ପଶ୍ଚିମବଙ୍ଗରେ ନଡ୍ଡା ଓ ଯୋଗୀଙ୍କ ମିଶନ `ପଦ୍ମ`, ବାଙ୍କୁରାରେ ଦିଦିଙ୍କ ଜବାବ
ବିଜେପି ଅଧ୍ୟକ୍ଷ ମଙ୍ଗଳବାର ବାଙ୍କୁରାର ବିଷ୍ଣୁପୁରରେ ଓ ୟୁପି ମୁଖ୍ୟମନ୍ତ୍ରୀ ପୁରୁଲିଆ ଓ ବାଙ୍କୁରା ଜନସଭାକୁ ସମ୍ବୋଧିତ କରିବା ସହ ମମତା ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଆସନ୍ତା ମେ ୨ ପରେ ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଗଡ଼ ଭୁଶୁଡି ପଡ଼ିବ ବୋଲି ଚେତାବନୀ ଦେବା ସହ ଟିଏମସି ଗୁଣ୍ଡାଙ୍କୁ ସଜା ମିଳିବା ଦିନ ପାଖେଇ ଆସୁଥିବା ଯୋଗୀ କହିଛନ୍ତି ।
କୋଲକାତା: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହାପୂର୍ବରୁ ବିଜେପିର କେନ୍ଦ୍ରୀୟ ଓ ବରିଷ୍ଠ ନେତାଙ୍କ ଫୋକସରେ ରହିଛି ମମତାଙ୍କ ରାଜ୍ୟ। ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରୋଡ ଶୋ କରି ଜନତାଙ୍କ ସମର୍ଥନ ଭିକ୍ଷା କରିଛନ୍ତି। ବିଜେପି ଅଧ୍ୟକ୍ଷ ମଙ୍ଗଳବାର ବାଙ୍କୁରାର ବିଷ୍ଣୁପୁରରେ ଓ ୟୁପି ମୁଖ୍ୟମନ୍ତ୍ରୀ ପୁରୁଲିଆ ଓ ବାଙ୍କୁରା ଜନସଭାକୁ ସମ୍ବୋଧିତ କରିବା ସହ ମମତା ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଆସନ୍ତା ମେ ୨ ପରେ ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଗଡ଼ ଭୁଶୁଡି ପଡ଼ିବ ବୋଲି ଚେତାବନୀ ଦେବା ସହ ଟିଏମସି ଗୁଣ୍ଡାଙ୍କୁ ସଜା ମିଳିବା ଦିନ ପାଖେଇ ଆସୁଥିବା ଯୋଗୀ କହିଛନ୍ତି ।
ପଶ୍ଚିମବଙ୍ଗରେ ନିର୍ବାଚନ (West Bengal Election 2021) ରାଲିରେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ବଡ଼ ଘୋଷଣା କରିଛନ୍ତି। ସେ ଏବେ ଧର୍ମ ଛାଡି ଜାତି କାର୍ଡ ଖେଳିଛନ୍ତି। ସେଥିପାଇଁ ସମାଜର ଏକ ବଡ ଅଂଶ OBCକୁ ବାଝିଛନ୍ତି। ରାଜ୍ୟରେ ବିଜେପି (BJP) କ୍ଷମତାକୁ ଆସିଲେ କିଛି ସଂପ୍ରଦାୟକୁ ପଛୁଆ ବର୍ଗ ବା OBCରେ ସାମିଲ କରାଯିବା ସହ ଏଥିପାଇଁ ଏକ ସ୍ୱତନ୍ତ୍ର କମିଶନ ଗଠନ ହେବ ବୋଲି ସେ ସୂଚନା ଦେଇଛନ୍ତି।
Also Read: ବାଚସ୍ପତିଙ୍କୁ ରୁଚିଲା ନାହିଁ ବିଧାୟକଙ୍କ ପୋଷାକ
ବାଙ୍କୁରା (Bankura) ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିଜେପିକୁ ଜବାବ ଦେବା ସହ ଦଳ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନ, ଅମିତ ଶାହ (Amit Shah) ଙ୍କ ଇସାରାରେ କାମ କରୁଥିବା ଅଭିଯୋଗ କରିବା ସହ ବିଜେପି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ମମତା କହିଛନ୍ତି।
ସେପଟେ ମମତା ପରାଜୟ ଆଶଙ୍କାରେ ବିଚଳିତ ହୋଇ ନିଜ ଦୁର୍ଘଟଣାକୁ ହତ୍ୟା ଉଦ୍ୟମ ରୂପ ଦେଇ ଜନତାଙ୍କ ସହାନୁଭୁତି ସାଉଁଟିବାକୁ ପ୍ରାୟାସ କରୁଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ପାଲଟା ଅଭିଯୋଗ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ବିଜେପିକୁ ୧୮ଟି ଆସନ ମିଳିଥିଲା। ଯାହାକୁ ଆସନ୍ତା ବିଧାନସଭା ନିର୍ବାଚନରେ ଦଳର ବିଜୟ ସୂଚନା ବୋଲି କହିଛନ୍ତି ରାଜନାଥ।
Also Read: 'ପଶ୍ଚିମବଙ୍ଗ ମାଟିରୁ ଏବେ ନିଶ୍ଚିତ ବିଦାୟ ନେବ ଟିଏମସି'
ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ତାରିଖ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ସେପଟେ ମମତା ବାନାର୍ଜୀ ପୁଣିଥରେ ଆସନ୍ତା ୧୯ ତାରିଖରେ ନନ୍ଦିଗ୍ରାମ (Nandigram) ରେ ରାଲି କରିବାକୁ ଯାଉଛନ୍ତି । ଗତ ୧୦ ତାରିଖରେ ନାମାଙ୍କନ ପରେ ଏଠାରେ ଆହତ ହୋଇଥିଲେ ମୁଖ୍ୟନମନ୍ତ୍ରୀ (WB Chief Minister) । ସେପଟେ ନନ୍ଦିଗ୍ରାମରେ ମମତାଙ୍କୁ ଟକ୍କର ଦେବାପାଇଁ ପୂର୍ଣ୍ଣ ଶକ୍ତି ବିନିଯୋଗ କରୁଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।
ସେପଟେ ମଙ୍ଗଳବାର ପୁଣି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ପୁରୁଲିଆ (Purulia) ରେ ବିଜେପିର ଭିମରାଓ ଆମ୍ବେଦକର ସମ୍ମାନ ରଥ (Bhimrao Ambedkar Saman Rath) ରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । TMC କର୍ମୀ ବିଜେପି ନିର୍ବାଚନ ପ୍ରଚାର ରଥ ଭାଙ୍ଗିଥିବା ବିଜେପି ଅଭିଯୋଗ କରିଛି ।