UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM
Advertisement
Article Detail0/zeeodisha/odisha1073151

UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM

ଶାସକ ଦଳ ବିଜେପି ଉଦ୍ଦେଶ୍ୟରେ ମତ ରଖି ଓୱେସି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଦଳର ନେତା ହିନ୍ଦୁତ୍ୱ ନାମରେ ଭୋଟ୍ ପାଇବାକୁ ଚେଷ୍ଟା କରୁଛନ୍ତି।

UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ  AIMIM

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ୧୦୦ ଆସନରେ ନିର୍ବାଚନ ଲଢିବ ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ।  ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ୍।  

ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲଢିବା ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ଅଧ୍ୟକ୍ଷ (AIMIM President) ଅସାଦୁଦ୍ଦିନ ଓୱେସୀ (Asaduddin Owaisi) କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ଆମର ଦଳର କର୍ମକର୍ତ୍ତା ଦଳୀୟ ସଙ୍ଗଠନ ଲାଗି ଅନେକ ପରିଶ୍ରମ କରିଛନ୍ତି ଏବଂ ଜିଲା ପରିଷଦ ନିର୍ବାଚନରେ ​​ଫଳାଫଳ ଆମ ପାଇଁ ଦୃଶ୍ୟମାନ ହୋଇଛି। ଆମର ପ୍ରଦର୍ଶନ ବହୁତ ଭଲ ଥିଲା। ମୁଁ ନିଶ୍ଚିତ ଯେ ଆଗାମୀ ନିର୍ବାଚନରେ  ରାଜ୍ୟବାସୀ ଆମ ଦଳକୁ ଭୋଟ୍ ଦେବେ ଏବଂ ଆମକୁ ଜିତାଇବେ।

ଶାସକ ଦଳ ବିଜେପି ଉଦ୍ଦେଶ୍ୟରେ ମତ ରଖି ଓୱେସି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଦଳର ନେତା ହିନ୍ଦୁତ୍ୱ ନାମରେ ଭୋଟ୍ ପାଇବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ପ୍ରସଙ୍ଗ ଅଧିକ ବୃଦ୍ଧି ପାଇବ କାରଣ ଉତ୍ତର ପ୍ରଦେଶରେ ବିକାଶ ନାମରେ ଲୋକଙ୍କୁ କୌଣସି କାର୍ଯ୍ୟ ଦେଖାଇବାକୁ ବିଜେପି ପାଖରେ କିଛି ନାହିଁ। ଅଧିକାଂଶ ପୁଷ୍ଟିହୀନ ଶିଶୁ ରାଜ୍ୟରେ ଅଛନ୍ତି। ବିଜେପି ୭୦ ଲକ୍ଷ ନିଯୁକ୍ତିର ପ୍ରତିଶୃତି ଦେଇଥିଲା ହେଲେ ସେମାନେ ସରକାରକୁ ଆସିବା ପରେ ସେମାନେ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି। କୋରୋନା ମହମାରୀର ଦ୍ୱିତୀୟ ଲହରରେ ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟିଛି। ଦରଦାମ ବୃଦ୍ଧି ରାଜ୍ୟର ଏକ ମୁ୍ଖ୍ୟ ସମସ୍ୟା ବାବେ ଉଭା ହୋଇଛି। 

Also Read: ବ୍ରାହ୍ମଣ ଭୋଟ ପାଇଁ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଉନାହିଁ ବିଜେପି: ଅସାଦୁଦ୍ଦିନ ଓୱେସି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ କେଉଁ ପ୍ରତିଶଥ ଲୋକଙ୍କ କଥା କହୁଛନ୍ତି। ରାଜ୍ୟ ଜନସଂନଖ୍ୟାର ପାଖାପାଖି ୨୦ ପ୍ରତିଶତ ଲୋକ ହେଉଛନ୍ତି ମୁସଲମାନ। ସେମନେ କ'ଣ ଦେଶର ନାଗରିକ ନୁହଁନ୍ତି?  ଯୋଗୀ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ନା ନାହିଁ? ନା ସେ କେବଳ ତାଙ୍କର ଆଦର୍ଶ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ମୁଖ୍ୟମନ୍ତ୍ରୀ?  ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ବିଚଳିତ ହୋଇପଡିଛନ୍ତି। ଏଥର ସେ ସେହି ନିର୍ବାଚନଣ୍ଡଳୀରୁ ନିର୍ବାଚନ ଲଢିବେ ଯେଉଁଠାରୁ ସେ ଆଗରୁ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଥିଲେ।  

