Opinion Poll 2022: କାହା ଖାତାକୁ ଯିବ Uttarakhand-Punjab?
Advertisement
Article Detail0/zeeodisha/odisha1073237

Opinion Poll 2022: କାହା ଖାତାକୁ ଯିବ Uttarakhand-Punjab?

ନିର୍ବାଚନ ଅନୁଷ୍ଠିତ ହେଉଥିବା ରାଜ୍ୟରେ କେଉଁ ଦଳ ସରକାର ଗଢିବ ସେ ନେଇ ଦେଶର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଆରମ୍ଭ ହୋଇଯାଇଛି ଓପିନିୟନ ପୋଲ ସର୍ଭେ।

Opinion Poll 2022: କାହା ଖାତାକୁ ଯିବ Uttarakhand-Punjab?

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ପ୍ରଭୃତି ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ନିର୍ବାଚନ ଅନୁଷ୍ଠିତ ହେଉଥିବା ରାଜ୍ୟରେ କେଉଁ ଦଳ ସରକାର ଗଢିବ ସେ ନେଇ ଦେଶର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଆରମ୍ଭ ହୋଇଯାଇଛି ଓପିନିୟନ ପୋଲ ସର୍ଭେ। ନିକଟରେ ପଞ୍ଜାବ-ଉତ୍ତରାଖଣ୍ଡ ଆଦି ରାଜ୍ୟ ଦ୍ୱୟରେ କେଉଁ ଦଳର ସରକାର ଗଠନ ହେବ ସେ ନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକ ସର୍ଭେ କରାଯାଇଛି। 

ମୋଟ ୭୦ ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ପୁଣି ଥରେ ଶାସକ ଦଳ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଏହି ସର୍ଭେ ଦର୍ଶାଇଛି। ଏହି ରାଜ୍ୟରେ ସରକାର ଗଢିବା ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

ମୋଟ ୭୦ ଆସନ ମଧ୍ୟରୁ ବିଜେପି ୩୯.୯% ଭୋଟ ସହ ୩୬-୪୨, କଂଗ୍ରେସ ୩୭.୫% ଭୋଟ ସହ ୨୫- ୩୧, ଆପ୍ ୧୩.୧% ଭୋଟ ସହ ୦-୨, ଅନ୍ୟ ଦଳ ୯.୫% ଭୋଟ ସହ ୧-୩ ଆସନ ପାଇବେ ବୋଲି ସର୍ଭେରୁ ଜଣାପଡ଼ିଛି।

Also Read: C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା

ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ନେତା ପୁଷ୍କର ସିଂହ ଧାମୀଙ୍କୁ ୩୪%, କଂଗ୍ରେସ ନେତା ହରିଶ ରାୱତଙ୍କୁ ୩୭%, କର୍ଣ୍ଣେଲ ଅଜୟ କୋଠିୟାଲଙ୍କୁ ୯%, ଅନ୍ୟ ବିଜେପି ନେତାଙ୍କୁ ୮%, ଅନ୍ୟ ଦଳର ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ୧୨% ପ୍ରତିଶତ ଜନତାଙ୍କ ସମର୍ଥନ ମିଳିଛି।  

ସେହିପରି ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କ'ଣ ରହିଛି ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିବା ଲୋକଙ୍କ ମଧ୍ୟରୁ ୩୪% କହିଛନ୍ତି ବେରୋଜଗାର,  ୨୪% କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ୧୪% କହିଛନ୍ତି ଖରାପ ରାସ୍ତା, ୭% କହିଛନ୍ତି ଦୁର୍ନୀତି, ୬% କହିଛନ୍ତି ପାଣି ଏବଂ ୧୫% ଲୋକ କହିଛନ୍ତି ରାଜ୍ୟର ଆହୁରି ଅନ୍ୟାନ୍ୟ ଗୁରୁତର ସମସ୍ୟା ରହିଛି। 

ଶାସକ ବିଜେପି ଦଳର ବିଧାୟକଙ୍କ କାର୍ଯ୍ୟକୁ ସ୍ଥାନୀୟ ଲୋକ ସନ୍ତୁଷ୍ଟ ନା ଅସନ୍ତୁଷ୍ଟ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ୨୧% ଲୋକ କହିଛନ୍ତି ସେମାନେ ସନ୍ତୁଷ୍ଟ ଅଛନ୍ତି, ୫୭% ଲୋକ କହିଛନ୍ତି ସେମାନେ ସନ୍ତୁଷ୍ଟ ନୁହଁନ୍ତି, ୨୨% ଲୋକ କହିଛନ୍ତି ଏନେଇ ସେମାନେ କିଛି କହିପାରିବେ ନାହିଁ। 

ମତଦାନ ପାଇଁ ସବୁଠାରୁ ବଡ କାରଣ କ'ଣ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ୧୨% ଲୋକ କହିଛନ୍ତି ସେମାନେ ବିଜେପି କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି, ୩୯% ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଏବଂ ତାଙ୍କ ନିର୍ମଳ ଭାବମୂର୍ତ୍ତୀଙ୍କୁ ପସନ୍ଦ କରିଥିବା ବେଳେ, ୨୪ ପ୍ରତିଶତ ଲୋକ ସରକାର ବିରୋଧି ହାୱା ଏବଂ ରାଜ୍ୟର ଶାସନ ପରିବର୍ତ୍ତନ, ୧୪% ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଏବଂ ୧୧% ଲୋକ ଅନ୍ୟ କାରଣ ପାଇଁ ମତଦାନ କରିବେ।

ଅନ୍ୟପଟେ ମୋଟ ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ତ୍ରିଶଙ୍କୁ ସ୍ଥିତ କିମ୍ବା ଝୁଲା ବିଧାନସଭା ହୋଇପାରେ ଅଥବା କଂଗ୍ରେସ ହାତରୁ ଆପ୍ କ୍ଷମତା ଛଡ଼ାଇ ନେଇପାରେ ବୋଲି ଓପିନିୟନ ପୋଲ ସର୍ଭେ ଦର୍ଶାଇଛି। ଏଠାରେ ସରକାର ଗଢିବା ୫୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ରାଜ୍ୟର ମୋଟ ୧୧୭ ଆସନ ମଧ୍ୟରୁ ଆପ୍ ୩୭.୮% ଭୋଟ ସହ ୫୦-୫୬, କଂଗ୍ରେସ ୩୫.୧% ଭୋଟ ସହ ୪୨-୪୮, ଅକାଳୀ ଦଳ ୧୫.୮% ଭୋଟ ସହ ୧୩-୧୭, ବିଜେପି ୫.୭% ଭୋଟ ସହ ୧-୩ ଏବଂ ଅନ୍ୟ ଦଳ ୫.୬% ଭୋଟ ସହ ୧-୩ ଆସନ ହାତେଇ ପାରନ୍ତି।