ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ BSP ନେତା
Advertisement
Article Detail0/zeeodisha/odisha1070688

ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ BSP ନେତା

ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ସମୟରେ ରାଣା କହିଛନ୍ତି ଯେ ଯଦି ନ୍ୟାୟ ପ୍ରଦାନ କରା ନଯାଏ ତାହେଲେ ସେ ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳୟ ଠାରେ ଆତ୍ମହତ୍ୟା କରିବେ।

ଟିକେଟ  ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ BSP ନେତା

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ବିଜେପିରେ ବିଧାୟକ ଓ ମନ୍ତ୍ରୀଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଥିବାବେଳେ ବିରୋଧି ବିଏସପିରେ ଅବସ୍ଥା ମଧ୍ୟ ଭଲ ନାହିଁ। କାରଣ ବିଏସପିରେ ଦଳୀୟ ଟିକେଟ୍ ବିକ୍ରି କରାାଯାଉଥିବାର ମାମଲା ଏବେ ଥାନାରେ ପହଞ୍ଚିଛି।

ରାଜ୍ୟର ମୁଜାଫରନଗର ଜିଲ୍ଲାର ଥାନା ନଗର ପୋଲିସ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଜିଲ୍ଲାର ଚରଥାୱାଲ ବିଧାନସଭା ଆସନର ବିଏସପି ପ୍ରଭାରୀ ଅରଶଦ ରାଣା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଥାନାରେ ପହଞ୍ଚିଥିଲେ। ସେଠାରେ ଥାନା ଇନ୍ସପେକ୍ଟର ଆନନ୍ଦ ଦେବ ମିଶ୍ରଙ୍କ ନିକଟରେ ଅଭିଯୋଗ କରିବା ସମୟରେ କାନ୍ଦିବାକୁ ଆରମ୍ଭ କରିଥିଲେ।। 

Also Read: UP Poll 2022: ନିର୍ବାଚନ ଲଢିବେ ନାହିଁ BSP Supremo Mayawati

ଏନେଇ ସେ କହିଛନ୍ତି ଗତ ୨୦୧୮ ଡିସେମ୍ବର ୧୮ ତାରିଖରେ ମୁଜାଫରନଗର ଜିଲ୍ଲା କାର୍ଯ୍ଯାଳୟରେ ମୁଜାଫରନଗର ଜିଲ୍ଲାର ବିଧାନସଭା ଆସନର ପ୍ରଭାରୀ ନିଯୁକ୍ତ ହୋଇଥାନ୍ତେ। ଏହାର ଦିନେ କିମ୍ବା ୨ ଦିନ ପୂର୍ବରୁ ବିଏସପି ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ଶ୍ୟାମସୁଦ୍ଦିନ ରାଇନ କହିଥିଲେ ଯେ ତାଙ୍କୁ ଚରଥାୱାଲ ବିଧାନସଭା ଆସନର ପ୍ରାର୍ଥୀ କରାଯିବ। ଏନେଇ ତାଙ୍କୁ କିଛି ଟଙ୍କା ଦେବାକୁ ହେବ ଆଉ ଏନେଇ ମୁଁ ରାଜି ହୋଇଯାଇଥିଲି ବୋଲି କହିଥିଲେ ଅରଶଦ ରାଣା। 

 ଅଭିଯୋଗ ଆଣି ରାଣା କହିଛନ୍ତି ସ୍ଥିର ହୋଇଥିବା ତାରିଖରେ ସାହାରନପୁର ମଣ୍ଡଳ ମୁଖ୍ୟ ସଂଯୋଜକ ନରେଶ ଗୌତମ, ପୂର୍ବତନ ମନ୍ତ୍ରୀ ପ୍ରେମଚାନ୍ଦ ଗୌତମ, ସତ୍ୟପ୍ରକାଶ, ସଂଯୋଜକ ତଥା ତତ୍କାଳୀନ ମୁଜାଫରନଗର ଜିଲ୍ଲା ସଭାପତି ସତ୍ୟପାଲ କଟାରିଆଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରାଯାଇଥିଲା। ଏହା ସହିତ ତାଙ୍କୁ ଏହା ସୁନିଶ୍ଚିତ କରାଯାଇଥିଲା ଆପଣ ନିଜ ଅଞ୍ଚଳ ପାଇଁ କାମ କରନ୍ତୁ। 

Also Read: 'ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି ହାତୀ'

ଅରଶଦ ରାଣା କହିଛନ୍ତି ବିଧାନସଭା ପ୍ରଭାରୀ ନିଯୁକ୍ତ କରିବା ପାଇଁ ୪ ଲକ୍ଷ ୫୦ ହଜାର ଏବଂ ଆଉ ୫୦ ହଜାର ଟଙ୍କା ନିଆଯାଇଥିଲା। ଏହା ପରେ ତିନୋଟି କିସ୍ତି ପରେ ୧୫-୧୫ ଲକ୍ଷ ଟଙ୍କା ନିଆଯାଇଥିଲା। ଏହା ପରେ ମଧ୍ୟ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ଶ୍ୟାମସୁଦ୍ଦିନ ରାଇନ ସତପଲ କଟାରିଆ ଏବଂ ନରେଶ ଗୌତମଙ୍କ ଉପସ୍ଥିତିରେ ୧୭ ଲକ୍ଷ ଟଙ୍କା ନେଇଥିଲେ। ସେ ମୋତେ ପୂର୍ଣ୍ଣ ଆତ୍ମବିଶ୍ୱାସ ଦେଇ କହିଥିଲେ ଆପଣ ଚରଥାୱଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ନିଯୁକ୍ତ ହୋଇଛ ଏବଂ ଆପଣ ନିର୍ବାଚନ ଲାଗି କାମ କରିବା ଆରମ୍ଭ କର।

ଅଭିଯୋଗ ଆଣି ଅରଶଦ ରାଣା ଅଭିଯୋଗ କରିଛନ୍ତି ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମୁଁ ବିଏସପି ଜିଲ୍ଲା ସଭାପତି ସତୀଶ କୁମାରଙ୍କୁ ଚରଥାୱଲ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳୀୟ ଟିକେଟ ମାଗିଥିଲି ହେଲେ ସେ ମୋତେ କହିଥିଲେ ଯେ ଆପଣଙ୍କୁ ଆଉ ୫୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିବାକୁ ହେବ। ଏନେଇ ମୁଁ ରାଜି ହୋଇଯାଇଥିଲି ହେଲେ ସଲମାନ ସଲଦଙ୍କୁ ଏହି ନିର୍ବାଚନମଣ୍ଡଳୀର ଦଳୀୟ ​​ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

Also Read: UP Poll 2022: BSP ଦୁର୍ବଳତା'ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି BJP, ଏହା ରହିଛି ରଣନୀତି

ବିଏସପି ନେତା ଅରଶଦ ରାଣାଙ୍କ ଅଭିଯୋଗ ଉପରେ ଇନ୍ସପେକ୍ଟର ଆନନ୍ଦ ଦେବ ମିଶ୍ର ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱସନା ଦେଇଛନ୍ତି। ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ସମୟରେ ରାଣା କହିଛନ୍ତି ଯେ ଯଦି ନ୍ୟାୟ ପ୍ରଦାନ କରା ନଯାଏ ତାହେଲେ ସେ ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳୟ ଠାରେ ଆତ୍ମହତ୍ୟା କରିବେ।