Congress Leftists targets TMC: ଅଗଷ୍ଟ ୫ ତାରିଖ ଶୁ୍କ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ-ବାମପନ୍ଥୀ। ଏହି ଭେଟଘାଟ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରି ତାଙ୍କୁ ବିଜେପି ଏଜେଣ୍ଟ ବୋଲି କହିଛି କଂଗ୍ରେସ। ଅନ୍ୟପଟେ ସିପିଏମ ଅଭିଯୋଗ କରିଛି ଯେ ଶିକ୍ଷକ ନିଯୁକ୍ତି ସମେତ ବିଭିନ୍ନ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯାଉଥିବା ତଦନ୍ତ ବନ୍ଦ କରିବା ଲାଗି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ମନାଇବା ଲାଗି  ପ୍ରୟାସ କରୁଛି ଟିଏମସି।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ-ବାମପନ୍ଥୀ (Congress Leftists) ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଟିଏମସି (TMC) କହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀ (Mamata Banerjee) ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ରାଜ୍ୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗ, ଜିଏସଟି ବକେୟା, ବିଭିନ୍ନ ଯୋଜନା ଲାଗି ପାଣ୍ଠି ଯୋଗାଇବା ପ୍ରସଙ୍ଗ ଉଠାଇଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଭେଟଘାଟ ଫଟୋ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।


Also Read: Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ


ଏହି ଭେଟଘାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସିପିଏମ କେନ୍ଦ୍ରୀୟ କମିଟି ସଦସ୍ୟ ସୁଜାନ ଚକ୍ରବର୍ତ୍ତୀ (CPIM Central Committee Member Suzanne Chakraborty) ଅଭିଯୋଗ କରିଛନ୍ତି ଯେ ଯଦି ରାଜ୍ୟର ବକେୟା ପାଣ୍ଠି ପାଇବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥାନ୍ତା ତାହେଲେ ପଶ୍ଚିମବଙ୍ଗ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଆବଶ୍ୟକୀୟ ଦସ୍ତାବିଜ ଏହି ବୈଠକରେ ଯୋଗ ଦେଇଥାନ୍ତେ। ଏହି ବୈଠକ ପଶ୍ଚିମବଙ୍ଗ ହିତରେ ହୋଇଛି ବୋଲି ଭାବିବାର କୌଣସି କାରଣ ନାହିଁ। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଉଭୟ ଟିଏମସି-ବିଜେପି ମଧ୍ୟରେ ଏକ ଗୁପ୍ତ ବୁଝାମଣା (TMC-BJP Secret Deal) ହୋଇଛି। ଆମେ ସମସ୍ତେ ଜାଣିବାକୁ ଚାହୁଁଛୁ ଯେ ଏପରି  କ'ଣ ହେଲା ଯେ ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ଯେତେବେଳେ ବରିଷ୍ଠ ଟିଏମସି ନେତାଙ୍କୁ ଗିରଫ କରାଯାଉଛି ସେତେବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି।


Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ


ରାଜ୍ୟର ଶାସକ ଦଳ କଟାକ୍ଷ କରି କଂଗ୍ରେସ (Congress) କହିଛି ଟିଏମସି ହେଉଛନ୍ତି ବିଜେପି ଏଜେଣ୍ଟ। ଯିଏ ବିରୋଧି ଏକତା ଭାଙ୍ଗିବା ଅଭିଯାନରେ ଲାଗି ପଡ଼ିଛି। ଏନେଇ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ (West Bengal Congress Unit) ଅଧିର ରଞ୍ଜନ ଚୌଧରୀ (Adhir Ranjan Chowdhury) କହିଛନ୍ତି ଯେ ବିଗତ କିଛି ମାସ ହେବ ଟିଏମସି ଯେଉଁଭଳି ଭାବରେ କାର୍ଯ୍ୟ କରୁଛି, ସେଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ଗୈରିକ ଶିବିର (Saffron Camp) ଲାଗି ଏକ ଏଜେଣ୍ଟ ଭଳି କାର୍ଯ୍ୟ କରୁଛି। ବିଭିନ୍ନ ଦୁର୍ନୀତି ମାମଲାରେ ଏହାର ନେତାଙ୍କୁ  ସିବିଆଇ ଏବଂ ଇଡି ପକ୍ଷରୁ କରାଯାଉଥିବା ଯାଞ୍ଚରୁ ବଞ୍ଚାଇବା ପାଇଁ ଟିଏମସି ବିଜେପି ସହ ବୁଝାମାଣା କରିଛି।