ୟୁପି ସିଏମ ଯୋଗୀ କହିଛନ୍ତି ପଶ୍ଚିମବଙ୍ଗବାସୀ ଭୋଗୁଥିବା ଯନ୍ତ୍ରଣା ଆଉ ଅଧିକ ଦିନ ରହିବ ନାହିଁ।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଦଳ ପକ୍ଷରୁ ରାଜ୍ୟର ପୁରୁଲିଆ ଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛି ବିଜେପି ଫାୟାରବ୍ରାଣ୍ଡ ନେତା ତଥା ୟୁପି ସିଏମ ଯୋଗୀ। ଦଳୀୟ ସଭାରେ ଯୋଗ ଦେବା ଅବସରରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।
ପୁରୁଲିଆ ଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ୟୁପି ସିଏମ ଯୋଗୀ (UP CM Yogi) କହିଛନ୍ତି ପଶ୍ଚିମବଙ୍ଗବାସୀ ଭୋଗୁଥିବା ଯନ୍ତ୍ରଣା ଆଉ ଅଧିକ ଦିନ ରହିବ ନାହିଁ। ଶାସକ ଟିଏମସି (TMC) ସମର୍ଥିତ ଗୁଣ୍ଡାଗର୍ଦ୍ଦି, ଅରାଜକତା ଭଳି କାର୍ଯ୍ୟକୁ ବନ୍ଦ କରିବା ଲାଗି ବିଜେପି ଆସିଛି। ମେ ୨ ତାରିଖ ପରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (Trinamool Congress) ସରକାର ସୁନିଶ୍ଚିତ ବିଦାୟ ନେବ।
Also Read: Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି
ସିଏମ ଯୋଗୀ କହିଛନ୍ତି ଅନେକ ବାଧା ବିଘ୍ନର ସାମ୍ନା କରି ଏହି ସଭାରେ ଯୋଗ ଦେଇଥିବା ଭାଇଭଉଣୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ପଶ୍ଚିମବଙ୍ଗ ଭୂମି ଦେଶର ପରିବର୍ତ୍ତନ ମାଟି ଭାବେ ଜଣାଶୁଣା। ବଙ୍ଗଳା ଦେଶରେ ସାଂସ୍କୃତିକ ରାଷ୍ଟ୍ରବାଦ ଧରିତ୍ରୀ ଭାବେ ପରିଚିତ। ଏହି ମାଟି ଭାରତ ବର୍ଷକୁ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷ ଭଳି ବୀରପୁତ୍ର ପ୍ରଦାନ କରିଛି। ଭାରତୀୟ ଜନସଂଘର ସଂସ୍ଥାପକ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏହି ମାଟିର ସନ୍ତାନ।
Also Read: Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?
ପୁରୁଲିଆ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସିଏମ ଯୋଗୀ ଟିଏମସି ବ୍ୟତୀତ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ୨୦୧୪ ପୂର୍ବରୁ ଲୋକେ ମନ୍ଦିର ଯିବାକୁ ଭୟ କରୁଥିଲେ। ହେଲେ ଏବେ ମମତା ବାନାର୍ଜୀ ମନ୍ଦିର ଯାଇ ଚଣ୍ଡି ପାଠ କରୁଛନ୍ତି। ରାହୁଲ ଗାନ୍ଧୀ ମନ୍ଦିର ଯାଇ ଭଗବାନଙ୍କୁ ପୂଜାପାଠ କରୁଛନ୍ତି।
Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ
ସିଏମ ଯୋଗୀ କହିଛନ୍ତି ଟିଏମସି ଗୁଣ୍ଡା ଆଇନକାନୁନକୁ ମାନୁନାହାଁନ୍ତି। ମେ ୨ ତାରିଖରେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାସୀନ ହେବାପରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ସେମାନେ ରାଜନୈତିକ ଶକ୍ତିର ଦୂରୁପଯୋଗ କରୁଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ସଭା ଆୟୋଜନ କରିବାକୁ ରୋକାଯାଉଛି। ରାଜ୍ୟକୁ ଶାସନ କରିଥିବା କଂଗ୍ରେସ, ଟିଏମସି, ବାମପନ୍ଥୀ ସରକାର ପଶ୍ଚିମବଙ୍ଗକୁ ଗୁଣ୍ଡାଙ୍କ ଗଡରେ ପରିଣତ କରିଛନ୍ତି। ହେଲେ ଆମକୁ ରାଜ୍ୟକୁ ଅପରାଧି ମୁକ୍ତ କରିବାକୁ ହେବ।