ରଚାର ଗୀତ ଲଞ୍ଚ କରି ଦଳ ଏହାର ହିନ୍ଦୁତ୍ୱବାଦୀ ଭାବମୂର୍ତ୍ତି ଏବଂ ଏଜେଣ୍ଡା କୁ ପ୍ରଦର୍ଶିତ କରିଛି।
Also Read: Opinion Poll 2022: କାହା ଖାତାକୁ ଯିବ Uttarakhand-Punjab?
ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ବିଜେପି ମଡ଼ିଆ ପ୍ରଭାରୀ ମନୀଷ ଦୀକ୍ଷିତ କହିଛନ୍ତି, "ନିର୍ବାଚନ କମିଶନ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ରାଲି ଏବଂ ଦଳୀୟ ବୈଠକ ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଦଳ ବର୍ତ୍ତମାନ ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି। ଦଳ ଏହି ଗୀତକୁ ପ୍ରତ୍ୟେକ ସୋସିଆଲ ମିଡିଆ ମାଧ୍ୟମରେ ମତଦାତାଙ୍କ ନିକଟରେ ପହଞ୍ଚାଇବ।
ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ମଧ୍ୟ ଅନେକ ନିର୍ବାଚନୀ ପ୍ରଚାର ଗୀତ ରଖିଛି। ଯାହା ମଧ୍ୟରେ ରହିଛି "ହୁଙ୍କାର", "ଜନନା ପୁକାରତି ହେ", "ଜୟ-ଜୟ ସମାଜବାଦ୍"। ଏହି ଗୀତ ମାଧ୍ୟମରେ ଦଳ ରାଜ୍ୟରେ କ୍ଷମତାସୀନ ଥିବା ବେଳେ କରାଯାଇଥିବା ସରକାରୀ କାର୍ଯ୍ୟ ସହିତ ଏବଂ ପୁନର୍ବାର କ୍ଷମତାକୁ ଆସିବା ପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଛି।
ଏନେଇ ମତ ରଖି ସମାଜବାଦୀ ପାର୍ଟି ଜାତୀୟ ମୁଖପାତ୍ର ଆଶୁତୋଷ ବର୍ମା କହିଛନ୍ତି ଦଳୀୟ ନିର୍ବାଚନ ପ୍ରଚାର ଗୀତରେ ବେରୋଜଗାରୀ, କୃଷକ, ଶ୍ରମିକ, ମହିଳା, ଶୋଷିତ, ବଞ୍ଚିତ ବର୍ଗର ଲୋକଙ୍କ ସମସ୍ୟାର ସମାଧାନ କରିବା କଥା କୁହାଯାଇଛି। ଏହି ଗୀତ ରାଜ୍ୟର ପ୍ରତ୍ୟେକ ଗ୍ରାମ ଏବଂ ସହରରେ ସ୍ୱର ଉଠାଇବ ଏବଂ ସମସ୍ତଙ୍କ ବିକାଶ ପାଇଁ ସମାଜବାଦୀ ସରକାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇବ।
Also Read: UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM
ମୁଖ୍ୟତଃ ମହିଳାଙ୍କୁ ରାଜନୀତିର ମୁଖ୍ୟ ସ୍ରୋତରେ ଆଣିବାର ପ୍ରତିଶ୍ରୁତି ଉପରେ ନିର୍ବାଚନ ଲଢୁଥିବା କଂଗ୍ରେସ ଦଳର ଦଳୀୟ ନିର୍ବାଚନ ପ୍ରଚାର ଗୀତ ମହିଳାଙ୍କ ଉପରେ ପର୍ଯ୍ୟବେସିତ ରହିଛି। ଦଳର ଅନେକ ଗୀତ ଆଞ୍ଚଳିକ ସ୍ତରରେ ମଧ୍ୟ ପ୍ରତିଧ୍ୱନିତ ହେଉଛି।