Crack in Samajwadi Alliance: ମେଣ୍ଟରୁ ବାହାରିଗଲେ କେଶବ ଦେବ ମୌର୍ଯ୍ୟ,ଚର୍ଚ୍ଚାରେ ଓପି ରାଜଭର
Advertisement

Crack in Samajwadi Alliance: ମେଣ୍ଟରୁ ବାହାରିଗଲେ କେଶବ ଦେବ ମୌର୍ଯ୍ୟ,ଚର୍ଚ୍ଚାରେ ଓପି ରାଜଭର

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ସମାଜବାଦୀ ମେଣ୍ଟରୁ ବାହାରି ଯିବାକୁ ଘୋଷଣା କରିଛନ୍ତି ମହାନ ଦଳ ଅଧ୍ୟକ୍ଷ କେଶବ ଦେବେ ମୌର୍ଯ୍ୟ। ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ମହାନ ଦଳ ଅଧ୍ୟକ୍ଷ କହିଛନ୍ତି ତାଙ୍କୁ ଆମର କୌଣସି ଆବଶ୍ୟକତା ପଡ

Crack in Samajwadi Alliance: ମେଣ୍ଟରୁ ବାହାରିଗଲେ କେଶବ ଦେବ ମୌର୍ଯ୍ୟ,ଚର୍ଚ୍ଚାରେ ଓପି ରାଜଭର

Crack in Samajwadi Alliance: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ସମାଜବାଦୀ ମେଣ୍ଟରୁ ବାହାରି ଯିବାକୁ ଘୋଷଣା କରିଛନ୍ତି ମହାନ ଦଳ ଅଧ୍ୟକ୍ଷ କେଶବ ଦେବେ ମୌର୍ଯ୍ୟ। ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ମହାନ ଦଳ ଅଧ୍ୟକ୍ଷ କହିଛନ୍ତି ତାଙ୍କୁ ଆମର କୌଣସି ଆବଶ୍ୟକତା ପଡୁନାହିଁ। ଅଖିଳେଶ ଯାଦବ ତାଙ୍କ ଉପରେ ଚାପ ପକାଉଥିବା ନେତାଙ୍କୁ ରାଜ୍ୟସଭା ଏବଂ ବିଧାନ ପରିଷଦ ପଠାଉଛନ୍ତି।   

କେଶବ ଦେବ ମୌର୍ଯ୍ୟ କହିଛନ୍ତି ଯେ ସେ ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ସେ କାହା ଉପରେ ନାରାଜ ହୋଇନାହାଁନ୍ତି। ସମାଜବାଦୀ ମେଣ୍ଟରେ (Samajwadi Alliance) ତାଙ୍କର କୌଣସି ସ୍ଥାନ ନ ଥିବାରୁ  ତାଙ୍କ ଦଳ ମେଣ୍ଟରୁ ବାହାରି ଯିବାକୁ ଚାହୁଁଛନ୍ତି। ଯେତେବେଳେ ଦଳ ମେଣ୍ଟରେ ସାମିଲ ହୋଇଥିବା ସେତେବଳେ ଆମେ ସମାଜବାଦୀ ସରକାର ଗଠନ କରିବାକୁ ଚାହୁଁଥିଲେ ହେଲେ ଅଖିଳେଶ ଯାଦବ ଏହା ଉପରେ କୌଣସି ଦୃଷ୍ଟି ଆକର୍ଷଣ କରିନଥିଲେ।

ମହାନ ଦଳ ହେଉଛି ଏକ ବଡ ଦଳ। ଏହା ଅନୁମାନ କରାଯାଇପାରେ ଯେ ଦଳ ସାମାନ୍ୟ ଦୁର୍ବଳ ହୋଇପାରେ କାରଣ ଆର୍ଥିକ ଦୃଷ୍ଟିରୁ ଦଳ ଦୁର୍ବଳ ରହିଛି। ସେ ବିଶ୍ୱାସ କରନ୍ତି ଯେ ତାଙ୍କର ବିକଳ୍ପ ପ୍ରସ୍ତୁତ କରାଯାଇଥିଲା। କାରଣ ସମଜବାଦୀ ପାର୍ଟି ଆମ ଦଳର ଭୋଟ୍ ପାଇବାକୁ ଚାହୁଁଥିଲେ ହେଲେ କେଶବ ଦେବ ମୌର୍ଯ୍ୟ ଜଣେ ବଡ ନେତା ହୁଅନ୍ତୁ ତାହା ସେମାନେ ଚାହୁଁନଥିଲେ। ତାଙ୍କୁ ଦୁର୍ବଳ କରିବା ପାଇଁ ସମାଜବାଦୀ ପାର୍ଟି  ଏକ ବିକଳ୍ପ ପ୍ରସ୍ତୁତ କରିଥିଲା।

ବିନା ସର୍ତ୍ତରେ ଆମେ ମେଣ୍ଟ ପାଇଁ ପ୍ରସ୍ତୁତ ବୋଲି କେଶବ ଦେବ ମୌର୍ଯ୍ୟ କହିଥିଲେ। ସେ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ସମାଜବାଦୀ ସରକାର ଗଠନ ହେବା ପରେ ସେ ନିଜର ଦାବି ଉପସ୍ଥାପନ କରିବେ। ହେଲେ ସରକାର ଗଠନ ନ ହେବା ତାଙ୍କ ଗୁରୁତ୍ୱପୂର୍ଣ୍ଣ ନୁହେଁ, ହେଲେ ଅନ୍ୟ ସହଯୋଗୀଙ୍କୁ ଯାହା ପ୍ରଦାନ କରାଯାଉଛି ତାହା ମହାନ ଦଳ କାହିଁକି ଦିଆଯାଉନାହିଁ? ମୁଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ କୌଣସି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇନାହିଁ। କେବେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିନାହିଁ। ଖରାପ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିଥିଲୁ ଆମେ। ହେଲେ ଅର୍ଥ ଅଭାବରୁ ନିର୍ବାଚନ ହାରି ଯାଇଥିଲେ ମଧ୍ୟ ଅଖିଳେଶ ଯାଦବ ଏସବୁ ଦେଖି ନଥିଲେ।

ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) ପରେ ଏବେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନ ପରିଷଦ ନିର୍ବାଚନକୁ (UP Legislative Council Election 2022) ନେଇ ସମାଜବାଦୀ ମେଣ୍ଟରେ ଫାଟ ସୃଷ୍ଟି ହୋଉଛି। ପ୍ରଥମେ ମହାନ ଦଳ ଅଧ୍ୟକ୍ଷ (Mahan Dal President) କେଶବ ଦେବ ମୌର୍ଯ୍ୟଙ୍କ (Keshav Dev Maurya) ପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ (SP President) ଅଖିଳେଶ ଯାଦବଙ୍କ (Akhilesh Yadav) ବିରୋଧରେ ସ୍ୱର ଉଠାଇବାରେ ଲାଗିଲେଣି।

ବିଧାନ ପରିଷଦ ନିର୍ବାଚନରେ ସମାଜବାଦୀ ପାର୍ଟି ସମାଜବାଦୀ ମେଣ୍ଟରେ ସାମିଲ ଥିବା ଏହାର କୌଣସି ଗଠବନ୍ଧନ ସହଯୋଗୀଙ୍କୁ ଟିକେଟ ଦେଇନାହିଁ।  ଯାହାକୁ ନେଇ ଖପ୍ପା ହୋଇଉଠିଛନ୍ତି ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ବିଧାନ ପରିଷଦ ନିର୍ବାଚନରେ ପୁଅ ଅରବିନ୍ଦ ରାଜଭରଙ୍କୁ ଟିକେଟ ଦେବା ପାଇଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ଏସବିଏସପି ଅଧ୍ୟକ୍ଷ। ମାତ୍ର ଏନେଇ  କୌଣସି ସହମତି ହୋଇନଥିଲା।  

ଯଦିଓ ବିଧାନ ପରିଶଦ ନିର୍ବାଚନରେ ଟିକେଟ୍ ନ ମିଳିବାକୁ ନେଇ ଓମ ପ୍ରକାଶ ରାଜଭର କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ମାତ୍ର ତାଙ୍କ ଦଳର ଅନ୍ୟ ନେତା ସମାଜବାଦୀ ପାର୍ଟି ବିରୋଧରେ ସ୍ୱର ଉତ୍ତୋଳନ କରିବାରେ ଲାଗିଛନ୍ତି। ପାର୍ଟି ମୁଖପାତ୍ର ପୀୟୂଷ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରୀୟ ଲୋକ ଦଳ ୩୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୮ ସିଟ୍ ପାଇଥିଲା ହେଲେ ଏହା ସତ୍ତ୍ୱେ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି। ଆମେ ୧୬ ଆସନରେ ନିର୍ବଚନ ଲଢି ୬ ସିଟ୍ ପାଇଲୁ ହେଲେ ତଥାପି ଆମକୁ ଅବହେଳା କରାଗଲା। 

ଏପରି ଅଭିଯୋଗ ମହାନ ଦଳ ଅଧ୍ୟକ୍ଷ ମଧ୍ୟ କରିଥିଲେ। କାରଣ ସେ ବିଧାନ ପରିଷଦ ନିର୍ବାଚନରେ ଟିକେଟ୍ ପାଇବାକୁ ଚାହୁଁଥିଲେ। ହେଲେ ଟିକେଟ  ବିଧାନସଭା ନିର୍ବାଚନରେ ହାରିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମିଳିଥିଲା।  ଗତ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କେଶବ ଦେବଙ୍କ ପତ୍ନୀ ଏବଂ ପୁଅଙ୍କୁ ଟିକେଟ ଦେଇଥିଲେ। କିନ୍ତୁ ଉଭୟ ନିର୍ବାଚନରେ ​​ହାରିଥିଲେ। ବର୍ତ୍ତମାନ ସେମାନେ କହୁଛନ୍ତି ଯେ ଅଖିଳେଶ ଯାଦବ ଚାଟୁକାରଙ୍କ ଦ୍ୱାରା ଘେରି ହୋଇ ରହିଛନ୍ତି। ତାଙ୍କର ସୁରକ୍ଷାକର୍ମୀ ତାଙ୍କ ସହ ଭେଟ କରାଇବା ପାଇଁ ଟଙ୍କା ନେଉଛନ୍ତି। ସେମାନେ କହୁଛନ୍ତି ଯେ ତାଙ୍କ ପାଖରେ ମୌର୍ଯ୍ୟ ସମ୍ପ୍ରଦାୟ ଭୋଟ ଅଛି ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପଛରେ ଦୌଡୁଛନ୍ତି। ମହାନ ଦଳ ଭଳି ସୁହଲଦେବ ଭାରତୀୟ ସମାଜ ପାର୍ଟି ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ସମାଜବାଦୀ ମେଣ୍ଟରୁ ବାହାରିଯିବ ନା ରହିବ ତାହା ଭବିଷ୍ୟତରେ ଜଣାପଡ଼ିବ।

Also Read: 'ଅଖିଲେଶ ଯାଦବଙ୍କୁ ଲାଗିଗଲାଣି ଏସି ରୁମ ଅଭ୍ୟାସ'

Also Read: ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

Also Read: ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅଖିଲେଶ ଯାଦବ: କେଶବ ଦେବ ମୌର୍ଯ୍ୟ