ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠୁଛି ରାଜ୍ୟ ରାଜନୀତି। ଆସନ୍ତା ନିର୍ବାଚନରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ତଥା ସମ୍ପ୍ରଦାୟର ଲୋକଙ୍କ ଜନସମର୍ଥନ ପାଇବା ଲାଗି ବିଭିନ୍ନ ଦଳର ନେତାଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ବୟାନବାଜି।


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ଉତ୍ତର ପ୍ରଦେଶ ସରକାରଙ୍କ (Uttar Pradesh Govt) ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ (Rural Development Minister) ଆନନ୍ଦସ୍ୱରୂପ ଶୁକ୍ଳା (Anand  Swaroop  Shukla) ସମାଜବାଦ ପାର୍ଟି (Samajwadi Party) ଏସପି ମୁଖ୍ୟ (SP Supremo)  ଅଖିଲେଶ ଯାଦବଙ୍କୁ (Akhilesh Yadav) କଟାକ୍ଷ କରି କହିଛନ୍ତି ସେ ମୁସଲିମଙ୍କୁ (Muslim) ଖୁସି କରିବା ପାଇଁ ଇସଲାମ (Islam) ଗ୍ରହଣ କରିପାରନ୍ତି। ଏହା ସହିତ ମନ୍ତ୍ରୀ ଦାବି କରି କହିଛନ୍ତି ସମାଜବାଦ ପାର୍ଟି ମୁଖ୍ୟଙ୍କୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ (Pakistani Intelligence Agency ISI)  ସମର୍ଥନ ରହିଛି। 


ମନ୍ତ୍ରୀ ଶୁକ୍ଲା ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଆଇଏସଆଇ ଠାରୁ ସେମାନେ ଆର୍ଥିକ ସହାୟତା ମଧ୍ୟ ପାଇପାରନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP  CM  Yogi) ବର୍ତ୍ତମାନ ଇସଲାମ ଜଗତ (Islam world) ପାଇଁ ଏକ ଆହ୍ୱାନ ପାଲଟିଛନ୍ତି।


Also Read: Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav


ଅଖିଳେଶ ଯାଦବଙ୍କୁ ଆଇଏସଆଇ ପକ୍ଷରୁ ସୁରକ୍ଷା ଏବଂ ପରାମର୍ଶ ଦିଆଯାଉଛି। ମୁସଲମାନଙ୍କୁ ଖୁସି କରିବା ପାଇଁ ସେ ନମାଜ (Namaz) ପାଠ କରିବା ସହ ଉପବାସ ରଖିଥିଲେ। ଭୋଟ୍ ପାଇବା ପାଇଁ ସେ ଧର୍ମ ମଧ୍ୟ ପରିବର୍ତ୍ତନ କରିପାରିବେ। ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ (Muhammad Ali Jinnah) ଉପରେ ସମାଜବାଦ ପାର୍ଟି ମୁଖ୍ୟ ରଖିଥିବା ବୟାନକୁ ନେଇ ଟାର୍ଗେଟ କରିଛନ୍ତି ମନ୍ତ୍ରୀ। 


ମନ୍ତ୍ରୀଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ​​ଯେତେବେଳେ ଅଖିଳେଶ ଯାଦବ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ଭାଲାଭଭାଇ ପଟେଲ, ଜବାହରଲାଲ ନେହେରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସମାନ କରି ସେମାନଙ୍କୁ ସମାନ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଥିଲେ। ଏ ପ୍ରସଙ୍ଗରେ ମନ୍ତ୍ରୀ ଶୁକ୍ଲା ଅଭିଯୋଗ କରିଛନ୍ତି ଆଇଏସଆଇ ନିର୍ଦ୍ଦେଶକ୍ରମେ ଅଖିଳେଶ ଯାଦବ ଜିନ୍ନାଙ୍କ ମହିମାମଣ୍ଡନ କରୁଛନ୍ତି।