ଯଦି ଜଣେ ବିଧାୟକ, ବିଧାନସଭାରେ ସାଧାରଣ ଲୋକଙ୍କ ପରି ରଙ୍ଗିନ ପୋଷାକ ପିନ୍ଧି ଯାଆନ୍ତି ତେବେ କଣ ହୁଏ। ଯାହାର ପରିଣାମ ଗୁଜୁରାଟର ବିଧାନସଭା ଦେଖିବାକୁ ମିଳିଛି। ଟି-ସାର୍ଟ ପିନ୍ଧି ଯାଇଥିବାରୁ ବିଧାୟକଙ୍କୁ ବାଚସ୍ପତି ଗୃହକୁ ବାହାର କରିଦେଇଛନ୍ତି।
Trending Photos
ଗାନ୍ଧିନଗର: ଆମେ ପ୍ରାୟତଃ ସମୟରେ ନେତା-ମନ୍ତ୍ରୀଙ୍କୁ ସାର୍ଟ-ପ୍ୟାଣ୍ଟ, କୁର୍ତ୍ତା କିମ୍ବା କୋଟରେ ଦେଖି ଥାଉ। କିନ୍ତୁ କେବେ ଆମେ ଚିନ୍ତା କରି ନାହିୁଁ କି ସ୍କୁଲ ପିଲାଙ୍କ ପରି ସେମାନଙ୍କ ୟୁନିଫର୍ମ ଅଛି ନା ନାହିଁ। ଯଦି ଜଣେ ବିଧାୟକ, ବିଧାନସଭାରେ ସାଧାରଣ ଲୋକଙ୍କ ପରି ରଙ୍ଗିନ ପୋଷାକ ପିନ୍ଧି ଯାଆନ୍ତି ତେବେ କଣ ହୁଏ। ଯାହାର ପରିଣାମ ଗୁଜୁରାଟର ବିଧାନସଭା ଦେଖିବାକୁ ମିଳିଛି। ଟି-ସାର୍ଟ ପିନ୍ଧି ଯାଇଥିବାରୁ ବିଧାୟକଙ୍କୁ ବାଚସ୍ପତି ଗୃହକୁ ବାହାର କରିଦେଇଛନ୍ତି।
ଟି-ସାର୍ଟ ପିନ୍ଧି ବିଧାନସଭାକୁ ଯାଇ ଲଜ୍ଜିତ ହୋଇଥିବା ବିଧାୟକ ଜଣକ ହେଉଛନ୍ତି କଂଗ୍ରେସର ବିମଲ ଚୁଡାସାମା (Vimal Chudasama)। ସେ ଗୁଜୁରାଟର ସୋମନାଥ ବିଧାନସଭା ମଣ୍ଡଳୀର (Somnath Assembly Constituancy) ବିଧାୟକ। ସେ ସୋମବାର ବିଧାନସଭା ଅଧିବେଶନ ବେଲେ ଟି-ସାର୍ଟ ଓ ଜିନ୍ସ ପିନ୍ଧି ଗୃହକୁ ଯାଇଥିଲେ। କିନ୍ତୁ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ତାହା ରୁଚିଲା ନାହିଁ। ତେଣୁ ସେ ବିଧାୟକ ବିମଲଙ୍କୁ ଗୃହରୁ ବାହାରକୁ ବାହାରି ଯିବାକୁ ନିର୍ଦ୍ଦେଶ ଦେବା ସହ ପୋଷାକ ବଦଳାଇ ଆସିବାକୁ କହିଥିଲେ।
Also Read: ୧୨୫ ବର୍ଷର ରେଳ ଷ୍ଟେସନ ବଞ୍ଚାଇବାକୁ ବାହାରିଲା ଯୁବ ବିଜେଡି
ସେପଟେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କ ନିର୍ଦ୍ଦେଶକୁ ଅନ୍ୟ କଂଗ୍ରେସ ବିଧାୟକମାନେ ବିରୋଧ କରିଥିଲେ। ବିମଲ (Gujarat Congress MLA) ଙ୍କୁ ସମର୍ଥନ କରି ସେମାନେ କହିଛନ୍ତି ଯେ, ବିଧାୟକଙ୍କ ପାଇଁ କୌଣସି ଡ୍ରେସକୋଡର