Road Accident: ଟ୍ରକ୍ କୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ
Advertisement
Article Detail0/zeeodisha/odisha2394296

Road Accident: ଟ୍ରକ୍ କୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

Road Accident: ଟ୍ରକ୍ କୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା କାର୍। ଫଳରେ ଦୁର୍ଘଟଣା ଘଟିଛି। ଉତ୍ତରପ୍ରଦେଶର ଏଟାଓ୍ବା ଅଞ୍ଚଳର ଆଗ୍ରା-କାନପୁର ଜାତୀୟ ରାଜପଥରେ ଏହିଭଳି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି।

ALSO READ: Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Weather Update: ଆସୁଛି ଘୂର୍ଣ୍ଣିବଳୟ ! ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ସୂଚନା ଅନୁସାରେ, ବୁଧବାର ଦିନ ଅଗ୍ରା-କାନପୁର ଜାତୀୟ ରାଜପଥରେ କଡ଼ରେ ଏକ ଟ୍ରକ୍ ପାର୍କିଂ ପାଇଁ ଛିଡା ହୋଇଥିବା ବେଳେ ଏ-ହି ସମୟରେ ଏକ କାର୍ କାନପୁର ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ହଠାତ୍ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ପିଟିଦେଇଥିଲା। କାର୍ ମଧ୍ୟରେ ଥିବା ୬ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟ ଘଟିଥିଲା ବେଳେ ଆଉ ୨ ଜଣ ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହିତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ତେବେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଚାରି ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକ ମାନେ ହେଲେ ମିରଟ ଅଞ୍ଚଳର ଶୋଭାରାଣୀ ପ୍ରଜାପତି, ଶିବ ନାରାୟଣ , ଅନୁସ, ଅର୍ଚ୍ଚନା କୋଟଓ୍ବାରୀ। ଏବଂ ଆହତ ୨ ହେଲେ ରାମ୍ ବାବୁ ଓ  ପୁନମ୍। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଜାରି ରଖିଛି।