Rajya Sabha Election 2022: ସମାଜବାଦୀ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢିବେ ଜୟନ୍ତ ଚୌଧୁରୀ
Advertisement
Article Detail0/zeeodisha/odisha1197798

Rajya Sabha Election 2022: ସମାଜବାଦୀ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢିବେ ଜୟନ୍ତ ଚୌଧୁରୀ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। 

Rajya Sabha Election 2022: ସମାଜବାଦୀ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢିବେ ଜୟନ୍ତ ଚୌଧୁରୀ

Jayant Choudhary in Rajya Sabha Election 2022: ୨୦୨୨ ରାଜ୍ୟସଭା ନିର୍ବାଚନରେ ସମାଜବାଦୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହେବ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ। ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ରାଜ୍ୟସଭା ଯିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ।
 
ଏନେଇ ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ପକ୍ଷରୁ ଟ୍ୱିଟ କରି କୁହାଯାଇଛି ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି ମୁଖ୍ୟ (RLD Chief) ଜୟନ୍ତ ଚୌଧୁରୀ (Jayant Choudhary) ୨୦୨୨ ରାଜ୍ୟସଭା ନିର୍ବାଚନରେ (Rajya Sabha Election 2022) ସମାଜବାଦୀ ମେଣ୍ଟ (Samajwadi Alliance) ପକ୍ଷରୁ ପ୍ରାର୍ଥୀ ହେବେ। ହେଲେ ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ (Akhilesh Yadav) ପତ୍ନୀ ଡିମ୍ପଲ୍ ଯାଦବ (Dimple Yadav) ରାଜ୍ୟସଭା ଯାଇ ପାରନ୍ତି। ହେଲେ ଶେଷ ମୁହୂର୍ତ୍ତରେ ଦଳ ଜୟନ୍ତ ଚୌଧୁରୀଙ୍କ ନାମରେ ମୋହର ମାରିଥିଲା।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଏସପି-ଆରଏଲଡି ମଧ୍ୟରେ ମେଣ୍ଟ ହୋଇଥିଲା। ମାତ୍ର ଏହି ନିର୍ବାଚନରେ ଉଭୟ ଦଳଙ୍କୁ ନେଇ ଗଠିତ ସମାଜବାଦୀ ମେଣ୍ଟ ସରକାର ଗଠନ କରିବାରେ ସଫଳ ହୋଇନଥିଲା। ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ପଠାଇ ସମାଜବାଦୀ ମେଣ୍ଟର ଭବିଷ୍ୟତ ବାବଦରେ ସ୍ଥିତି ସ୍ପଷ୍ଟ କରିଛନ୍ତି ଅଖିଲେଶ ଯାଦବ।

Also Read: 'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'

ଉତ୍ତର ପ୍ରଦେଶରେ ୧୧ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିଚ ହେବାକୁ। ସଂଖ୍ୟାବଳ ଦୃଷ୍ଟିରୁ ବିଜେପି ୭ ଏବଂ ସାମାଜବାଦୀ ପାର୍ଟି ୩ ଆସନ ଦଖଲ କରିପାରେ। ମାତ୍ର ଅନ୍ୟ ଗୋଟିଏ ଆସନ ଲାଗି ଉଭୟ ଦଳ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ।