'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'
Advertisement
Article Detail0/zeeodisha/odisha1195512

'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'

ନ୍ତି ତାଙ୍କୁ ଏସି ରୁମ ମଧ୍ୟରେ ରହିବାର ଅଭ୍ୟାସ ହୋଇଗଲାଣି। ହେଲେ ସେ ବାହାରକୁ ବାହାରି ଲୋକଙ୍କୁ ଭେଟିବା ଆବଶ୍ୟକ।

'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'

OP Rajbhar on Akhilesh Yadav: ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଦୂରେଇ ରହିବାକୁ ନେଇ ମେଣ୍ଟ ସହଯୋଗୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଟାକ୍ଷ କରିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ମତ ରଖି ଓମ ପ୍ରକାଶ ରାଜଭର କହିଛନ୍ତି ତାଙ୍କୁ ଏସି ରୁମ ମଧ୍ୟରେ ରହିବାର ଅଭ୍ୟାସ ହୋଇଗଲାଣି। ହେଲେ ସେ ବାହାରକୁ ବାହାରି ଲୋକଙ୍କୁ ଭେଟିବା ଆବଶ୍ୟକ।

ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) କହିଛନ୍ତି ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ (SP President) ଅଖିଳେଶ ଯାଦବଙ୍କୁ (Akhilesh Yadav)
ଏସି ରୁମ ମଧ୍ୟରେ ରହିବାର ଅଭ୍ୟାସ ହୋଇଗଲାଣି। ହେଲେ ସେ ଘରୁ ବାହାରି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ଆବଶ୍ୟକ।  ସେ ରାଜ୍ୟରେ ନିଜ ଦଳକୁ ସକ୍ରିୟ କରିବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବା ଆବଶ୍ୟକ।  

Also Read: UP Politics:ସମାଜବାଦୀ ମେଣ୍ଟ ଛାଡ଼ି ବିଜେପି ହାତ ଧରିପାରନ୍ତି ଓମ ପ୍ରକାଶ ରାଜଭର!

ଚଳିତ ୨୦୨୨ବର୍ଷ  ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟ ରେ (Samajwadi Alliance) ସାମିଲ ହୋଇଥିଲା ଏସବିଏସପି। ଏହି ନିର୍ବାଚନରେ ଏସବିଏସପି ଆଶା କରୁଥିଲେ ଏଥର ରାଜ୍ୟରେ ସମାଜବାଦୀ ସରକାର ଗଠିତ ହେବ। ହେଲେ ଏପରି ହୋଇନାହିଁ। କାରଣ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ରାଜ୍ୟର ସରକାର ଗଠନ କରିଛି ବିଜେପି। ଯାହା ଫଳସ୍ୱରପ ବିରୋଧି ଆସନରେ ବସିଛି ଏସବିଏସପି। ଦଳକୁ ଏହି ନିର୍ବାଚନରେ ୬ ଆସନ ମିଳିଛି।  

Also Read: ବିଧାନସଭା ନିର୍ବାଚନ ସରିବା ପରେ BJP ନେତାଙ୍କ ପ୍ରସ୍ତାବ ସ୍ୱୀକାର କରିବେ କି OP Rajbhar?

ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟରେ ସାମିଲ ହୋଇଥିଲା ଏସବିଏସପି। ଏହି ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଢିଥିବା ବେଳେ ସହଯୋଗୀ ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭରଙ୍କୁ ମନ୍ତ୍ରୀ କରିଥିଲା ବିଜେପି। ମାତ୍ର ୨୦୧୯ ବର୍ଷରେ ଅଣଦେଖା କରୁଥିବା ନେଇ ଅଭିଯୋଗ ଆଣି ସହଯୋଗୀ ବିଜେପି ହାତ ଛାଡ଼ିଥିଲା ଏସବିଏସପି।