ଲକ୍ଷ୍ନୌ: ବିହାର, ପଶ୍ଟିମବଙ୍ଗ ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତିକୁ ଜୋରଦାର କରିଛି ଆସାଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧିନ ଏଆଇଏମଆଇଏମ। ଏହି କ୍ରମରେ ଦଳ ରାଜ୍ୟର ପ୍ରୟାଗରାଜ ଜିଲ୍ଲାର ଆହ୍ଲାବାଦ ପଶ୍ଚିମ ବିଧାନସଭା ଆସନରୁ ବାହୁବଳୀ ନେତା ଏବଂ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦଙ୍କ ପତ୍ନୀ ଶାଇସ୍ତା ପରବୀନଙ୍କ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏହି ଆସନ କେବେ ଅତୀକ୍ ଅହମ୍ମଦଙ୍କ ଗଡ଼ ଭାବେ ପରିଚିତ ଥିଲା।


COMMERCIAL BREAK
SCROLL TO CONTINUE READING

ଯଦିଓ ବାହୁବଳୀ ନେତା ଅତୀକ ଅହମ୍ମଦଙ୍କ ପତ୍ନୀ ଶାଇସ୍ତା ପରବୀନଙ୍କୁ ଦଳୀୟ ଟିକେଟ ପ୍ରଦାନ କରିବା ନେଇ ଏଆଇଏମଆଇଏମ (AIMIM) ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ ହେଲେ ଦଳର ମୁଖପାତ୍ର ଅଫସର ମହମୁଦ ଏହା ନିଶ୍ଚିତ କରିଛନ୍ତି ଯେ ଆହ୍ଲାବାଦ ପଶ୍ଚିମ ବିଧାନସଭା ଆସନରୁ ଶାଇସ୍ତା ପରବୀନ ଦଳୀୟ ପ୍ରାର୍ଥୀ ହେବେ।


Also Read: UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM


ବାହୁବଳୀ ନେତା ଅତୀକ ଅହମ୍ମଦ ଏହି ଆସନରୁ ୧୯୮୯, ୧୯୯୧, ୧୯୯୩ ମସିହାରେ ସ୍ୱାଧିନ ଏବଂ ୧୯୯୬ ବର୍ଷରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢି ବାଜିମାତ କରିଥିଲେ। ହେଲେ ୨୦୦୨ ନିର୍ବାଚନରେ ସେ ଅପନା ଦଳ ଟିକେଟ୍ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାତିତ ହୋଇଥିଲେ। ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଏହି ଆସନରୁ ବିଧାୟକ ଅଛନ୍ତି। 


Also Read: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ BSP ନେତା


କିଛି ମାସ ପୂର୍ବେ ଅତୀକ୍ ଅହମ୍ମଦଙ୍କ ପତ୍ନୀ ଏଆଇଏମଆଇଏମ ହାତ ଧରିଥିଲେ ଏବଂ ସେହି ସମୟରେ ଦଳୀୟ ନେତା କହିଥିଲେ ଯେ ତାଙ୍କ ପରିବାର ସଦସ୍ୟ ରାଜ୍ୟର ୫ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଅନ୍ୟପଟେ ଅତୀକ୍ ଅହମ୍ମଦ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ଏଆଇଏମଆଇଏମ ହାତ ଧରିଥିଲେ। ଏନେଇ ତାଙ୍କ ପତ୍ନୀ ଶାଇସ୍ତା ପରବୀନଙ୍କ ଦ୍ୱାରା ପ୍ରୟାଗରାଜ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ସେ ପୂର୍ବତନ ସାଂସଦ ଅତୀକ୍ ଅହମ୍ମଦଙ୍କ ଦ୍ୱାରା ପଠାଯାଇଥିବା ଏକ ଚିଠିକୁ ମଧ୍ୟ ପଢିଥିଲେ ଯେଉଁଥିରେ ସେ ଦଳର ମୁଖ୍ୟ ଆସାଦୁଦ୍ଦିନ ଓୱାଇସିଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଅତୀକ ଅହମ୍ମଦ ବର୍ତ୍ତମାନ ଗୁଜୁରାଟର ଏକ ଜେଲରେ ବନ୍ଦୀ ଅଛନ୍ତି।