ବ୍ୟବସ୍ଥା କରାଯାଇନାହିଁ। ଏନେଇ ଆଇନ ମଧ୍ୟ ନାହିଁ। ବାଚସ୍ପତି ଜଣକର ପୋଷାକରୁ ନେଇ ଆପତ୍ତି ଉଠାଇବା ନିନ୍ଦନୀୟ। ଏପରି ନିର୍ଦ୍ଦେଶ ବ୍ୟକ୍ତିର ସାମ୍ବିଧାନୀକ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ବିରୋଧି ଦଳ ନେତା ପରେଶ ଧନାନୀ କହିଛନ୍ତି।
ବାଚସ୍ପତି (Rajendra Trivedi) ଙ୍କ ନିର୍ଦ୍ଦେଶ ପରେ ବିଧାୟକ ବିମଲ ଚୁଡାସାମା ଗୃହରୁ ବାହାରି ଯାଇଥିଲେ। କିନ୍ତୁ ସେ ବାଚସ୍ପତିଙ୍କୁ କହିଥିଲେ ଯେ, ସେ ଏହି ଟି-ସାର୍ଟ ପିନ୍ଧି ନିର୍ବାଚନ ପ୍ରଚାର କରିଥିଲେ। ଆଉ ଲୋକେ ମଧ୍ୟ ତାଙ୍କୁ ଜିତାଇଛନ୍ତି। ତେଣୁ ଡ୍ରେସକୋଡକୁ ନେଇ ଆପତ୍ତି ଉଠାଇବା ଜନାଦେଶକୁ ଅପମାନ କରିବା ସଙ୍ଗେ ସମାନ।
Also Read: 'ପଶ୍ଚିମବଙ୍ଗ ମାଟିରୁ ଏବେ ନିଶ୍ଚିତ ବିଦାୟ ନେବ ଟିଏମସି'
ତେବେ ଏହାର ପ୍ରତି ଉତ୍ତରରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି ଯେ, ନିର୍ବାଚନ ବେଳେ ନେତା ଯାହା ପନ୍ଧନ୍ତି ତାହା ଗୁରୁତ୍ୱ ନାହିଁ। କିନ୍ତୁ ବିଧାନସଭା ଭିତରେ ଘର ପିନ୍ଧା ପୋଷାକକୁ ଅନୁମତି ଦିଆଯିବ ନାହିଁ। ବିଧାନସଭା କୌଣସି ଖେଳ ପଡିଆ ନାହିଁ, ତେଣୁ ବିଧାୟକମାନେ ଏହାର ଡେକରମ ରକ୍ଷା କରିବା ଉଚିତ। ସେପଟେ ବାଚସ୍ପତିଙ୍କ ସହ ଯୁକ୍ତି ଅଭିଯୋଗରେ ବିମଲଙ୍କୁ ୩ ଦିନ ନିଲମ୍ବନ କରବା ପାଇଁ ମନ୍ତ୍ରୀ ପ୍ରଦୀପସିଂ ଜାଡେଜା (Pradeepsinh Jadeja) ଦାବି କରିଥିଲେ।
ସୂଚନାଯୋଗ୍ୟ, ସପ୍ତାହେ ପୂର୍ବେ ବିଧାୟକ ବିମଲ ଚୁଡାସାମା ବିଧାନସଭାକୁ ଟି-ସାର୍ଟ ପିନ୍ଧି ଆସିଥିଲେ। ସେତେବେଳେ ତାଙ୍କୁ କେବଳ ଚେତାବନୀ ଦେଇ ଛଡା ଯାଇଥିଲା। କିନ୍ତୁ ଏବେ ପୁଣି ସେ ସେହିଭଳି ପୋଷାକ ପିନ୍ଧି ଆସିଥିବାରୁ ତାଙ୍କୁ ଗୃହରୁ ବାହର କରିଦିଆଯାଇଛି। ଗୁରୁରାଟ ମନ୍ତ୍ରୀ ଜୟେଶ ରାଦାଦିୟା (minister Jayesh Radadiya) ମଧ୍ୟ ଦିନେ ଟି-ସାର୍ଟ ପିନ୍ଧି ଆସିଥିଲେ। କିନ୍ତୁ ତାଙ୍କୁ ବାରଣ କରାଯିବାରୁ ସେ ତାହାକୁ ବଦଳାଇ ଦେଇଥିଲେ।