Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସମାଜବାଦୀ ମେଣ୍ଟରେ ଦେଖିବାକୁ ମିଳିଛି ଫାଟ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି    ଓମ ପ୍ରକାଶ ରାଜଭାରଙ୍କ ନେତୃତ୍ୱାଧିନ ସୁହଲଦେବ ଭାରତୀୟ ସମାଜ ପାର୍ଟି ଭଳି ସହଯୋଗୀ ଦଳକୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ନ ମିଳିବା ଉପରେ ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭାର କହିଛନ୍ତି ତାଙ୍କୁ ଅଖିଳେଶ ଯାଦବ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ନିମନ୍ତ୍ରଣ ମିଳିନାହିଁ। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ନେତୃତ୍ୱାଧିନ ମେଣ୍ଟରେ ସାମିଲ ହୋଇଥିଲା ସୁହଲଦେବ ଭାରତୀୟ ସମାଜ ପାର୍ଟି। ହେଲେ ଏହି ନିର୍ବାଚନ ସରିବା ପରେ ଓମ ପ୍ରକାଶ ରାଜଭାର ବିଭିନ୍ନ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଛନ୍ତି।  
  
ସଦ୍ୟ ରାଷ୍ଟ୍ରପତି ନିର୍ବାଚନ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ନ ମିଳିବା ଉପରେ ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭାର କହିଛନ୍ତି ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ଅଖିଳେଶ ଯାଦବ ଆମକୁ ଆବଶ୍ୟକ ମନେ କରୁନାହାଁନ୍ତି। ଏହି ବୈଠକରେ ଯୋଗ ଦେବା ଲାଗି ଜୟନ୍ତ ଚୌଧୁରୀଙ୍କୁ ଡକାଯାଇଥିଲା ହେଲେ ମୋତେ ଡକାଯାଇ ନାହିଁ। ଓମ ପ୍ରକାଶ ରାଜଭାର ବିଭିନ୍ନ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଛନ୍ତି।  ନିକଟରେ ସେ କହିଥିଲେ ଯେ ଅଖିଳେଶ ଯାଦବ ଏସି ରୁମ ମଧ୍ୟରୁ ବାହାରି ବାହାରକୁ ଆସିବା ଆବଶ୍ୟକ। 


ଏହି ବୈଠକରେ ଯୋଗ ଦେବା ଅଭସରରେ ବିରୋଧି ପ୍ରାର୍ଥୀ ଯଶବନ୍ତ ସିହ୍ନା ବର୍ତ୍ତମାନ ଦେଶକୁ ଚୁପ ରହୁଥିବା ରାଷ୍ଟ୍ରପତି ଦରକାର ନାହିଁ। ବର୍ତ୍ତମାନ ଦେଶକୁ କଥା କହି ପାରୁଥିବା ରାଷ୍ଟ୍ରପତି ଆବଶ୍ୟକ। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହର ଯିଏ ଏହାକୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଭାବେ ଚୟନ କରିଥିଲେ। ମୁଁ ବେଳେବେଳେ ଦୁଃଖିତ ଯେ ବର୍ତ୍ତମାନ ତାଙ୍କ ଦଳ (ବିଜେପି) କିପରି ହୋଇଗଲା। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି। ବର୍ତ୍ତମାନ ଦେଶର ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି। 


ଅନ୍ୟପଟେ ଏହି ବୈଠକରେ ଯୋଗ ଦେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଭଳି ସ୍ଥିତିରେ  ଯଶୱନ୍ତ ସିହ୍ନାଙ୍କ ଅପେକ୍ଷା ଭଲ ପ୍ରାର୍ଥୀ କେହି ହୋଇପାରିବେ ନାହିଁ।


Also Read: 'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'


Also Read: Crack in Samajwadi Alliance: ମେଣ୍ଟରୁ ବାହାରିଗଲେ କେଶବ ଦେବ ମୌର୍ଯ୍ୟ,ଚର୍ଚ୍ଚାରେ ଓପି ରାଜଭର


Also Read: Rajya Sabha Election 2022: ସମାଜବାଦୀ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢିବେ ଜୟନ୍ତ ଚୌଧୁରୀ