ମୁସଲିମ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗରେ ମତ ରଖି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ରାଜ୍ୟ ଜନସଂଖ୍ୟା ପ୍ରାୟ ୧୯ ପ୍ରତିଶତ ହେଉଛନ୍ତି ମୁସଲମାନ। ରାଜ୍ୟରେ ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ଅନେକ ଥର ସୁଯୋଗ ପାଇଛି ହେଲେ କେତେବେଳେ ସେମାନେ ମୁସଲମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କଲେ? ଆମେ ସାମାଜିକ ନ୍ୟାୟ ବିଷୟରେ କହୁଛୁ। ଯେଉଁଠାରେ ମୁସଲିମ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଞ୍ଚଳ ଅଛି, ସେଠାରେ କମ୍ ବ୍ୟାଙ୍କ ଅଛି ଏବଂ ଯେତେବେଳେ ଏଟିଏମ୍ ରହିଛି। ଖୁବ୍ କମ୍ ମୁସଲମାନ ପ୍ରଧାନମନ୍ତ୍ର ଗ୍ରାମୀଣ ଆୱାସ ଯୋଜନା ଅଧିନରେ ଘର ପାଆନ୍ତି। ଯେତେବେଳେ ବିଜେପି 'ସବକା ସାଥ୍, ସବକା ବିକାଶ' ସ୍ଲୋଗାନ ଦେଇଥାଏ।

Also Read: 'ଯେ ପର୍ଯ୍ୟନ୍ତ ପିଲା ହୋଇନାହିଁ ଆମେ କିପରି ଶାସନ କରିବୁ' କିଏ ଦେଲେ ଏଭଳି ବିବାଦୀୟ ବୟାନ?

ମୁସଲମାନଙ୍କୁ ଦମନ କରାଯାଉଛି। ସେମାନଙ୍କୁ ଭୟଭୀତ କରି ସେମାନଙ୍କ ଭୋଟ୍ ହାସଲ କରାଯାଇଥିଲା | ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁ ବର୍ଗ ହିନ୍ଦୁତ୍ୱ ଆଦର୍ଶରେ ମେଳ ଖାଉ ନାହାଁନ୍ତି।  ରାଜ୍ୟରେ ପ୍ରତ୍ୟେକ ପୋଲିସ୍ ଥାନାରେ ମୁଖ୍ୟମନ୍ତ୍ରୀ ନିଜ ସମ୍ପ୍ରଦାୟ ଠାକୁର ବର୍ଗର ଜଣେ ଇନ୍ସପେକ୍ଟର ପାଇବେ। ରାଜ୍ୟରେ ୫୦% ଜିଲ୍ଲପାଳ ହେଉଛନ୍ତି ବ୍ରାହ୍ମଣ ଏବଂ ଠାକୁର ବର୍ଗର। ହେଲେ ଯଦି ମୁଁ ମୁସଲମାନଙ୍କ ସମସ୍ୟା କଥା ଉଠାଏ ତାହେଲେ ମୁଁ ଭୁଲ୍।

ଉତ୍ତର ପ୍ରଦେଶର ମୋଟ ୪୦୩ ବିଧାନସଭା ସିଟ୍ ମଧ୍ୟରୁ ୧୦୦ ଆସନରେ ନିର୍ବାଚନ ଲଢିବ ଏଆଇଏମଆଇଏମ। ଦଳ ସେହି ଆସନରେ ନିର୍ବାଚନ ଲଢିବ ଯେଉଁଠି ମୁସଲମାନ ଜନସଂଖ୍ୟା ଅଧିକ ରହିଛି। ରାଜ୍ୟର ମୋଟ ଜନସଂଖ୍ୟା ପ୍ରାୟ ୨୦ ପ୍ରତିଶତ ହେଉଛନ୍ତି ମୁସଲମାନ ଏବଂ ୧୨୫ ବିଧାନସଭା ଆସନରେ ମୁସଲିମ ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ମୁସଲମାନ ସମ୍ପ୍ରଦାୟ ସମାଜବାଦୀ ପାର୍ଟିର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ଭାବେ ଜଣାଶୁଣା  ହେଲେ ବର୍ତ୍ତମାନ ଏହି ବର୍ଗର ମତଦାତାଙ୍କ ଉପରେ ଏଆଇଏମଆଇଏମ ନଜର ରହିଛି। 

Also Read: ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

ଏଥରର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଏଆଇଏମଆଇଏମ ଏକାକୀ ନିର୍ବାଚନ ଲଢୁଛି। ଦଳ ଗତ ୨୦୧୭ ନିର୍ବାଚନରେ ରାଜ୍ୟ  ୩୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ହେଲେ ୩୭ ଆସନରେ ଅମାନତ ହରାଇଥିଲେ ଏଆଇଏମଆଇଏମ ପ୍ରାର୍ଥୀ। ଦଳ ଗତ ଥର ନିର୍ବାଚନରେ ୦.୨୪ ପ୍ରତିଶତ ଭୋଟ୍ ପାଇଥିଲା।